ETV Bharat / state

କୌଳିକ ବୃତ୍ତି ହରାଇବା ଚିନ୍ତାରେ ପଥର କାରିଗରୀ - stone workers diverted their work

ସରକାରୀ ଉଦାସୀନତା ସାଙ୍ଗକୁ କଞ୍ଚାମାଲ ଓ ପରିବହନ ଅଭାବ ଯୋଗୁଁ ବୁଡିବାକୁ ବସିଲାଣି ଶିଳ୍ପୀ ଗ୍ରାମ ମାନ୍ୟତା ଶୁଖୁଆପଡା ଗ୍ରାମବାସୀଙ୍କ କୂଳ ବେଉସା । ଏବେ ଅପେକ୍ଷା ସରକାରୀ ସହାୟତାକୁ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
author img

By

Published : Sep 12, 2019, 6:30 PM IST

ଯାଜପୁର: ଜିଲ୍ଲାର ବଡଚଣା ବ୍ଲକରେ ଅବସ୍ଥିତ ଶୁଖୁଆପଡା ଗାଁ । 80ଟି ପରିବାରର 600 ଲୋକଙ୍କୁ ନେଇ ଗଠିତ ଏହି ଗାଁର ଅନେକ ପରିବାରର ଜୀବନ ଜୀବିକା କହିଲେ ପଥର କାରିଗରୀକୁ ବୁଝାଏ । ବିକାଶର ଅପହଞ୍ଚ ଏହି ଗାଁରୁ ସର୍ବଦା ନିହଣ ଓ ହାତୁଡିର ଠନ-ଠନ ଶଦ୍ଦ ଗୁଞ୍ଜରିତ ହେଉଥାଏ । ପଥର ନିର୍ମିତ ଚଉଁରା, ଶିଳ ଶିଳପୁଆ ଓ ସୂକ୍ଷ୍ମ ସୂକ୍ଷ୍ମ କଳାକୃତିରେ ନିର୍ମିତ ମୂର୍ତ୍ତିରୁ ବାରି ହୋଇପଡେ ଏହି କାରିଗରଙ୍କ କାମ ।

ସ୍ଥାନୀୟବାସୀ ଅନୁମାନ କରନ୍ତି ନିକଟସ୍ଥ ଲଳିତଗିରି, ବୌଦ୍ଧପୀଠ ନିର୍ମାଣ କରିଥିବା କାରିଗର ଏହି ଗାଁରେ ଘର ବସାଇଥିଲେ । ଆଉ ସେବେ ଠାରୁ ବାପା ଗଢୁଥିଲା ମୂର୍ତ୍ତି ଏବେ ପୁଅ ବି ଗଢୁଛି । କିନ୍ତୁ ବିଡମ୍ବନାର ବିଷୟ ଯେ, ବର୍ଷ ପରେ ବର୍ଷ... ପିଢି ପରେ ପିଢି ଏହି କାରୁକାର୍ଯ୍ୟ ତଥା ଜୀବନ୍ତ ମୂର୍ତ୍ତି ଗଢୁଥିବା କାରିଗରଙ୍କ କୂଳ ବେଉସା ଏବେ ବୁଡିବାକୁ ବସିଲାଣି । ମୁଣ୍ଡ ଝାଳ ତୁଣ୍ଡରେ ମାରି ଶୁଖୁଆପଡାର ଶିଳ୍ପୀ ନିର୍ମାଣ କରୁଥିବା ନିଖୁଣ ମୂର୍ତ୍ତି ସବୁ ମଠ ମନ୍ଦିରରେ ଶୋଭା ପାଉଛି । ହେଲେ ସରକାରୀ ଉଦାସୀନତା ସାଙ୍ଗକୁ କଞ୍ଚାମାଲ ଓ ପରିବହନ ଅଭାବ ଯୋଗୁଁ ସେମାନଙ୍କ କୌଳିକ ବୃତ୍ତି ଏବେ ବିପଦରେ ।

ଉନ୍ନତମାନର କଳାକୃତି ପାଇଁ ନିକଟରେ ଶୁଖୁଆପଡା ଗାଁ ଶିଳ୍ପୀଗ୍ରାମର ମାନ୍ୟତା ପାଇଛି । କିନ୍ତୁ ତଥାପି ଏଠି ଆବଶ୍ୟକ ସାମଗ୍ରୀର ଅଭାବ ରହିଛି । ତେବେ ଗାଁକୁ ଲାଗିଛି ଶାଣ ପଥରର ବିଶାଳ ପାହାଡ । ହେଲେ ସରକାରୀ କଟକଣା ପାଇଁ ଏଠାକାର କାରିଗର ପଥର ଖଣ୍ଡେ ଆଣି ପାରୁନାହାଁନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ସେପଟେ ନିଜ କଳା ଓ କୌଳିକ ବୃତ୍ତିକୁ ଉଦଜୀବିତ ରଖିବାକୁ ଏଠାକାର କାରିଗର ବାଧ୍ୟ ହୋଇ ସୂଦୂର ଖୋର୍ଦ୍ଧା ତାପଙ୍ଗ ପଥର ଖଣିରୁ ସାହା ପଥର ଆଣିଥାନ୍ତି । ତାହା ପୁଣି ଲୁଚାଚୋରାରେ । ଏଥିପାଇଁ ଅନେକ ସମୟରେ ସେମାନଙ୍କୁ ପୋଲିସ ଓ ପ୍ରଶାସନର ଜୁଲମର ଶିକାର ମଧ୍ୟ ହେବାକୁ ପଡିଥାଏ । ତେବେ ସରକାର ଏଗୁଡ଼ିକୁ ଲିଜ ଦେଇ ପଥର ଯୋଗାଇଲେ ଅନେକ ଯୁବକ ରୋଜଗାର ହୀନ ଓ ଗାଁ ଛାଡି ସହର ମୁହାଁ ହେବେନି ବୋଲି ଗାଁର ଜଣେ ବରିଷ୍ଠ ଶିଳ୍ପୀ କହିଛନ୍ତି ।

ସେପଟେ ଏସମ୍ପର୍କରେ ଆମେ ଯାଜପୁର ଜିଲ୍ଲାପାଳଙ୍କ ପଚାରିଥିଲୁ । ଶୁଖୁଆପଡା ହେଉଛି ଆମ ଜିଲ୍ଲାର ଗର୍ଵଗୌରବ । ଏହି ଗାଁ ଉପରେ ସରକାରଙ୍କର ସର୍ବଦା ନଜର ରହିଛି । ଆଗକୁ ଏହାର ଉନ୍ନତି ଓ ବିକାଶ ପାଇଁ ଯୋଜନା ଜାରି ରହିଛି ବୋଲି ଜିଲ୍ଲାପାଳ କହିଛନ୍ତି।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.