ଯାଜପୁର: କୋରୋନା ସମୟରେ ମେଡ଼ିସିନର କଳାବଜାରୀ ଉପରେ ରୋକ ଲଗେଇବା ପାଇଁ ଆକ୍ସନ ମୁଡରେ ଯାଜପୁର ରୋଡ ଡ୍ରଗ୍ସ ଇନ୍ସପେକ୍ଟର ହରପ୍ରିୟା ମଲ୍ଲିକ । ଏନେଇ ଡ୍ରଗ୍ସ ଇନ୍ସପେକ୍ଟର ହରପ୍ରିୟା ମଲ୍ଲିକ ଓ ଯାଜପୁର ରୋଡ ପୋଲିସର ମିଳିତ ସହଯୋଗରେ ବ୍ୟାସନଗର ପୌରପରିଷଦ ଭିତରେ ଥିବା ବିଭିନ୍ନ ଔଷଧ ଦୋକାନ ଉପରେ ଚଢ଼ାଉ କରାଯାଇଥିଲା ।
ଚଢ଼ାଉ ସମୟରେ ମୁଖ୍ୟତଃ ମେଡ଼ିସିନ ଷ୍ଟୋରରେ ଷ୍ଟକ ଅନୁଯାୟୀ ମେଡ଼ିସିନ ଅଛି କି ନାହିଁ ଏବଂ ମେଡ଼ିସିନ ଷ୍ଟୋରରେ ବେଆଇନ ଔଷଧ ଆଦି ଚେକିଂ କରିଥିଲେ ଡ୍ରଗ୍ସ ଇନ୍ସପେକ୍ଟର ଶ୍ରୀମତୀ ମଲ୍ଲିକ। ବ୍ୟାସନଗର ପୌରପରିଷଦର ମୁଖ୍ୟତଃ ବସଷ୍ଟାଣ୍ଡ, ଦଳା ଓ ଗୋପବନ୍ଧୁ ଛକରେ ଥିବା ଔଷଧ ଦୋକାନ ଉପରେ ଚଢ଼ାଉ କରାଯାଇଥିଲା। ତେବେ ସୂଚନା ମୁତାବକ ସମସ୍ତ ଔଷଧ ଦୋକାନର ଷ୍ଟକ ଅନୁଯାୟୀ ମାଲ୍ ଥିବା ଜଣାପଡ଼ିଛି।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ