ଯାଜପୁର: ଏସିଡ୍ ଢାଳି ବୋହୁକୁ ହତ୍ୟା ଉଦ୍ୟମ । ଯାଜପୁର ଜିଲ୍ଲା ପାଣିକୋଇଲି ଥାନା କରଦା ପଞ୍ଚାୟତର ସଠୀ ଗାଁରେ ଏକ ପରିବାର ଅଧିକ ଯୌତୁକ ଦାବି କରି ବୋହୁକୁ ଏସିଡ୍ ଢାଳି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଏନେଇ ପିଡିତାଙ୍କ ପରିବାର ପାଣିକୋଇଲି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।
ସୂଚନା ଅନୁଯାୟୀ, ଗତ ଦୁଇ ମାସ ହେବ ସେଠୀ ଗାଁର ବିନୋଦ ସେଠୀଙ୍କ ସ୍ତ୍ରୀଙ୍କୁ ଶାଶୁଘର ଲୋକେ ବାରମ୍ବାର ଅଧିକ ଯୌତୁକ ଦାବି କରି ତାଙ୍କୁ ନିର୍ଯ୍ୟାତନା ଦେଇଆସୁଥିଲେ । ଫଳରେ ମହିଳା ଜଣକ ଏନେଇ ଥରେ ଆତ୍ମହତ୍ୟା ଉଦ୍ୟମ ମଧ୍ୟ କରିଥିଲେ ।
କିନ୍ତୁ କିଛିଦିନ ତଳେ ଏହି ଘଟଣା ନେଇ ଉଭୟ ପରିବାର ମଧ୍ୟରେ ବୁଝାମଣା ହୋଇଥିଲେ ମଧ୍ୟ ଶୁକ୍ରବାର ମହିଳାଙ୍କ ଉପରେ ଏଭଳି ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।
ଏପଟେ ମହିଳା ଜଣକୁ ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେପଟେ ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ପୋଲିସ ଚୁପ ହୋଇ ବସିଥିବା ଅଭିଯୋଗ କରିଛନ୍ତି ପିଡିତାଙ୍କ ପରିବାର ଲୋକେ ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ