ETV Bharat / state

ଡିଜିଟାଲ କ୍ଲାସରୁମରେ ପାଠ ପଢିବେ ପିଲା, ସ୍ଥିତି ପରଖିଲେ ଜିଲ୍ଲାପାଳ-ବିଧାୟକ

author img

By

Published : Sep 6, 2021, 8:00 PM IST

ଜିଲ୍ଲାରେ ନିର୍ମାଣ ହେବ ସ୍ମାର୍ଟ କ୍ଲାସରୁମ୍ ଓ ଇ-ଲାଇବ୍ରେରୀ । ଆଉ ଏହା ମାଧ୍ୟମରେ ଶିକ୍ଷା କ୍ଷେତ୍ରରେ ବେଶ୍ ଅଗ୍ରଣୀ ଭୂମିକା ଗ୍ରହଣ କରିବେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ...

ପିଲାଏଁ ହେବେ ସ୍ମାର୍ଟ,  ଡିଜିଟାଲ କ୍ଲାସରୁମ୍ ନିର୍ମାଣ ପାଇଁ ସ୍ଥିତି ପରଖିଲେ ଜିଲ୍ଲାପାଳ

ଯାଜପୁର: ଶିକ୍ଷା ବ୍ୟବସ୍ଥାକୁ ନେଇ ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲି ତଦାରଖ କଲେ କୋରେଇ ବିଧାୟକଙ୍କ ସମେତ ଜିଲ୍ଲାପାଳ । ଏନେଇ ଯାଜପୁର ଜିଲ୍ଲା କୋରାଇ ବ୍ଲକ ଓ ବ୍ୟାସନଗର ପୌରାଞ୍ଚଳର ବିଭିନ୍ନ ସ୍କୁଲରେ ନିର୍ମାଣ ହେବାକୁ ଥିବା ସ୍ମାର୍ଟ କ୍ଲାସ ରୁମ୍ ଓ ଇ-ଲାଇବ୍ରେରୀ ପାଇଁ ଭିତ୍ତିଭୂମି ତଦାରଖ କରିଛନ୍ତି କୋରାଇ ବିଧାୟକ ଅଶୋକ ବଳ ଓ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ।

ତେବେ ୫T ହାଇସ୍କୁଲ ଟ୍ରାନ୍ସମେସନ୍ ଜରିଆରେ କୋରେଇ ବ୍ଲକରେ ୮ ଟି ଓ ବ୍ୟାସନଗର ପୌରାଞ୍ଚଳରେ ୨ ଟି ଉଚ୍ଚ ବିଦ୍ୟାଳୟରେ ଏହି ସ୍ମାର୍ଟ କ୍ଲାସ ରୁମ୍ ନିର୍ମାଣ ହେବା ନେଇ ସ୍ଥିର ହୋଇଛି । ତେବେ ଏହି ବିଦ୍ୟାଳୟ ଗୁଡ଼ିକର ସ୍ଥିତି ଓ ସ୍ମାର୍ଟ କ୍ଲାସ ରୁମ୍ ଓ ଇ-ଲାଇବ୍ରେରୀ ନିର୍ମାଣ ପାଇଁ ଆବଶ୍ୟକ ଭିତ୍ତିଭୂମିର ତଦାରଖ କରିବାକୁ ଆଜି (ସୋମବାର) ଉଭୟ ବିଧାୟକ ଓ ଜିଲ୍ଲାପାଳ ଏହି ବିଦ୍ୟାଳୟ ଗୁଡ଼ିକୁ ପରିଦର୍ଶନ କରିଛନ୍ତି ।

ସେପଟେ ଶିକ୍ଷା ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟର ସମସ୍ତ ବ୍ଲକରେ ସ୍ମାର୍ଟ କ୍ଲାସ ରୁମ୍ ନିର୍ମାଣ କରାଯାଉଛି ଯାହା କି ଆଗାମୀ ଦିନରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଶିକ୍ଷା ଗ୍ରହଣ କ୍ଷେତ୍ରରେ ବେଶ ଉପଯୋଗୀ ହେବ ବେଲି ବିଧାୟକ ଅଶୋକ ବଳ ସୂଚନା ଦେଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.