ETV Bharat / state

ଟାଟା କାରଖାନାର ବିସ୍ଥାପନକୁ ନେଇ ବିସ୍ଥାପିତଙ୍କ ଆନ୍ଦୋଳନ

author img

By

Published : Feb 26, 2020, 12:13 PM IST

କାରଖାନା ଜମି ଅଧିଗ୍ରହଣ ସମୟରେ ବିସ୍ଥାପିତ ହୋଇଥିବା ଅନେକ ପରିବାରକୁ ଏ ପର୍ଯ୍ୟନ୍ତ ସ୍ଥାୟୀ ନିଯୁକ୍ତି ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ପ୍ରଦାନ କରାଯାଇ ନଥିବା ଅଭିଯୋଗରେ ପୁଣି ମୁଣ୍ଡ ଟେକିଛି ଆନ୍ଦୋଳନ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଟାଟା କାରଖାନାର ବିସ୍ଥାପନକୁ ନେଇ ବିସ୍ଥାପିତଙ୍କ ଆନ୍ଦୋଳନ
ଟାଟା କାରଖାନାର ବିସ୍ଥାପନକୁ ନେଇ ବିସ୍ଥାପିତଙ୍କ ଆନ୍ଦୋଳନ

ଯାଜପୁର: ଜିଲ୍ଲା କଳିଙ୍ଗନଗରସ୍ଥିତ ଟାଟା କାରଖାନାର ବିସ୍ଥାପନକୁ ନେଇ ପୁଣି ମୁଣ୍ଡ ଟେକିଛି ଆନ୍ଦୋଳନ । କାରଖାନା ଜମି ଅଧିଗ୍ରହଣ ସମୟରେ ବିସ୍ଥାପିତ ହୋଇଥିବା ଅନେକ ପରିବାରକୁ ଏ ପର୍ଯ୍ୟନ୍ତ ସ୍ଥାୟୀ ନିଯୁକ୍ତି ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ପ୍ରଦାନ କରାଯାଇ ନଥିବା ଅଭିଯୋଗ ହୋଇଛି । ଏନେଇ ବୁଧବାର ବିସ୍ଥାପିତ ଜମିହରା ଉନ୍ନୟନ କମିଟି ପକ୍ଷରୁ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି ।

ଅଭିଯୋଗ ମୁତାବକ 2007-08 ମସିହାରେ ଟାଟା କାରଖାନା ପାଇଁ ସ୍ଥାନୀୟ ଆଦିବାସୀଙ୍କୁ ବିସ୍ଥାପନ କରାଯିବା ସମୟରେ କାରଖାନା କର୍ତ୍ତୃପକ୍ଷ ଓ ସରକାର ଯେଉଁ ପ୍ରତିଶୃତି ଦେଇଥିଲେ, ତାହା ଏଯାଏଁ ପୂରଣ କଲେ ନାହିଁ । ବିସ୍ଥାପନ ଆଇନ ଅନୁସାରେ ସୁବିଧା ସୁଯୋଗ ଓ ସ୍ଥାୟୀ ନିଯୁକ୍ତି ମଧ୍ୟ ପ୍ରଦାନ କରାଯାଇନାହିଁ । ଫଳରେ ଭିଟାମାଟି ଓ ଜୀବିକା ହରାଇ ଥିବା ଅନେକ ପରିବାର ଏବେ ନାନା ସମସ୍ୟା ଭୋଗ କରୁଛନ୍ତି ।

ତେଣୁ ତୁରନ୍ତ ବିସ୍ଥାପନ ଆଇନ ଅନୁଯାୟୀ ସମସ୍ତ ସୁବିଧା ସୁଯୋଗ ଓ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବାକୁ ଦାବି ହୋଇଛି । ପୂର୍ବରୁ ବାରମ୍ବାର ପ୍ରଶାସନ ନିକଟରେ ଏସବୁ ସମସ୍ୟାର ସମାଧାନ ପାଇଁ ଦାବି କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ତେଣୁ ବାଧ୍ୟ ହୋଇ ଏମାନେ ଆଜି ଗଣଧାରଣାରେ ବସିଥିବା କହିଛନ୍ତି । ତେବେ ଯଥାଶିଘ୍ର ଦାବି ପୂରଣ ନହେଲେ ଆଗାମୀ ଦିନରେ ବିସ୍ଥାପିତ ପରିବାରମାନେ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.