ଯାଜପୁର: ପ୍ରଶାସନର ଉଚ୍ଛେଦକୁ ବିରୋଧ। ବର୍ଷ ବର୍ଷ ଧରି ପରିବାର ସହ ବାସ କରୁଥିବା 50ରୁ ଊର୍ଦ୍ଧ୍ବ ପରିବାରକୁ ଜମି ଛାଡିବାକୁ ନୋଟିସ ଜାରି ହୋଇଛି। ଯାଜପୁର ତହସିଲ ଅନ୍ତର୍ଗତ ଅବଦଲପୁର ଓ ବାଣପୁର ଗାଁର ସଂଲଗ୍ନ ଘଡେଇ ପୋଖରୀର ନିକଟରୁ ଜବରଦଖଲ ହଟାଇବାକୁ ତହସିଲ ପକ୍ଷରୁ ନୋଟିସ ଜାରି ହୋଇଛି।
ପୋଖରୀର ପୁନଃରୁଦ୍ଧାର କରିବା ସହ ଏକ ଅତ୍ୟାଧୁନିକ ପାର୍କ ନିର୍ମାଣ ଲାଗି ମଞ୍ଜୁରି ଆସିବାରୁ ଜବରଦଖଲ ଉଚ୍ଛେଦ କରିବାକୁ ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ସେପଟେ, ଜବରଦଖଲ ଉଚ୍ଛେଦକୁ ପ୍ରତିବାଦ କରି ଜିଲ୍ଲାପାଳଙ୍କୁ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ଲିଖିତ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଭୂମିହୀନଙ୍କୁ ଜାଗା ଦିଆଯିବା ସହ ଜବରଦଖଲକୁ ଉଚ୍ଛେଦ କରାଯାଇ ସରକାରୀ ଜମିକୁ ପ୍ରଶାସନ ଅଧିନକୁ ଅଣାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ