ଯାଜପୁର: ଦରଦାମ ବୃଦ୍ଧି ବନ୍ଦ କରିବା ,ରାଷ୍ଟ୍ରୀୟତ ଉଦୋଗର ଘରୋଇକରଣ ବନ୍ଦ ,ଚାଷୀ ଆତ୍ମହତ୍ୟା ବନ୍ଦକରିବା ,ଦର ଦାମ ନିୟନ୍ତ୍ରଣ କରିବା, ଶ୍ରମ ଆଇନ ସଂଶୋଧନ କନ୍ଦ କରିବା , ସର୍ବ ନିମ୍ନ ମଜୁରୀ ମାସକ ୨୧ ହଜାର ଟଙ୍କା ଧାର୍ଯ୍ୟ କରିବା ଆଉ ବ୍ୟାପକ ନିଯୁକ୍ତି ସୃଷ୍ଟି କରିବା ସମେତ ୧୨ ଦଫା ଦାବିରେ । ମିଳିତ ଟ୍ରାଡ଼ ୟୁନିୟ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆ ଯାଇଛି।
ଯାଜପୁର ଜିଲ୍ଲାର ୧୦ ବ୍ଲକ କୋରେଇ, ସୁକିନ୍ଦା,ଦାନଗଦି,ରସଲପୁର, ବରୀ, ବିଂଝାରପୁର, ଯାଜପୁର, ଦଶରଥପୁର, ଧର୍ମଶାଳା ,ବଡଚଣା ଆଉ ଦୁଟି ପୌରପରିଷଦରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ସବୁଜାଗାରେ ମିଳିତ ଟ୍ରେଡ଼ ୟୁନିୟନର କର୍ମକର୍ତ୍ତାମାନେ ପିକେଟିଂ କରି ଦୋକାନ ବଜାର, ରେଲୱେ ଷ୍ଟେସନ, ଗାଡି ମଟରକୁ ଚାଲିବାକୁ ବନ୍ଦ କରିଥିଲେ। ସେପଟେ ସମ୍ଭାବ୍ୟ ବନ୍ଦକୁ ନଜରରଖି ଗତକାଲିଠାରୁ ଜିଲ୍ଲାପାଳ ସ୍କୁଲ କଲେଜ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଭାରତ ବନ୍ଦର ପ୍ରଭାବ କିଭଳି ରହିଛି ଟ୍ରେଡ଼ ୟୁନିୟନ ନେତାଙ୍କ ସହିତ ଆଧିକ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟଭି ଭାରତ