ETV Bharat / state

ଡାକ୍ତରଙ୍କ ଭୁଲ ପାଇଁ ଦେବକୀ ଭୋଗୁଛି ଯନ୍ତ୍ରଣା, ଚିକିତ୍ସା ପାଇଁ ଲୋଡା ସରକାରୀ ସହାୟତା - ଦେବକୀ

ଡାକ୍ତରଙ୍କ ଭୁଲ ଅସ୍ତ୍ରୋପଚାର ପାଇଁ ଯନ୍ତ୍ରଣାରେ ଛଟପଟ ଦେବକୀ । ସରକାରୀ ସହାୟତା ପାଇଁ ଦାବି । ଅଧିକ ପଢନ୍ତୁ...

ଡାକ୍ତରଙ୍କ ଭୁଲ ପାଇଁ ଦେବକୀ ଭୋଗୁଛନ୍ତି ଯନ୍ତ୍ରଣା ;ଚିକିତ୍ସା ପାଇଁ ଲୋଡା ସରକାରୀ ସହାୟତା

author img

By

Published : Aug 13, 2021, 3:46 PM IST

ଯାଜପୁର: ଯନ୍ତ୍ରଣା ଏମିତି, ନା କହି ହେଉଛି ନା ସହି ହେଉଛି । ଠିକ୍‌ରେ ଖାଇପାରୁଛନ୍ତି ନା ଶୋଇପାରୁଛନ୍ତି । ଦୀର୍ଘ 18 ବର୍ଷ ହେଲା ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଯୁବତୀ । ଯାଜପୁର ହାତିବାରୀ ଗାଁର ପର୍ଶୁରାମ ଦଳାଇଙ୍କ ଝିଅ ଦେବକୀ । ଡାକ୍ତରଙ୍କ ଭୁଲ ଚିକିତ୍ସା ପାଇଁ ତାଙ୍କ ମୁଣ୍ଡ ଗୋଟେ କଡ଼କୁ ମୋଡ଼ି ହୋଇ ରହିଛି । ଚିକିତ୍ସା ପାଇଁ ବାଧା ସାଜିଛି ଅର୍ଥ ।

ଡାକ୍ତରଙ୍କ ଭୁଲ ପାଇଁ ଦେବକୀ ଭୋଗୁଛନ୍ତି ଯନ୍ତ୍ରଣା ;ଚିକିତ୍ସା ପାଇଁ ଲୋଡା ସରକାରୀ ସହାୟତା

ଦେବକୀ ୮ ମାସ ହୋଇଥିବା ସମୟରେ ତାଙ୍କ ବେକରେ ଏକ ବଥ ହୋଇଥିଲା । ବଥ ଅସ୍ତ୍ରୋପଚାର ପାଇଁ ସେ ଡ଼ାକ୍ତରଖାନାକୁ ଯାଇଥିଲେ । ଅସ୍ତ୍ରୋପଚାର ବେଳେ ଡାକ୍ତର ଅନ୍ୟ ଏକ ସ୍ନାୟୁ କାଟି ଦେଇଥିଲେ । ଫଳରେ କିଛିଦିନ ମଧ୍ୟରେ ଦେବକୀଙ୍କ ବେକ ଧିରେ ଧିରେ ବାମ ପଟକୁ ନଇଁ ଯାଇଥିଲା । ସେବେଠାରୁ ତାଙ୍କ ଯନ୍ତ୍ରଣା ବଢି ଚାଲିଛି । ଅର୍ଥ ଅଭାବରୁ ଅଧିକ ଚିକିତ୍ସା ଯୋଗାଇ ପାରିନଥିଲେ ବାପା ପର୍ଶୁରାମ ।

ବାପା ପର୍ଶୁରାମ ମୂଲ ମଜୁରୀ ଲାଗି ଯାହା ଆଣନ୍ତି ସେଥିରେ ଘରେ ଚଳେ । ରହିବା ପାଇଁ ଘର ନ ଥିବାରୁ ଜଣେ ସମ୍ପର୍କୀୟଙ୍କ ଘରେ ଦେବକୀଙ୍କ ପରିବାର ରହୁଛନ୍ତି । ଯେଉଁଠି ଦୁଇ ମୁଠା ଦାନା ଯୋଗାଡ କରିବା କଷ୍ଟ । ସେଠି ଉତ୍ତମ ଚିକିତ୍ସା ପାଇଁ ଅର୍ଥ କେଉଁଠୁ ଆସିବ ବୋଲି କହିଛନ୍ତି ଦେବକୀଙ୍କ ବାପା । ସେପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ସୁକିନ୍ଦା ବିଡିଓ । ଦେବକୀଙ୍କୁ ସରକାରୀ ଯୋଜନାରେ ଭତ୍ତା ଓ ଏକ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି । ସରକାରୀ ସ୍ତରରେ ଦେବକୀଙ୍କୁ ସହାୟତା ଯୋଗାଇ ଦେଲେ କଷ୍ଟରୁ ମୁକୁଳି ପାରନ୍ତେ ଦେବକୀ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.