ଯାଜପୁର: ବନବିଭାଗ ଦ୍ବାରା ଶିକାରୀ ଘରୁ ଜବତ ହେଲା ହରିଣ ମାଂସ ଓ ଚମଡା । କଟକ ଡାଳିଯୋଡା ବନଖଣ୍ଡ ଅଧିନ ଯାଜପୁର ଜିଲ୍ଲା ବୈରୀ ଥାନା ଅନ୍ତର୍ଗତ କେନ୍ଦୁଗଳିଆ ଗ୍ରାମର ମଙ୍ଗଲ୍ ଗାଗରାଇ ନାମକ ଜଣେ ବ୍ୟକ୍ତିଙ୍କ ଘରୁ 12କିଲୋ ହରିଣ ମାଂସ ଜବତ କରିଛି ବନବିଭାଗ । ଏଥିସହ ସେଠାରୁ ଛୁରୀ ଆଦି ବିଭିନ୍ନ ମାରଣାସ୍ତ୍ର, 3ଟି ଫାଶ, ହରିଣର ଚମଡା, ମୁଣ୍ଡ, ଗୋଡ ଓ ଶରୀରର ଅଂଶାବଶେଷ ଜବତ କରାଯାଇଛି ।
ଅଭିଯୁକ୍ତ ବ୍ୟକ୍ତି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି । ତେବେ ଏହି ହରିଣଟିକୁ କେଉଁ ଜଙ୍ଗଲରୁ ଶୀକାର କରାଯାଇଥିଲା ତାହା ଜଣାପଡିନଥିବା ବେଳେ ଏହାର ଅନୁସନ୍ଧାନ ଜାରି ରହିଥିବା କହିଛନ୍ତି ବନଖଣ୍ଡ ଅଧିକାରୀ । ଅଭିଯୁକ୍ତ ଧରାପଡିବା ପରେ ସମସ୍ତ ତଥ୍ୟ ସ୍ପଷ୍ଟ ହେବ ବୋଲି ବନ ବିଭାଗ ଅଧିକାରୀ କହିଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ