ETV Bharat / state

ଯାଜପୁର ବାଲିଆପାଳ ରେଳ ଓଭରବ୍ରିଜ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର - deadbody rescue from baliapala railway over bridge

ଯାଜପୁର ଜିଲ୍ଲା ବାଲିଆପାଳ ରେଳ ଓଭରବ୍ରିଜ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତକ ଜଣକ ପଶ୍ଚିମବଙ୍ଗର ବୋଲି ଜଣାପଡିଛି । ଅଧିକ ପଢନ୍ତୁ...

ଯାଜପୁର ବାଲିଆପାଳ ରେଳପୋଲ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର

author img

By

Published : Dec 12, 2020, 3:49 PM IST

Updated : Dec 12, 2020, 4:03 PM IST

ଯାଜପୁର: ଜିଲ୍ଲା ସ୍ଥିତ ବାଲିଆପାଳ ରେଳ ଓଭରବ୍ରିଜ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତଦେହ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି । ମୃତକ ଜଣକ ପଶ୍ଚିମବଙ୍ଗର ବୋଲି ଜଣାପଡିଛି ।

ଯାଜପୁର ବାଲିଆପାଳ ରେଳ ଓଭରବ୍ରିଜ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର

ସୂଚନା ଅନୁଯାୟୀ ମୃତ ଯୁବକ ଜଣକ ପଶ୍ଚିମବଙ୍ଗ ପୁରୁଲିଆ ଜିଲ୍ଲା ସାଧୁଆଢଙ୍ଗ ଗ୍ରାମର ଧିରେନ୍ ମହାତ ବୋଲି ଜଣାପଡିଛି । ଧିରେନ୍ ସୁକିନ୍ଦା-ଅନୁଗୋଳ-ଡ଼ୁବୁରୀ ରେଳପଥ ନିର୍ମାଣ ପାଇଁ ଟିଏମ୍ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ । ତେବେ ଧିରେନ ଦୁଇଦିନ ହେବ କାର୍ଯ୍ୟରେ ଯୋଗଦେଇ କେଉଁଆଡେ ନିଖୋଜ ହୋଇ ଯାଇଥିଲେ ।

ଆଜି(ଶନିବାର) ତାଙ୍କ ମୃତଦେହ ଯାଜପୁର ଜିଲ୍ଲା ବାଲିଆପାଳ ରେଳ ଓଭରବ୍ରିଜ ନିକଟରୁ ଉଦ୍ଧାର କରାଯାଇଛି । ଧୀରେନଙ୍କ ମୃତଦେହ ପୋଲ ନିକଟରେ ପଡିଥିବାର ତାଙ୍କ ଭଣଜା ଦେଖିବାକୁ ପାଇଥିଲେ । ଏନେଇ ସେ କଳିଙ୍ଗନଗର ଥାନାକୁ ଖବର ଦେଇଥିଲେ । ଖବର ପାଇ କଳିଙ୍ଗନଗର ଥାନା ଏସଆଇ ହେମଲତା ଦାସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ମୃତ୍ୟୁର ପ୍ରକୃତ କାରଣ ଜଣାପଡି ନ ଥିବାବେଳେ ଘଟଣାର ତଦନ୍ତ ଜାରିରଖିଛି ପୋଲିସ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Last Updated : Dec 12, 2020, 4:03 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.