ETV Bharat / state

ଡଙ୍କାରୀ ପାହାଡ଼ ରାଜନୀତି; ଲିଜଧାରୀଙ୍କ ଉପରେ ଆକ୍ସନ ବଦଳରେ ଅନୁକମ୍ପା !

ଡଙ୍କାରୀ ପାହାଡ଼ ବେଆଇନ ଖନନକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ଲୁଟ ହେଉଛି କୋଟି କୋଟି ଟଙ୍କାର ଖଣିଜ । ଆଉ ପ୍ରକୃତି ଉପରେ ଚାଲିଛି ଧ୍ବସଂର ତାଣ୍ଡବ ଲୀଳା

author img

By

Published : Mar 10, 2019, 8:10 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ଯାଜପୁର

ଯାଜପୁର: ଡଙ୍କାରୀ ପାହାଡ଼ ବେଆଇନ ଖନନକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ଲୁଟ ହେଉଛି କୋଟି କୋଟି ଟଙ୍କାର ଖଣିଜ । ଆଉ ପ୍ରକୃତି ଉପରେ ଚାଲିଛି ଧ୍ବସଂର ତାଣ୍ଡବ ଲୀଳା । ଗୋଟିଏ ପଟେ ସରକାର କୋଟି କୋଟି ଟଙ୍କାର ରାଜସ୍ବ ହରାଉଥିବା ବେଳେ ଅନ୍ୟପଟେ ପ୍ରସାଶନକୁ ଢାଲ କରି ଲୁଟି ଚାଲିଛନ୍ତି ଲୁଟେରା । ଧୂଳିଧୂଆଁର ବ୍ୟାପକ ପ୍ରଦୂଷଣ ଯୋଗୁଁ ସ୍ଥାନୀୟ ଅଞ୍ଚଳର ଲୋକ କିଡିନୀ, ଯକ୍ଷ୍ମା ଆଦି ଭୟଙ୍କର ରୋଗର ଶିକାର ହୋଇ ପ୍ରାଣ ହରାଉଛନ୍ତି । ତେବେ ଜାତୀୟ ଗ୍ରୀନ ଟ୍ରିବୁନାଲର ହସ୍ତକ୍ଷେପ ପରେ ଏହାକୁ ନେଇ ଏବେ ରାଜନୈତିକ ଉଷ୍ମତା ବଢିବାରେ ଲାଗିଛି ।

ଏହାସହ ଏନଜିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ 25କୋଟି ଟଙ୍କାର ଜୋରିମାନା ନିର୍ଦ୍ଦେଶ ହୋଇଛି । ଏହି ଘଟଣାର ତଦାରଖ ପାଇଁ ବରିଷ୍ଠ ରାଜନେତା ଦାମୋଦର ରାଉତଙ୍କ ନେତୃତ୍ବରେ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଡଙ୍କାରୀ ଗସ୍ତରେ ଆସିଥିଲେ । ଏହି ଟିମରେ ମାନବାଧିକାର କର୍ମୀ ଓ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ମଧ୍ୟ ସାମିଲ ଥିଲେ । ତେବେ ଡଙ୍କାରୀ ଅଞ୍ଚଳରେ ଏଭଳି ପରିସ୍ଥିତି ପାଇଁ ଦାମ ସରକାର ଏବଂ ପ୍ରଶାସନକୁ ଦାୟୀ କରିଛନ୍ତି । ଏମିତିକି ସ୍ଥାନୀୟ ବିଧାୟକଙ୍କ ପ୍ରରୋଚନାରେ ଏଭଳି ଲୁଟତରାଜ ଚାଲିଥିବା ଦାମ ଅଭିଯୋଗ କରିଛନ୍ତି ।

ସେପଟେ ବରିଷ୍ଠ ବିଧାୟକ ଦାମୋଦର ରାଉତଙ୍କ ଏହି ଅଭିଯୋଗକୁ କଂଗ୍ରେସ ସମର୍ଥନ ଜଣାଇ ଆଗାମୀ ଦିନରେ ଯଦି କଂଗ୍ରେସ ସରକାର ଆସେ ଏହି ଶତାବ୍ଦୀର ବଡ଼ ଘୋଟାଲାର ତଦନ୍ତ କରାଯିବ ବୋଲି କହିଛନ୍ତି କଂଗ୍ରେସ ନେତା ।

ଏହାସହ କ୍ୟାମେରା ଆଗରେ ଜିଲ୍ଲାପାଳ କିଛି କହିବାକୁ ମନା କରିଛନ୍ତି । ସେ କହିବା କଥା ଏହି ଘଟଣାଟି କୋର୍ଟରେ ବିଚାରଧୀନ ଥିବାରୁ କିଛି କହିହେବନି । ଅନ୍ୟପଟେ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ଅଭିଯୋଗର କିଛି ବି ସତ୍ୟତା ନାହିଁ । ଡଙ୍କାରୀ ପାହାଡ଼ ଲୁଟରେ କୌଣସି ବିଜେଡି ନେତାଙ୍କ ହାତ ନାହିଁ ବୋଲି ଜଣେ ବରିଷ୍ଠ ବିଜେଡି ନେତା ପ୍ରକାଶ କରିଛନ୍ତି ।

ମୁଖ୍ୟ କଥା ହେଲା ବିନା ପରିବେଶ ମଞ୍ଜୁରୀରେ କୋଟିକୋଟି ଟଙ୍କାର କଳାପଥର ଚୋରାଚାଲାଣ କରି ମୁନାଫା କମାଉଛନ୍ତି ଲିଜଧାରୀ । ହେଲେ ସେମାନେଙ୍କ ଠାରୁ ରାଜସ୍ବ ଆଦାୟ କରିବା ପରିବର୍ତ୍ତେ ସେମାନଙ୍କ ପ୍ରତି ଓଲଟା ଅନୁକମ୍ପା ଦେଖାଇବା ନେଇ ସୃଷ୍ଟି ହେଉଛି ଅନେକ ପ୍ରଶ୍ନବାଚୀ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଭାରତ

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.