ETV Bharat / state

ଜମିପଟ୍ଟା ଫେରାଇବା ଦାବିରେ ଦଳିତ ମୋର୍ଚ୍ଚାର ବିକ୍ଷୋଭ

ଜମିପଟ୍ଟା ଫେରାଇବାକୁ ଦଳିତ ମୋର୍ଚ୍ଚାର ଦାବି । ଜମିପଟ୍ଟା ଫେରାଇବା ଦାବିରେ ଦଳିତ ମୋର୍ଚ୍ଚା ଆଜି ରାଜରାସ୍ତାକୁ ଓହ୍ଲାଇଛି । ଆମ ଠାରୁ ଜମି ନେବାପରେ ଭୂମିହୀନ ହୋଇଯାଇଛୁ ଆମେ । ତେଣୁ ସରକାର ଆମକୁ ଘର ଖଣ୍ଡେ ଦେବାସହ ଆମ ଜମି ଆମକୁ ଫେରାଇ ଦିଅ । ଅଧିକ ପଢ଼ନ୍ତୁ

author img

By

Published : Sep 12, 2022, 6:20 PM IST

Updated : Sep 12, 2022, 6:47 PM IST

ଜମିପଟ୍ଟା ଫେରାଇବା ଦାବିରେ ଦଳିତ ମୋର୍ଚ୍ଚାର ବିକ୍ଷୋଭ
ଜମିପଟ୍ଟା ଫେରାଇବା ଦାବିରେ ଦଳିତ ମୋର୍ଚ୍ଚାର ବିକ୍ଷୋଭ

ଯାଜପୁର : ଜମିପଟ୍ଟା ଫେରାଇବା ଦାବିରେ ଦଳିତ ମୋର୍ଚ୍ଚାର ବିକ୍ଷୋଭ । ବ୍ୟାସନଗର ଅଞ୍ଚଳରେ ରହୁଥିବା ଦଳିତ ପରିବାରକୁ ମୌଳିକ ସୁବିଧା ପ୍ରଦାନ ଦାବିରେ ପୌର କାର୍ଯ୍ୟାଳୟ ଆଗରେ ରାଜ୍ୟ ଦଳିତ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ କରାଯାଇଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ବ୍ୟାସନଗର ସ୍ଥିତ ଜରି ସାହିରେ । ଏଠାରେ ଯେଉଁ ମାନଙ୍କୁ ଭୂମିହୀନ କରାଯାଇଛି ସେମାନଙ୍କୁ ତାଙ୍କର ଜମିପଟ୍ଟା ଫେରାଇବା ଦାବିରେ ଏହି ବିକ୍ଷୋଭ କରାଯାଇଛି ।

ସୂଚନାନୁସାରେ ଜରି ସାହିରେ ଶତାଧିକ ଦଳିତ ପରିବାର ଅନେକ ଦିନ ହେବ ବସବାସ କରୁଛନ୍ତି । ମାତ୍ର ଏମାନଙ୍କ ନିକଟରେ ନା ଅଛି ଜମିପଟ୍ଟା, ନା ରେସନ କାର୍ଡ । ଜମିପଟ୍ଟା ନଥିବାରୁ ଅନେକ ସରକାରୀ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି ଜରିସାହି ବାସିନ୍ଦା । ଏନେଇ ଆନ୍ଦୋଳନକାରୀମାନେ କହିଛନ୍ତି, ''ରହିବାକୁ ଘରଟିଏ ନାହିଁ । ବର୍ଷା ହେଲେ ବାହାରେ ରହିବାକୁ ପଡୁଛି । କାରଣ ଘର ଭିତରେ ପାଣି ପଶି ଯାଉଛି । ଆଉ ଘରେ ବର୍ଷାପାଣି ଥିବାରୁ ସାପ, ବେଙ୍ଗ ମଧ୍ୟ ପଶିଯାଉଛନ୍ତି । ଏହାରି ଭୟରେ ଘର ଭିତରେ ରହିବାକୁ ସାହାସ ହେଉନି । ଆମ ଠାରୁ ଜମି ନେବାପରେ ଏବେ ଭୂମିହୀନ ହୋଇଯାଇଛୁ ଆମେ । ପିଲାଛୁଆ ଧରି ରାସ୍ତା ଉପରେ ପଡ଼ି ରହିଛୁ । ତେଣୁ ସରକାର ଆମକୁ ଘର ଖଣ୍ଡେ ଦେବାସହ ଆମ ଜମି ଆମକୁ ଫେରାଇ ଦେଲେ ଆମ ଛୁଆପିଲା ଭଲରେ ଚଳିପାରିବେ ବୋଲି ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି ଆନ୍ଦୋଳନକାରୀ ।''

ଅନ୍ୟପକ୍ଷରେ ଏମାନଙ୍କ ପାଖରେ ଜମିପଟ୍ଟା ନଥିବାରୁ ଅନେକ ସରକାରୀ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି । ତେବେ ଏହି ବସ୍ତିବାସିନ୍ଦାଙ୍କ ସହିତ ସହରରେ ରହୁଥିବା ଅନେକ ଦଳିତ ପରିବାରଙ୍କୁ ମୌଳିକ ସୁବିଧା ଦାବିରେ ଆଜି ରାଜ୍ୟ ଦଳିତ ମୋର୍ଚ୍ଚା ସମ୍ପାଦକ ଶାସ୍ତ୍ରୀବହାଦୁରଙ୍କ ନେତୃତ୍ୱରେ ବ୍ୟାସନଗର ପୌରକାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରାଯାଇଛି । ସେପଟେ ଏହି ଘଟଣା ଉପରେ ଜିଲ୍ଲାପାଳ ହସ୍ତକ୍ଷପ କଲାପରେ ବିକ୍ଷୋଭ ବନ୍ଦ ହେଇଥିଲା ।

ଏନେଇ ରାଜ୍ୟ ଦଳିତ ସଙ୍ଘ ସମ୍ପାଦକ କହିଛନ୍ତି, ''ବ୍ୟାସନଗର ମ୍ୟୁନସିପାଲଟିରେ ଏହି ବସ୍ତିବାସିନ୍ଦା ଦୀର୍ଘ ୨୦-୨୫ ବର୍ଷ ହେବ ରହିଆସିଛନ୍ତି । ଏମାନେ ଖାଲି ଭୋଟ ଦେଇ ଚାଲିଛନ୍ତି । କାରଣ ଏମାନଙ୍କ ପାଖରେ କେବଳ ଭୋଟରକାର୍ଡ ଅଛି । ତା ଛଡ଼ା ନା ଅଛି ଜମିପଟ୍ଟା, ନା ରାସନକାର୍ଡ, ନା ଆଧାରକାର୍ଡ । କେବଳ ଭୋଟ୍ ଦେବା ପାଇଁ ପାଖରେ ଅଛି ଭୋଟର ଆଇକାର୍ଡ ।

ଆଉ ଏବେ ପାଖରେ ଜମି ନଥିବାରୁ ଭୂମିହୀନ ହୋଇପଡ଼ିଛନ୍ତି ବ୍ୟାସନଗର ମ୍ୟୁନସିପାଲଟି ବାସିନ୍ଦା । ତେବେ ଏ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଜିଲ୍ଲାପାଳ ଏହାର ସମାଧାନ ତୁରନ୍ତ କରିବା ପାଇଁ ମ୍ୟୁନସିପାଲିଟ ଅଫିସରଙ୍କୁ କହିଥିଲେ । ଏପରିକି ଯେଉଁ ବାସିନ୍ଦା ଯିବାକୁ ଚାହୁଁଛନ୍ତି ସେମାନଙ୍କୁ ତୁରନ୍ତ ପଟ୍ଟା ଦିଅ । କିନ୍ତୁ ଆଜି ଯାଏଁ ତାହାର ସମାଧାନ ହୋଇପାରିନି । ତେଣୁ ଯଦି ଆମକୁ ପଟ୍ଟା ନମିଳେ ତାହାଲେ ଆମେ ଏଡିଏମଓ ଅଫିସ ଘେରାଉ କରିବୁ ।''

ଇଟିଭି ଭାରତ, ଯାଜପୁର

Last Updated : Sep 12, 2022, 6:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.