ETV Bharat / state

ଭୂମିହୀନଙ୍କୁ ପଟ୍ଟା ଦାବି: ଆସନ୍ତା ୧୦ ତାରିଖ ଦଳିତ ଆଦିବାସୀ ସଂଘର ପଦଯାତ୍ରା

author img

By

Published : Dec 8, 2021, 7:02 PM IST

Updated : Dec 8, 2021, 7:30 PM IST

ବ୍ୟାସନଗର ପୌରପରିଷଦର ବିଭିନ୍ନ ୱାର୍ଡରେ ଅନେକ ଦଳିତ ଆଦିବାସୀ ମୌଳିକ ସୁବିଧାରୁ ବଞ୍ଚିତ । ଭୂମିହୀନଙ୍କୁ ପଟ୍ଟା ଦେବା ଦାବିରେ ଆସନ୍ତା ୧୦ ତାରିଖ ଦଳିତ ଆଦିବାସୀ ସଂଘ ପଦଯାତ୍ରା ଘୋଷଣା । ଅଧିକ ପଢନ୍ତୁ

Homeless familyଙ୍କୁ ପଟ୍ଟା ଦାବି: ଆସନ୍ତା ୧୦ ତାରିଖ ଦଳିତ ଆଦିବାସୀ ସଂଘର ପଦଯାତ୍ରା

ଯାଜପୁର: ଭୂମିହୀନଙ୍କୁ ପଟ୍ଟା ଦେବା ଦାବିରେ ଆସନ୍ତା ୧୦ ତାରିଖ ଦଳିତ ଆଦିବାସୀ ସଂଘର ପଦଯାତ୍ରା । ଚୋରଦା ଛକସ୍ଥିତ କାର୍ଯ୍ୟାଳୟରେ ଏହି ସୂଚନା ଦେଲା ସଙ୍ଘ। ସୂଚନା ମୁତାବକ ବ୍ୟାସନଗର ପୌରପରିଷଦର ବିଭିନ୍ନ ୱାର୍ଡରେ ଅନେକ ଦଳିତ ଆଦିବାସୀ ବସବାସ କରୁଛନ୍ତି । ମାତ୍ର ଏମାନେ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି । ଏହି ଆଦିବାସୀମାନେ ବିଭିନ୍ନ ସମୟରେ ଏକ ଜମିପଟ୍ଟା ପାଇଁ ତହସିଲ ପ୍ରଶାସନ ନିକଟକୁ ଧାଇଁ ଧାଇଁ ନୟାନ୍ତ ହୋଇପଡିଛନ୍ତି ।

ତେବେ ଏହି ଆଦିବାସୀ ଦଳିତମାନେ କିଭଳି ଜମିପଟ୍ଟା ସାଙ୍ଗକୁ ଅନ୍ୟାନ୍ୟ ମୌଳିକ ସୁବିଧା ପାଇବେ, ସେଥିପାଇଁ ଜାତୀୟ ଦଳିତ ଆଦିବାସୀ ସଙ୍ଘ ଆସନ୍ତା ୧୦ ତାରିଖରେ ବ୍ୟାସନଗରସ୍ଥିତ ଚୂନଭାଟି ଆଦିବାସୀ ସାହିରୁ ଦଳାସ୍ଥିତ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ପଦଯାତ୍ରା ପାଇଁ ଡାକରା ଦେଇଛି । ତେବେ ଏହି ପଦଯାତ୍ରାରେ ହଜାର ହଜାର ଦଳିତ ଆଦିବାସୀ ଯୋଗ ଦେବାକୁ ରାଜ୍ୟ ଦଳିତ ମୋର୍ଚ୍ଚା ସମ୍ପାଦକ ଶାସ୍ତ୍ରୀବାହାଦୂର ପ୍ରଧାନ ସମ୍ବାଦିକ ସମ୍ମିଳନୀରେ ନିବେଦନ କରିଛନ୍ତି।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Last Updated : Dec 8, 2021, 7:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.