ETV Bharat / state

ରେଳ ଷ୍ଟେସନ ସାମ୍ନାରେ ପାସେଞ୍ଜର ସଂଘର ଧାରଣା, ବିଭିନ୍ନ ସମସ୍ୟା ସମାଧାନ ଦାବି

ଯାଜପୁର ରୋଡ ରେଳ ଷ୍ଟେସନ ସମ୍ମୁଖରେ ବିଭିନ୍ନ ସମସ୍ୟାର ସମାଧନ ଦାବିରେ ଡେଲି ପାସେଞ୍ଜର ସଙ୍ଘର ଧାରଣା । ଅଧିକ ପଢନ୍ତୁ...

daily passenger union protest in front of jajpur road station
ବିଭିନ୍ନ ସମସ୍ୟାର ସମାଧନ ଦାବିରେ ଡେଲି ପସେଞ୍ଜର ସଂଘର ଧାରଣା
author img

By

Published : Sep 26, 2021, 4:49 PM IST

ଯାଜପୁର: ବିଭିନ୍ନ ସମସ୍ୟାର ସମାଧନ ଦାବିରେ ଡେଲି ପସେଞ୍ଜର ସଙ୍ଘର ଧାରଣା । ଯାଜପୁର ରୋଡ ରେଳ ଷ୍ଟେସନ ସମ୍ମୁଖରେ ଡେଲି ପାସେଞ୍ଜରଙ୍କର ବିଭିନ୍ନ ସମସ୍ୟାର ସମାଧନ ଦାବିରେ ଡେଲି ପାସେଞ୍ଜର ସଙ୍ଘର ଧାରଣା ।

ବିଭିନ୍ନ ସମସ୍ୟାର ସମାଧନ ଦାବିରେ ଡେଲି ପସେଞ୍ଜର ସଂଘର ଧାରଣା

ରବିବାର ରାଜ୍ୟ ଡେଲି ପସେଞ୍ଜର ସଙ୍ଘର ଆବାହକ ପୂର୍ଣ୍ଣଚନ୍ଦ୍ର ଦାସଙ୍କ ନେତୃତ୍ବରେ ବିଭିନ୍ନ ସମସ୍ୟାର ସମାଧନ ଦାବିରେ ଧାରଣା ଦିଆଯାଇଛି । ସମସ୍ତ ଡେ଼ଲି ପାସେଞ୍ଜର ଟ୍ରେନ ଚଳାଚଳ ଓ ଷ୍ଟେସନ କାଉଣ୍ଟରରେ ଡେ଼ଲି ଓ ସିଜିନ ଟିକେଟ ବିକ୍ରି ବ୍ୟବସ୍ଥା ଦାବିରେ ଓଡିଶାର ପ୍ରତେକ ଷ୍ଟେସନ ସମ୍ମୁଖରେ ଡେ଼ଲି ପାସେଞ୍ଜର ସଂଘ ପକ୍ଷରୁ ଧାରଣା ଦିଆଯାଉଛି । କୋରେଇ,ବ୍ୟାସନଗର ଅଞ୍ଚଳରୁ ଶତାଧିକ ଦିନ ମଜୁରିଆ ଓ ସରକାରୀ ଚାକିରିଆ ପ୍ରତ୍ୟେକ ଦିନ କଟକ ଭୁବନେଶ୍ବରକୁ ଯାଆ ଆସ କରନ୍ତି । ରେଳ ଯାତ୍ରୀ ଭଡା ଅହେତୁକ ବୃଦ୍ଧିରେ ଅତିଷ୍ଠ ହୋଇଯାଇଛନ୍ତି ଯାତ୍ରୀ I ଯେଉଁମାନେ ପ୍ରତ୍ୟେକ ଦିନ ଟ୍ରେନ ଉପରେ ନିର୍ଭର କରିନ୍ତି ସେମାନଙ୍କ ଲାଗି ସିଜିନ ଟିକେଟର ବ୍ୟବସ୍ଥା କରାଯିବା ପାଇଁ ଦାବି କରିଛନ୍ତି ।

ଦେଶର ଅନ୍ୟ ରାଜ୍ୟ ଆନ୍ଧ୍ର ପ୍ରଦେଶ ତାମିଲନାଡୁ ଡେଲି ପାସେଞ୍ଜର ଚାଲୁଥିବାବେଳେ ଓଡିଶାରେ ବନ୍ଦ ରହିଛି । ଏହା ସହ ସମସ୍ତ ପାସେଞ୍ଜର ଟ୍ରେନ ଚଳାଚଳ କରିବା ପାଇଁ ଦାବି କରିଛନ୍ତି । ଡେ଼ଲି ପାସେଞ୍ଜର ସଙ୍ଘ ପକ୍ଷରୁ ଯାଜପୁର ରୋଡ଼ ଷ୍ଟେସନ ମାଷ୍ଟରଙ୍କ ଜରିଆରେ କେନ୍ଦ୍ର ରେଳମନ୍ତ୍ରୀଙ୍କ ନିକଟକୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ I ଏହି ଧାରଣାରେ ଅନେକ ଡେଲି ପସେଞ୍ଜର ଉପରେ ନିର୍ଭର କରୁଥିବା ସାଧାରଣ ନାଗରିକ ଯୋଗ ଦେଇଥିଲେ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.