ETV Bharat / state

ମାତିଛନ୍ତି ସାଇବର ଠକ, ଗ୍ରାହକ ବେଶରେ ଲୁଟି ନେଲେ ଟଙ୍କା

ଅଭିନବ ଉପାୟରେ ଆଖି ପିଛୁଳାକେ ଲୁଟୁଛନ୍ତି ଲୁଟେରା । ଯାଜପୁର ରୋଡ ଥାନା କହ୍ନେଇପୁର ଅଞ୍ଚଳରେ ଜଣେ ମହିଳାଙ୍କଠାରୁ ୭ ହଜାର ଟଙ୍କା ଲୁଟି ନେଇଛି ଠକ । ଅଧିକ ପଢନ୍ତୁ...

ମାତିଛନ୍ତି ସାଇବର ଠକ
ମାତିଛନ୍ତି ସାଇବର ଠକ
author img

By

Published : Aug 12, 2021, 11:05 AM IST

ଯାଜପୁର: ମାତିଛନ୍ତି ସାଇବର ଠକ । ଅଭିନବ ଉପାୟରେ ଆଖି ପିଛୁଳାକେ ଲୁଟୁଛନ୍ତି ଲୁଟେରା । ଜଣେ ମହିଳାଙ୍କଠାରୁ ହ୍ବାଟ୍ସଆପ ଯୋଗେ ଲୁଟି ନେଇଛନ୍ତି ଟଙ୍କା । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ରୋଡ ଥାନା କହ୍ନେଇପୁର ଅଞ୍ଚଳରେ ।

ମାତିଛନ୍ତି ସାଇବର ଠକ

ସୂଚନାଅନୁସାରେ, ସ୍ବପ୍ନା ବେହେରା ନାମକ ଜଣେ ମହିଳା ଅନଲାଇନରେ ଶାଢୀ ବ୍ୟବସାୟ କରନ୍ତି । ଶାଢୀ କିଣିବାକୁ ଫେସବୁକରେ ଜୈନିକ ବ୍ୟକ୍ତ ତାଙ୍କୁ ମେସେଜ କରିଥିଲା । ୬ ହଜାର ଟଙ୍କାର ଦୁଇଟି ଶାଢୀ ନେବାକୁ କହିଥିଲା । ଏହା ପରେ ସ୍ବପ୍ନାଙ୍କ ଫୋନ ପେ ନମ୍ବର ମାଗିଥିଲା । ଟ୍ରାଏଲ ବେସରେ ଏକ ଟଙ୍କା ପଠାଇବାକୁ କହିଥିଲେ । ଟଙ୍କା ଯିବାରେ ଫେଲ ହେବାରୁ ବ୍ୟକ୍ତ ଜଣଙ୍କ ସ୍ବପ୍ନାଙ୍କ ହ୍ବାଟ୍ସଆପ ନମ୍ବରରେ ଏକ ସ୍କାନର ପଠାଇ ସ୍କାନ କରିବାକୁ କହିଥିଲେ ।

ସ୍ବପ୍ନା ସ୍କାନ କରିବା ମାତ୍ରେ ତାଙ୍କ ଆକାଉଣ୍ଟରୁ ଆଖି ପିଛୁଳାକେ ୭ ହଜାର ଟଙ୍କା ଗାଏବ ହୋଇ ଯାଇଥିଲା । ଏହା ପରେ ସ୍ବପ୍ନା ସେହି ନମ୍ବରକୁ କଲ କାଲାପରେ ସେହି ବ୍ୟକ୍ତି ଫୋନ ସୁଇଜ ଅଫ କରି ଦେଇଥିଲା । ଯେତେ ଚେଷ୍ଟା କଲେ ବି ସେହି ବ୍ୟକ୍ତି ବିଷୟରେ କିଛି ବି ସୁରାକ ପାଇ ନଥିଲେ ସ୍ବପ୍ନା, ତେବେ ସ୍ବପ୍ନା ଏକ ସାଇବର ଠକାମିର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ଏ ନେଇ ସ୍ବପ୍ନା ଯାଜପୁର ରୋଡ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ପକ୍ଷରୁ ଏ ନେଇ କିଛି ପ୍ରତିକ୍ରିୟା ମିଳି ପାରିନାହିଁ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.