ଯାଜପୁର: ଦୀର୍ଘ ଅଢେଇ ବର୍ଷ ପରେ ଦୁଷ୍କର୍ମକାରୀଙ୍କୁ ମିଳିଲା ଉଚିତ ଶାସ୍ତି । ଦୁଷ୍କର୍ମକାରୀଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଲେ ଜିଲ୍ଲା ଦୌରା ଜଜ । ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅଂଚଳରେ ଗତ ୨୦୧୭ ମସିହାରେ ହୋଇଥିବା ଆଦିବାସୀ ବିବାହିତ ମହିଳାଙ୍କୁ ଦୁଷ୍କର୍ମ ମାମଲାର ଶୁଣାଣୀ କରି ଏହି ରାୟ ଶୁଣାଇଛନ୍ତି ଅଦାଲତ ।
୨୦୧୭ ମସିହା ଜାନୁୟାରୀ ମାସ ୨୬ ତାରିଖରେ ପିଡିତା ଡୁବୁରୀ ହାଟରୁ ଫେରୁଥିବା ସମୟରେ ଅଭିଯୁକ୍ତ ଲାଦର ମହାକୁଡ ଭିମଟାଙ୍ଗର ଛକ ନିକଟରେ ତାଙ୍କୁ ଦୁଷ୍କର୍ମ କରିଥିଲେ । ଏହି ଘଟଣାରେ ମୋଟ ୧୩ ଜଣ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି ଅଦାଲତ ଅଭିଯୁକ୍ତଙ୍କୁ ଭାରତୀୟ ଦଣ୍ଡବିଧି ୩୭୬/୧ ଅନୁସାରେ ୭ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ 5 ହଜାର ଟଙ୍କା ଜୋରିମାନା ପାଇଁ ନିର୍ଦେଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ଆଇନଜିବୀ ସମରେନ୍ଦ୍ର ଦାସ ମାମଲା ପରିଚାଳନା କରିଥିଲେ ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ