ETV Bharat / state

ଫେସବୁକରେ ଆପତ୍ତିଜନକ ପୋଷ୍ଟ ଓ କମେଣ୍ଟ କରି ଦମ୍ପତି ଗିରଫ

ସାମାଜିକ ଗଣମାଧ୍ୟମ ଫେସବୁକରେ ଆପତ୍ତିନକ ପୋଷ୍ଟ କରି ବନ୍ଧା ହେଲେ ଦମ୍ପତି । ଅଧିକ ପଢନ୍ତୁ...

ଫେସବୁକରେ ଆପତ୍ତିଜନକ ପୋଷ୍ଟ କରି ଦମ୍ପତି ଗିରଫ

author img

By

Published : Aug 12, 2021, 1:32 PM IST

ଯାଜପୁର: ପୁଣି ସାମାଜିକ ଗଣମାଧ୍ୟମ ଫେସବୁକରେ ଆପତ୍ତିନକ ପୋଷ୍ଟ କରିବା ଦମ୍ପତିଙ୍କୁ ପଡିଲା ମହଙ୍ଗା । ଅଭିଯୋଗ ପରେ ବନ୍ଧା ହେଲେ ଦମ୍ପତି । ଯାଜପୁର ଦଶରଥପୁର ବ୍ଲକ ୭ ନଂ. ଜୋନ ଜିଲ୍ଲାପରିଷଦ ସଭ୍ୟା ମାମିନା ମଲ୍ଲିକଙ୍କ ଚରିତ୍ରକୁ ଇଙ୍ଗିତ କରି ପାଲଟପୁର ପଞ୍ଚାୟତର ଜ୍ୟୋତ୍ସ୍ନା ମହାପାତ୍ର ଏବଂ ସ୍ଵାମୀ ରତିକାନ୍ତ ସ୍ଵାଇଁଙ୍କୁ କୋର୍ଟ ଚାଲାଣ କରିଛି ମଙ୍ଗଳପୁର ପୋଲିସ ।

ଫେସବୁକରେ ଆପତ୍ତିଜନକ ପୋଷ୍ଟ ଓ କମେଣ୍ଟ କରି ଦମ୍ପତି ଗିରଫ

କିଛି ମାସ ତଳେ ଫେସବୁକ ମାଧ୍ୟମରେ ମାମିନାଙ୍କ ଆପତ୍ତିନକ ଫଟୋ ଓ ଅଶ୍ଳୀଳ ଭାଷା ପୋଷ୍ଟ କରି ଦମ୍ପତି ଗିରଫ ହୋଇଥିଲେ । ଉଭୟ ଜାମିନରେ ଆସିବା ପରେ ପୁଣି ମାମିନାଙ୍କ ବିରୋଧରେ ଫେସବୁକରେ ପୋଷ୍ଟ କରିଥିଲେ । ଏନେଇ ମାମିନା ପୁନର୍ବାର ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାପରେ ମାମିନା ଯାଜପୁର ଏସ ଡି ପି ଓ ଙ୍କୁ ଭେଟି ମହିଳାଙ୍କୁ ଗରିଫ କରିବାକୁ ଦାବି କରିଥିଲେ । ପୋଲିସ ଅଭିଯୁକ୍ତ ମହିଳା ଜ୍ୟୋତ୍ସ୍ନା ଓ ତାଙ୍କୁ ସହଯୋଗ କରିଥିବା ସ୍ୱାମୀ ରତିକାନ୍ତ ସ୍ୱାଇଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତଙ୍କ ବିରୋଧରେ ଆଇ ଟି ଆଇନର ଧାରା ୬୭ ସହିତ ଆଇପିସିର ବିଭିନ୍ନ ଧାରାରେ ମକଦ୍ଦମା ରୁଜୁ କରାଯାଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.