ETV Bharat / state

ନାଳ ପୁନଃରୁଦ୍ଧାରରେ ଦୁର୍ନୀତିର ଗନ୍ଧ, ପୋତି ହୋଇପଡୁଛି ଡମଶାଳା ନାଳ - ଡମଶାଳା ନାଳ ପୁନଃରୁଦ୍ଧାରରେ ଦୁର୍ନୀତିର ଗନ୍ଧ

ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳର ଡମଶାଳା ନାଳ ପୁନଃରୁଦ୍ଧାରରେ ଦୁର୍ନୀତିର ଗନ୍ଧ । ଠିକ୍‌ରେ କାମ ହୋଇନଥିବାରୁ ପୋତି ହୋଇଯାଉଛି ନାଳ । ଦେଖନ୍ତୁ ଏହି ରିପୋର୍ଟ...

ନାଳ ପୁନଃରୁଦ୍ଧାରରେ ଦୁର୍ନୀତିର ଗନ୍ଧ, ପୋତି ହୋଇପଡୁଛି ଡମଶାଳା ନାଳ

author img

By

Published : Jul 6, 2020, 2:19 PM IST

ଯାଜପୁର: ଖଣି ଖାଦାନରେ ଭରା ଯାଜପୁର ଜିଲ୍ଲାର ସୁକିନ୍ଦା ଅଞ୍ଚଳ । ଆଉ ଏହି ଖଣି ଉପତ୍ୟାକାର କାଳିଆପାଣି ଖଣି ଅଞ୍ଚଳ ଦେଇ ପ୍ରବାହିତ ହେଉଛି ଡମଶାଳା ନାଳ । ଦିନେ ଏହି ନାଳ ପାଣି, ଲୋକଙ୍କ ପିଇବା ଠୁ ଆରମ୍ଭ କରି ନିତ୍ୟ ବ୍ୟବହାର ତଥା ଚାଷ କାମରେ ଉପଯୋଗ କରାଯାଉଥିଲା । ହେଲେ ଧିରେ ଧିରେ ଖଣିର ବର୍ଜ୍ୟ ବସ୍ତୁରେ ଏହା ବିଷାକ୍ତ ହେବା ସହ ପୋତି ହୋଇଯାଉଛି ।

ନାଳ ପୁନଃରୁଦ୍ଧାରରେ ଦୁର୍ନୀତିର ଗନ୍ଧ, ପୋତି ହୋଇପଡୁଛି ଡମଶାଳା ନାଳ

ତେବେ 2018 ମସିହାରେ ଏହାର ପୁନଃରୁଦ୍ଧାର ନାଁରେ କେବଳ ନାଳ ଭିତରେ ଥିବା ମାଟି ଗୋଡି ଉଠାଇ ଦୁଇ କଡରେ ଢଳାଯାଇଥିଲା । ଯାହା ବର୍ଷା ପରେ ପୁଣି ନାଳରେ ଭର୍ତ୍ତି ହୋଇଯାଇଥିବା କୁହାଯାଉଛି ।

ସାରୁଆବିଲର ମହାଗିରି ପାହାଡରୁ ବାହାରି ଥିବା ଏହି ଡମଶାଳା ନାଳକୁ ପୁଣି ଥରେ ଲୋକଙ୍କ ଜଳଉତ୍ସ ସଜାଇବା ପାଇଁ 2018 ମସିହାରେ ସରକାର ଅଣ୍ଟା ଭିଡିଥିଲେ । 4 କୋଟି ଟଙ୍କାରେ ନାଳର ପୁନଃରୁଦ୍ଧାର ଓ ଉନ୍ନତିକରଣ କରାଯିବ ବୋଲି ଭିତ୍ତିପ୍ରସ୍ତର ମଧ୍ୟ ପଡିଛି ।

ହେଲେ ଏହାର ସୁଫଳ ସ୍ଥାନୀୟ ଲୋକେ ପାଇନଥିବାବେଳେ ଦୁଇବର୍ଷ ପୂର୍ବେ ନାଳର ଯେଉଁ ଅବସ୍ଥା ଥିଲା ସେହିପରି ହିଁ ରହିଥିବା ଦେଖିବାକୁ ମିଳିଛି । ସେପଟେ ଏନେଇ ଜଳସେଚନ ବିଭାଗ କୋର୍ଟକୁ ସ୍ଥାନୀୟ ବିଡିଓ ବଲ ଫିଙ୍ଗିଥିବାବେଳେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରି ଆବଶ୍ୟକ ପଦକ୍ଷେପ ନେବେ ବୋଲି କହିଛନ୍ତି ।

କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ନାଳର ପୁନଃରୁଦ୍ଧାର, ନାମକୁ ମାତ୍ର ହୋଇଥିବା ନାଳକୁ ଦେଖିଲେ ସ୍ପଷ୍ଟ ବାରି ହୋଇଯାଉଛି । ତେବେ ଏତେ ଟଙ୍କା କିପରି ଖର୍ଚ୍ଚ ହୋଇଛି ତାହା ତଦନ୍ତ ସାପେକ୍ଷ ବୋଲି ଦାବି ହେଉଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.