ETV Bharat / state

କୋରୋନା ପ୍ରଭାବ: ସର୍ବନିମ୍ନ କର୍ମଚାରୀରେ ଚାଲିବ କଳକାରଖାନା

author img

By

Published : Mar 24, 2020, 7:40 PM IST

ଯାଜପୁରରେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଛି ତତ୍ପରତା । ମଙ୍ଗଳବାର କଳିଙ୍ଗନଗର ଶିଳ୍ପସଂସ୍ଥାଙ୍କୁ ନେଇ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା ।

କୋରୋନା ପ୍ରଭାବ: ସର୍ବନିମ୍ନ କର୍ମଚାରୀରେ ଚାଲିବ କଳକାରଖାନା
କୋରୋନା ପ୍ରଭାବ: ସର୍ବନିମ୍ନ କର୍ମଚାରୀରେ ଚାଲିବ କଳକାରଖାନା

ଯାଜପୁର: କୋରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାରେ ଜାରି ହୋଇଛି ଲକଡାଉନ ନିୟମ । ସେଥିପାଇଁ ଯାଜପୁରରେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଛି ତତ୍ପରତା । ମଙ୍ଗଳବାର କଳିଙ୍ଗନଗର ଶିଳ୍ପସଂସ୍ଥାଙ୍କୁ ନେଇ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା ।

ଏହି ବୈଠକରେ ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଅଧ୍ୟକ୍ଷତା କରିଥିଲେ । କୋରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଯଥାସମ୍ଭବ ସର୍ବନିମ୍ନ କର୍ମଚାରୀଙ୍କୁ ନେଇ କଳକାରଖାନା ଚଳାଇବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଥିଲା । ସେହିପରି କାରଖାନାର ଉତ୍ପାଦନକୁ ପ୍ରଭାବିତ ନକରିବା ପାଇଁ ମଧ୍ୟ ପ୍ରଶାସନ ପକ୍ଷରୁ ସହଯୋଗ ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ କହିଥିଲେ ।

ଆବଶ୍ୟକସ୍ଥଳେ କାଁ ଭାଁ ବସ୍ ଚଳାଚଳ ପାଇଁ ଅନୁମତି ଦିଆଯାଇଛି । ଏହି ବୈଠକରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ଓ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପୋଲିସ୍ ଅଧିକାରୀ ଓ କଳକାରଖାନାର ପଦାଧିକାରୀ ବୈଠକରେ ଯୋଗ ଦେଇଥିଲେ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.