ଯାଜପୁର: ବ୍ୟାସନଗର ପୌର ପରିଷଦରେ ଏକ ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କୋରୋନାକୁ ନେଇ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ନିଳାଚଳ ନିଖିଳ ପାଲାସଂଘ ଓ ମା ଥାପତି ମାସ ସାମିଲ ହୋଇଥିଲେ ।
ଜାତୀୟ ସହରାଞ୍ଚଳ ସ୍ବାସ୍ଥ୍ୟ ମିଶନ ପକ୍ଷରୁ କୋରୋନା ନେଇ ସଚେତନତା ଓ ବିଭିନ୍ନ ରୋଗରୁ କିପରି ଦୂରେଇ ରହିବେ ତାହା ଲୋକକଳା ମାଧ୍ୟମରେ ଜନସଚେତନ କରାଇଥିଲେ ।
ଏଥିରେ ସ୍ଥାନୀୟ ଅଞ୍ଚଳର ଏସଏଚଜି ଗ୍ରୁପ ,ଅଙ୍ଗନୱାଡି ଓ ଆଶା କର୍ମୀଙ୍କ ସମେତ ବହୁ ମହିଳା ଯୋଗଦେଇ କିପରି ଗାଁ ଗହଳିରେ ନିଜର ପରିବେଶକୁ ସ୍ବଚ୍ଛ ରଖିବା ସହ ନିଜକୁ ସୁସ୍ଥ ରଖିବେ ତାହା ଘର ଘର ବୁଲି ସଚେତନତା ବାର୍ତ୍ତା ଦେଇଥିଲେ ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ