ETV Bharat / state

ରାହୁଲ ଗାନ୍ଧୀଙ୍କୁ ଇଡି ଜେରା ପ୍ରସଙ୍ଗ: ଯାଜପୁରରେ କଂଗ୍ରେସର ବିକ୍ଷୋଭ

author img

By

Published : Jun 18, 2022, 8:58 PM IST

କେନ୍ଦ୍ର ସରକାର ବିରୋଧରେ ଯାଜପୁର ଜିଲ୍ଲା କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ । ଇଡିକୁ ବ୍ୟବହାର କରି କଂଗ୍ରେସ ନେତାଙ୍କୁ ମୋଦି ସରକାର ହଇରାଣ ଉଦ୍ୟମ କରୁଥିବା ଅଭିଯୋଗ । ଅଧିକ ପଢ଼ନ୍ତୁ

ରାହୁଲ ଗାନ୍ଧୀଙ୍କୁ ଇଡି ଜେରା ପ୍ରସଙ୍ଗ: ଯାଜପୁରରେ କଂଗ୍ରେସର ବିକ୍ଷୋଭ
ରାହୁଲ ଗାନ୍ଧୀଙ୍କୁ ଇଡି ଜେରା ପ୍ରସଙ୍ଗ: ଯାଜପୁରରେ କଂଗ୍ରେସର ବିକ୍ଷୋଭ

ଯାଜପୁର: କେନ୍ଦ୍ର ସରକାର ବିରୋଧରେ ଜିଲ୍ଲା କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ । ମୋଦି ସରକାର କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଇଡିକୁ ବ୍ୟବହାର କରି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ସାଂସଦ ରାହୁଲ ଗାନ୍ଧୀଙ୍କୁ ଜେରା କରିବା ଏକ ଆକ୍ରୋଶମୂଳକ ରାଜନୀତି ବୋଲି ଅଭିଯୋଗ କରିଛି ଦଳ । ଆଜି ଏନେଇ (ଶନିବାର) ଜିଲ୍ଲା ଡାକଘର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣା ଦେଇଛନ୍ତି ଦଳୀୟ କର୍ମକର୍ତ୍ତା ।

ଜିଲା କଂଗ୍ରେସ ସଭାପତି ମନୋଜ ରାଉତଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ପ୍ରତିବାଦ ସମାବେଶରେ ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ, ଅଞ୍ଚଳ ଦାସ, ନାରୀନେତ୍ରୀ ବନ୍ଦିତା ପରିଡ଼ା, ବିଧାୟକ ପ୍ରାର୍ଥୀ ସନ୍ତୋଷ କୁମାର ନନ୍ଦ, ମୁଖପାତ୍ର ପଦ୍ମାକର ଗୁରୁଙ୍କ ସମେତ ବହୁ ଜିଲ୍ଲା ଓ ରାଜ୍ୟ ସ୍ତରୀୟ ନେତା ଯୋଗଦେଇ ମୋଦି ସରକାର ବିରୋଧରେ ଗର୍ଜିଥିଲେ । କେନ୍ଦ୍ର ସରକାର ଭୟ କରୁଥିବାରୁ ବିଭିନ୍ନ ଉପାୟରେ କଂଗ୍ରେସ ନେତାଙ୍କୁ ହଇରାଣ କରିବା ପାଇଁ ଉଦ୍ୟମ କରୁଛି ବୋଲି ଅଭିଯୋଗ କରିଛି ଦଳ । ଆଗାମୀ ଦିନରେ ବିଜେପି ଓ ମୋଦି ସରକାର ଏଭଳି ଆକ୍ରୋଶମୂଳକ ରାଜନୀତି ନ ଛାଡ଼ିଲେ ଆନ୍ଦୋଳନକୁ ବ୍ୟାପକ କରାଯିବା ନେଇ ଜିଲ୍ଲା କଂଗ୍ରେସ ଚେତାବନୀ ମଧ୍ୟ ଦେଇଛି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.