ETV Bharat / state

ରାହୁଲ ଗାନ୍ଧୀଙ୍କୁ ଇଡିର ମାରାଥନ ଜେରାକୁ କୋରେଇ କଂଗ୍ରେସର ବିରୋଧ

author img

By

Published : Jun 22, 2022, 7:36 AM IST

ନ୍ୟାସନାଲ ହେରାଲ୍ଡ ମାମଲାରେ ରାହୁଲ ଗାନ୍ଧୀଙ୍କୁ ଇଡିର ମାରାଥନ ଜେରାକୁ କୋରେଇ କଂଗ୍ରେସର ବିରୋଧ । ସଭାପତି ଅକ୍ଷୟ ଜେନାଙ୍କ ନେତୃତ୍ବରେ ଥାନା ସମ୍ମୁଖରେ ଅନୁଷ୍ଠିତ ଧାରଣାରେ ରାଜ୍ୟ ଶ୍ରମିକ କଂଗ୍ରେସ ସଭାପତିଙ୍କ ସମେତ ବହୁ ନେତା ଓ କର୍ମୀ ସାମିଲ । ଅଧିକ ପଢ଼ନ୍ତୁ

ରାହୁଲ ଗାନ୍ଧୀଙ୍କୁ ଇଡିର ମାରାଥନ ଜେରାକୁ କୋରେଇ କଂଗ୍ରେସର ବିରୋଧ
ରାହୁଲ ଗାନ୍ଧୀଙ୍କୁ ଇଡିର ମାରାଥନ ଜେରାକୁ କୋରେଇ କଂଗ୍ରେସର ବିରୋଧ

ଯାଜପୁର: କେନ୍ଦ୍ର ସରକାର ବିରୋଧରେ କୋରେଇ କଂଗ୍ରେସ ପକ୍ଷରୁ ଥାନା ସମ୍ମୁଖରେ ବିକ୍ଷୋଭ ଓ ଧାରଣା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଭଳି ନିରପେକ୍ଷ ସଂସ୍ଥାକୁ ମୋଦି ସରକାର ବ୍ୟବହାର କରି ଆକ୍ରୋଶମୂଳକ ରାଜନୀତିର ପରିଚୟ ଦେଇଥିବା ଅଭିଯୋଗ କରି ଆଜି କୋରେଇ ଥାନା ସମ୍ମୁଖରେ କଂଗ୍ରେସର ଧାରଣା । କେନ୍ଦ୍ର ସରକାର କଂଗ୍ରେସକୁ ଭୟ କରୁଥିବାରୁ ବିଭିନ୍ନ ଉପାୟରେ ଦଳୀୟ ନେତାଙ୍କୁ ହଇରାଣ କରିବା ପାଇଁ ଉଦ୍ୟମ କରୁଛି ବୋଲି ଦଳ ଅଭିଯୋଗ କରିଛି ।

ନ୍ୟାସନାଲ ହେରାଲ୍ଡ ମାମଲାରେ ଇଡି ରାହୁଲ ଗାନ୍ଧୀଙ୍କୁ ଲଗାତାର ଜେରା କରୁଛି । ଏହି ସମୟରେ କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟରେ ପୋଲିସ ପଶି ଭଙ୍ଗାରୁଜା କରିବା ସହ ଅନେକ ନେତାଙ୍କୁ ଉଠାଇ ନେଇଛି । ଏହା ବିରୋଧରେ କଂଗ୍ରେସ ପକ୍ଷରୁ କୋରେଇ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସଭାପତି ଅକ୍ଷୟ ଜେନାଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ଧାରଣାରେ ରାଜ୍ୟ ଶ୍ରମିକ କଂଗ୍ରେସ ସଭାପତିଙ୍କ ସମେତ ବହୁ ନେତା ଓ କର୍ମୀ ଯୋଗ ଦେଇ ମୋଦି ସରକାର ବିରୋଧରେ ବର୍ଷିଥିଲେ । ଆଗାମୀ ଦିନରେ ବିଜେପି ଓ ମୋଦି ସରକାର ଏଭଳି ହୀନ ରାଜନୀତି ବନ୍ଦ ନକଲେ ଆନ୍ଦୋନଳକୁ ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଛି କଂଗ୍ରେସ ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.