ଯାଜପୁର: କଳାହାଣ୍ଡିରେ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଅଭିଯୋଗ କରି ତାଙ୍କର ତୁରନ୍ତ ଇସ୍ତଫା ଦାବି କରି ଆଜି ଯାଜପୁର ବ୍ୟାସନଗରରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ସହ କୁଶପୁତ୍ତଳିକା ଦାହ କରାଯାଇଛି ।
କଂଗ୍ରେସ ନେତା ବିଦ୍ୟାଧର ମହାନ୍ତିଙ୍କ ନେତୃତ୍ବରେ ବ୍ୟାସନଗରର ଗୋପବନ୍ଧୁ ଛକ ନିକଟରେ ଦଳୀୟ କର୍ମୀମାନେ ମନ୍ତ୍ରୀଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କୁଶପୁତ୍ତଳିକା ଦାହ କରିଛନ୍ତି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗିରଫ ହେବା ପରେ ମନ୍ତ୍ରୀଙ୍କ ଭୂମିକା ସ୍ପଷ୍ଟ ହୋଇଥିବା ଅଭିଯୋଗ କରିଛି କଂଗ୍ରେସ। ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ କଂଗ୍ରେସ ପ୍ରତିବାଦ କରିବା ସହ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ