ETV Bharat / state

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ବିଭିନ୍ନ ମହଲରେ ନିନ୍ଦା - ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ବିଭିନ୍ନ ମହଲରେ ନିନ୍ଦା

ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ବାଛୋଳ ପଞ୍ଚାୟତର ବାମଦେବପୁର ଗାଁରେ ଘଟିଥିବା ନିର୍ବାଚନୀ ହିଂସା ଓ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାକୁ ନେଇ ବିଭିନ୍ନ ମହଲରେ ପ୍ରକାଶ ପାଇଛି ପ୍ରତିକ୍ରିୟା । ଅଧିକ ପଢନ୍ତୁ

ସମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ବିଭିନ୍ନ ମହଲରେ ନିନ୍ଦା

author img

By

Published : Feb 21, 2022, 10:39 PM IST

ଯାଜପୁର: ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ବାଛୋଳ ପଞ୍ଚାୟତର ବାମଦେବପୁର ଗାଁରେ ଘଟିଥିବା ନିର୍ବାଚନୀ ହିଂସା ଓ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାକୁ ନେଇ ବିଭିନ୍ନ ମହଲରେ ପ୍ରକାଶ ପାଇଛି ପ୍ରତିକ୍ରିୟା । ସାମ୍ବାଦିକ ମାନେ ଭିନ୍ନଭିନ୍ନ ସ୍ଥାନରେ ପ୍ରତିକ୍ରିୟା ପ୍ରଦର୍ଶନ କରିଛନ୍ତି । ସାମ୍ବାଦିକ, ଆଇନଜୀବୀ ଓ ବୁଦ୍ଧିଜୀବୀ ଓ ବିଭିନ୍ନ ରାଜନୈତିକ ସଂଗଠନ ଘଟଣାର ତୀବ୍ର ନିନ୍ଦା କରିବା ସହିତ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ସେପଟେ ଯାଜପୁର ଏସପିଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ବିଞ୍ଝାରପୁର ପୋଲିସ୍ ଏହି ଘଟଣାରେ 6 ଜଣ ମହିଳାଙ୍କ ସମେତ 11 ଜଣଙ୍କୁ ଗିରଫ୍ କରି କୋର୍ଟଚାଲାଣ କରିଥିବା ଯାଜପୁର ଏସପି ସୂଚନା ଦେଇଛନ୍ତି । ଥାନରେ ମଧ୍ୟ 30ରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ୍ । ବିଞ୍ଝାରପୁରର ବାଛୋଳ ପଞ୍ଚାୟତର 2 ନମ୍ବର ଓ 4 ନମ୍ବର ବୁଥରେ ବୁଥ ଜବରଦଖଲ ଚାଲିଥିବାବେଳେ ଖବର ସଂଗ୍ରହ ପାଇଁ ଯାଇଥିବା 3 ଜଣ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା ।

ସମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ବିଭିନ୍ନ ମହଲରେ ନିନ୍ଦା

ଏହି ଆକ୍ରମଣରେ ବୈଦ୍ୟୁତିକ ଗଣମାଧ୍ୟମର ତିନି ଜଣ ସାମ୍ବାଦିକ ଆହତ ହୋଇଥିଲେ । ଘଟଣାସ୍ଥଳରୁ ପୋଲିସ ସାମ୍ବାଦିକଙ୍କୁ ଉଦ୍ଧାର କରିଥିଲା । ଆହତଙ୍କ ମଧ୍ୟରେ ଗୁଲସନ୍ ନବାଜ୍ ଅଲ୍ଲୀ ଖାଁ ନାମକ ଜଣେ ସାମ୍ବାଦିକଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାବେଳେ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ଅଛନ୍ତି ।

ଆହତ ତିନି ଜଣ ସାମ୍ବାଦିକ ହେଲେ କଳିଙ୍ଗ ଟିଭିର ଯାଜପୁର ପ୍ରତିନିଧି ଦେବାଶିଷ ସାହୁ, ଅର୍ଗସର ବିଞ୍ଝାରପୁର ପ୍ରତିନିଧି ଗୁଲସନ ନବାଜ୍ ଅଲ୍ଲୀ ଖାଁ ଓ କନକ ଟିଭି ପ୍ରତିନିଧି ବିଜୟ ସାହୁ ବୋଲି ଜଣାପଡିଛି । ଗୁଲସନଙ୍କ ଅବସ୍ଥା ଏବେଯାଏଁ ବି ଗୁରୁତର ରହିଛି । ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସମୁହ ଦାବି ହୋଇଛି । ସେପଟେ ଅଭିଯୁକ୍ତ ମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ଦାବି ଜୋର ଧରିଛି । ସେପଟେ ଖୁବ୍ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ୍ କରାଯିବ ବୋଲି ଏସପି କହିଛନ୍ତି । ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.