ETV Bharat / state

ଜବରଦଖଲକାରୀଙ୍କ ବିରୋଧରେ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ - additional district collector

ଜିଲ୍ଲାର ଦତପୁର ଗାଁରେ ଥିବା ୧୫୦ ଏକର ଗୋଚର ଜମିକୁ ହଡପ କରିବାକୁ କିଛି ଲୋକ ଚକ୍ରାନ୍ତ କରୁଥିବା ନେଇ ଅତିରିକ୍ତ ଜିଲ୍ଲାପାଳଙ୍କ ଆଗରେ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ...

ଜବରଦଖଲକାରୀଙ୍କ ବିରୋଧରେ ଅତିରିକ୍ତ ଜିଲାପାଳଙ୍କ ନିକଟରେ ଅଭିଯୋଗ

author img

By

Published : Aug 18, 2020, 5:07 PM IST

ଯାଜପୁର: ଜିଲ୍ଲା ଦଶରଥପୁର ବ୍ଲକ ଦତପୁର ଗାଁରେ ଥିବା ୧୫୦ ଏକର ଗୋଚର ଜମିକୁ ଅକ୍ତିଆର କରିବାକୁ କେତେକ ମୁଷ୍ଟିମେୟ ବ୍ୟକ୍ତି ଚକ୍ରାନ୍ତ କରିଥିବା ଅଭିଯୋଗ ହୋଇଛି। ଏହି ଗୋଚର ଜମିରେ ବିଭିନ୍ନ ସରକାରୀ ପ୍ରକଳ୍ପ କରିବା ନାଁରେ ଜମିକୁ ଜବରଦଖଲ କରିବାକୁ ଯୋଜନା କରିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଜବରଦଖଲକାରୀଙ୍କ ବିରୋଧରେ ଅତିରିକ୍ତ ଜିଲାପାଳଙ୍କ ନିକଟରେ ଅଭିଯୋଗ

ଏହି ଜମିକୁ ଲୋକେ ଖେଳପଡିଆ ଭାବେ ବ୍ୟବହାର କରିଆସୁଥିଲେ ହେଁ ପ୍ରଭାବଶାଳୀ ଗୋଷ୍ଠୀ ଜବରଦଖଲ କରି ହଡପ କରିବାକୁ ଚକ୍ରାନ୍ତ କରୁଥିବା ଜିଲ୍ଲାପ୍ରଶାସନ ନିକଟରେ ଅଭିଯୋଗ ହୋଇଛି । ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ଯାଜପୁର ରାଜସ୍ୱ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଛି। ତୁରନ୍ତ ସେଠାରୁ ଜବରଦଖଲକାରୀଙ୍କୁ ଉଚ୍ଛେଦ କରି ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.