ETV Bharat / state

ନଗଡା ପରିଦର୍ଶନ ପରେ ସମୀକ୍ଷା କଲେ ଜିଲ୍ଲାପାଳ - ନଗଡା଼

ନଗଡା ବାସୀଙ୍କ ଆର୍ଥୀକ ବିକାଶ ପାଇଁ କୁକୁଡା, ମହୁ, ଧାନ, ମକା ବିଭିନ୍ନ ପନିପରିବା ଚାଷ ପ୍ରତି ଅଧିକ ଗୁରୁତ୍ୱ ଦେବାପାଈଁ ଓଡିଶା ମିଶନ ଶକ୍ତିକୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ ।

ଫଟୋ ସୌଜନ୍ଯ: ସମ୍ବାଦଦାତ, ଯାଜପୁର
author img

By

Published : Jul 10, 2019, 3:40 PM IST

Updated : Jul 10, 2019, 3:47 PM IST

ଯାଜପୁର: ଜିଲ୍ଲାର ଆଦିବାସୀ ଅଧୁଷିତ ନଗଡା ଅଞ୍ଚଳକୁ ଗସ୍ତକରି ସ୍ଥିତି ଅନୁଧ୍ୟାନ କରିଛି ପ୍ରଶାସନ । ଜିଲାପାଳ ରଞ୍ଜନ ଦାସଙ୍କ ନେତୃତ୍ୱରେ ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଡିଆରଡିଏ ପ୍ରକଳ୍ପ ନିର୍ଦେଶକ ମନୋଜ ବେହେରା,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରମୂଖ ନଗଡା ଗାଁରେ ପହଞ୍ଚି ସରକାରୀ ଯୋଜନା ସମ୍ପର୍କରେ ତଦାରଖ କରିଛନ୍ତି ।

ଭିଡିଓ ସୌଜନ୍ଯ: ସମ୍ବାଦଦାତ, ଯାଜପୁର

ତେବେ ଜିଲ୍ଲାପାଳ ନଗଡାରେ ହୋଇଥିବା ଉନ୍ନୟନମୂଳକ ଅଧପାନ୍ତରିଆ କାର୍ଯ୍ୟଗୁଡିକର ଦେଖି ବିଭାଗୀୟ ଅଧିକାରୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିବା ସହ ତୁରନ୍ତ ଏହି କାର୍ଯ୍ୟକୁ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅଞ୍ଚଳରେ ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ,ଗମନାଗମନ ଭଳି ମୌଳିକ ସମସ୍ୟା ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ଠାରୁ ମଧ୍ୟ ପଚାରିବୁଝିଥିଲେ ।

ସ୍ଥିତି ପରଖିବା ପରେ ଜିଲ୍ଲାପାଳ ସୁକିନ୍ଦା ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାର ସମସ୍ତ ପ୍ରଶାସନିକ ଅଧିକାରୀଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିଥିଲେ । ବୈଠକରେ ନଗଡା ବାସୀଙ୍କ ଆର୍ଥିକ ବିକାଶ ପାଇଁ କୁକୁଡା, ମହୁ, ଧାନ, ମକା ବିଭିନ୍ନ ପନିପରିବା ଚାଷ ପ୍ରତି ଅଧିକ ଗୁରୁତ୍ୱ ଦେବାପାଈଁ ଓଡିଶା ମିଶନ ଶକ୍ତିକୁ ନିର୍ଦ୍ଦେଶ ଦେଇଥିଲେ । ଏହା ଛଡ଼ା ନଗଡାରେ ପକ୍କାଘର ପାଇନଥିବା ହିତାଧିକାରୀଙ୍କୁ ତୁରନ୍ତ ଯୋଗାଇ ଦେବାପାଇଁ କହିଥିଲେ । ବର୍ତମାନ ଏଠାକାର ରେ ମୁଖ୍ୟ ସମସ୍ୟା ଥିବା ଆଲୋକିକରଣକୁ ଆସନ୍ତା ଜୁଲାଇ ୧୫ତାରିଖ ସୁଧା ଶେଷ କରିବା ପାଇଁ ବିଦ୍ୟୁତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଅସ୍ଥାୟୀ ଆଜବେଷ୍ଟ ଘରେ ଚାଲୁଥିବା ଅଙ୍ଗନୱାଡି କେନ୍ଦ୍ର ପରିବର୍ତ୍ତେ ସ୍ଥାୟୀ କୋଠାଘର ନିର୍ମାଣ କରିବା ପାଇଁ କହିଛନ୍ତି ଜିଲ୍ଲାପାଳ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:

SLUG – Collector at Nagada
FORMAT – AVb
REPORT – Gyanaranjan ojha
PLACE – Jajpur
DATE – 10 . 07 . 19
Anchor – ଯାଜପୁର ଜିଲ୍ଲା ପ୍ରଶାସନ ନଗଡା ଅଞ୍ଚଳ ଗସ୍ତ କରି ପରିସ୍ଥିତି ର ଅନୁଧ୍ୟାନ କରିଛନ୍ତି। ଜିଲାପାଳ ରଂଜନ ଦାସଙ୍କ ନେତୃତ୍ୱରେ ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଡିଆରଡିଏ ପ୍ରକଳ୍ପ ନିର୍ଦେଶକ ମନୋଜ ବେହେରା,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରମୂଖ ନଗଡା ଗାଁ ରେ ପହଂଚି ସରକାରୀ ଯୋଜନା ସମ୍ପର୍କରେ ତଦାରଖ କରିଥିଲେ। ତେବେ ଜିଲ୍ଲାପାଳ ନଗଡାରେ ହୋଇଥିବା ଉନ୍ନୟନ ମୁଳକ ଅଧପାନ୍ତରିଆ କାର୍ଯ୍ୟଗୁଡିକର ଦେଖି ବିଭାଗିୟ ଅଧିକାରୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିବା ସହ ତୁରନ୍ତ ଏହି କାର୍ଯ୍ୟକୁ ଶେଷ କରିବାକୁ ନିର୍ଦ୍ଦେସ ଦେଇଥିଲେ । ନଗଡା ଅଂଚଳରେ ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ,ଗମନାଗମନ ଭଳି ମୌଳିକ ସମସ୍ୟା ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ଠାରୁ ପଚାରିବୁଝିଥିଲେ । ନଗଡାରୁ ଜିଲ୍ଲାପାଳ ଫେରିବା ପରେ ସୁକିନ୍ଦା ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାର ସମସ୍ତ ପ୍ରଶାସନିକ ଅଧିକାରୀଙ୍କୁ ନେଇ ଏକ ସମିକ୍ଷା ବୈଠକ କରିଥିଲେ । ବୈଠକରେ ନଗଡା ବାସୀଙ୍କ ଆର୍ଥୀକ ବିକାଶ ପାଇଁ କୁକୁଡା , ମହୁ , ଧାନ , ମକା , ବିଭିନ୍ନ ପନିପରିବା ଚାଷ ପ୍ରତି ଅଧିକ ଗୁରୁତ୍ୱ ଦେବାପାଈଁ ଓଡିଶା ମିଶନ ଶକ୍ତିକୁ ନିର୍ଦ୍ଦେସ ଦେଇଥିଲେ । ତାଛଡା ନଗଡା ଅଂଚଳରେ ପକ୍କାଘର ପାଇନଥିବା ହିତାଧିକାରୀଙ୍କୁ ତୁରନ୍ତ ଯୋଗାଇ ଦେବାପାଇଁ କହିଥିଲେ । ବର୍ତମାନ ନଗଡା ଅଂଚଳରେ ମୁଖ୍ୟ ସମସ୍ୟାଥିବା ଆଲୋକି କରଣକୁ ଆସନ୍ତା ଜୁଲାଇ ୧୫ତାରିଖ ସୁଧା ଶେଷ କରିବା ପାଇଁ ବିଦ୍ୟୁତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଅସ୍ତାଇ ଆଜବେଷ୍ଟ ଘରେ ଚାଲୁଥିବା ଅଙ୍ଗନୱାଡି କେନ୍ଦ୍ର ପରିବର୍ତେ ସ୍ଥାୟି କୋଠାଘର ନିର୍ମାଣ କରିବା ପାଇଁ କହିଛନ୍ତି ଜିଲ୍ଲାପାଳ ।

ବାଇଟ – ରଞ୍ଜନ କୁମାର ଦାସ , ଜିଲ୍ଲାପାଳ , ଯାଜପୁର

Body:NewsConclusion:
Last Updated : Jul 10, 2019, 3:47 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.