ETV Bharat / state

ଓଡ଼ିଶା ହସ୍ତଶିଳ୍ପ ଅତ୍ୟନ୍ତ ସମୃଦ୍ଧ: ଅନୁପମ ଖେର

ଯାଜପୁର ହସ୍ତଶିଳ୍ପକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ । ଯାଜପୁରରେ ଅନୁଷ୍ଠିତ ଅନ୍ତର୍ଜାତୀୟ ହସ୍ତଶିଳ୍ପ ସମ୍ମିଳନୀର ଉଦଯାପନୀ ଉତ୍ସବରେ ଓଡ଼ିଶା ହସ୍ତଶିଳ୍ପକୁ ପ୍ରଶଂସା । ଅଧିକ ପଢ଼ନ୍ତୁ

author img

By

Published : Jan 22, 2023, 8:38 AM IST

Updated : Jan 22, 2023, 12:46 PM IST

International craft summit
ଅନ୍ତର୍ଜାତୀୟ ହସ୍ତଶିଳ୍ପ ସମ୍ମିଳନୀ
ଅନ୍ତର୍ଜାତୀୟ ହସ୍ତଶିଳ୍ପ ସମ୍ମିଳନୀ

ଯାଜପୁରର: ବ୍ୟାସନଗର ଠାରେ ଉଦଯାପିତ ହୋଇଛି ଦୁଇ ଦିନିଆ ଇଣ୍ଟରନ୍ୟାସନାଲ୍ କ୍ରାଫ୍ଟ ସମ୍ମିଟ୍ ବା ଅନ୍ତର୍ଜାତୀୟ ହସ୍ତଶିଳ୍ପ ସମ୍ମିଳନୀ । ରାଜ୍ୟ ହସ୍ତତନ୍ତ, ବସ୍ତ୍ର ଏବଂ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଓଡ଼ିଶାରେ ପ୍ରଥମଥର ପାଇଁ ଆୟୋଜିତ ହୋଇଛି ଏଭଳି ଏକ ବଡଧରଣର ସମ୍ମିଳନୀ । ଏହି ସମ୍ମିଳନୀରେ ଭାରତ ସମେତ 16ଟି ଦେଶର ପ୍ରତିନିଧି ଯୋଗଦେଇଥିଲେ l ଉଦଯାପନୀ ଉତ୍ସବରେ ଆନ୍ତର୍ଜାତିକ ସ୍ତରରେ ଖ୍ୟାତିଲାଭ କରିଥିବା ଶିଳ୍ପୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ହସ୍ତଶିଳ୍ପର ଉନ୍ନତି, ଭିତ୍ତିଭୂମିର ବିକାଶ, କାରିଗର, କଳାକାର ଓ ଶିଳ୍ପୀଙ୍କୁ ପ୍ରୋତ୍ସାହନ ଆଦି ଉପରେ ହୋଇଥିଲା ଜୋରଦାର ଚର୍ଚ୍ଚା ।

ଏହା ମଧ୍ୟ ପଢ଼ନ୍ତୁ: India's Best Police Station: ଦେଶର ସର୍ବଶ୍ରେଷ୍ଠ ଥାନା ଭାବେ ଆସିକା ଥାନା ପୁରସ୍କୃତ

ଉଦଯାପନୀ ଉତ୍ସବରେ ଅତିଥି ଭାବରେ ଯୋଗଦେଇଥିଲେ ପ୍ରଖ୍ୟାତ ବଲିଉଡ କଳାକାର ଅନୁପମ ଖେର, ଅତିରିକ୍ତ ଶାସନ ସଚିବ ପ୍ରଦୀପ କୁମାର ଜେନା ଓ ପ୍ରଖ୍ୟାତ ଶିଳ୍ପୀ ନରେଶ କୁମାର । ବଖାଣିଥିଲେ ଅନେକ ବିଜ୍ଞତା ଓ ଅଭିଜ୍ଞତା । ସେମାନଙ୍କ ସହ ସାମିଲ ହୋଇଥିଲେ ଅନେକ ଜ୍ଞାନୀଗୁଣୀ ବ୍ୟକ୍ତିବିଶେଷ । ହସ୍ତଶିଳ୍ପର ବିକାଶ ଓ କଳାକାର, କାରିଗରଙ୍କୁ ପ୍ରୋତ୍ସାହନ ଯୋଗାଇବାକୁ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡରେ ସମ୍ମିଳନୀକୁ ଉଦଘାଟନ କରିଥିଲେ ।

ଉଦଘାଟନୀ ଉତ୍ସବରେ ମନ୍ତ୍ରୀ ପାରିଷଦ ଓ ବଲିଉଡ଼ ଅଭିନେତ୍ରୀ ଦିୟା ମିର୍ଜାଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ । ଏଥିରେ ଭାରତ ସମେତ ମୋଟ ୧୬ଟି ଦେଶର ପ୍ରତିନିଧି, ୨୦ ଜଣ ଆନ୍ତର୍ଜାତୀୟ କଳାକାର, ୫୦ରୁ ଊର୍ଦ୍ଧ୍ବ ବକ୍ତା ଏବଂ ଜାତୀୟ ଆନ୍ତର୍ଜାତୀୟ ସ୍ତରର ଶତାଧିକ କାରିଗର ଓ ପ୍ରତିନିଧି ସାମିଲ ଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: Odisha BJP Office Bearers Meeting: ବିଜେପି ପଦାଧିକାରୀ ବୈଠକରେ 2ଟି ପ୍ରସ୍ତାବ ପାରିତ

ଯାଜପୁର ଜିଲ୍ଲା କାରିଗରୀ, କଳା ଓ ସଂସ୍କୃତି ପାଇଁ ପ୍ରସିଦ୍ଧ ଲାଭ କରିଥିବା ବେଳେ ବିଶ୍ବବ୍ୟାପୀ ଯାଜପୁର ସମେତ ରାଜ୍ୟର ହସ୍ତଶିଳ୍ପ ଓ କଳା କାରିଗରୀକୁ ଏହି ଆନ୍ତର୍ଜାତୀୟ ହସ୍ତଶିଳ୍ପ ସମ୍ମିଳନୀର ପ୍ଲାଟଫର୍ମ ପ୍ରଦାନ କରିଥିବା କହିଲେ ବକ୍ତା । ଦୁଇଦିନିଆ ସମ୍ମିଳନୀରେ ଭାରତ ସମେତ UNDP, UNESCO, UNHABITAT, UNICEF ପରି ବିଶ୍ବସ୍ତରୀୟ ସଂଗଠନଗୁଡିକର ବିଶେଷଜ୍ଞ ଏବଂ ବିଶ୍ବସ୍ତରୀୟ କଳାକାରମାନେ ଅଂଶଗ୍ରହଣ କରିଥିଲେ ।

ଏହା ଦ୍ବାରା ହସ୍ତଶିଳ୍ପର ସାମଗ୍ରିକ ବିକାଶ ସାଧିତ ହେବା ସହ କାରିଗରଙ୍କୁ ଅଧିକ ପ୍ରୋତ୍ସାହନ ମିଳିବ ଏବଂ ବିଦେଶୀ ପୁଞ୍ଜି ବିନିଯୋଗ ପାଇଁ ବାଟ ଫିଟିବ ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି । ଏହି ଅବସରରେ ଜାତୀୟ ଏବଂ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ହସ୍ତଶିଳ୍ପୀ ଓ କାରିଗରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଇଟିଭି ଭାରତ, ଯାଜପୁର

Last Updated : Jan 22, 2023, 12:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.