ETV Bharat / state

ଜମିବାଡ଼ିକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ, ୩ ଆହତ

author img

By

Published : May 23, 2021, 4:58 PM IST

କୋରେଇ ଥାନା କଡ଼ମା ଗାଁରେ ଜମିବାଡ଼ିକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ, ୩ ଆହତ ହୋଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

ଜମିବାଡ଼ିକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ, ୩ ଆହତ
ଜମିବାଡ଼ିକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ, ୩ ଆହତ

ଯାଜପୁର: କୋରେଇ ଥାନା କଡ଼ମା ଗାଁରେ ଜମିବାଡ଼ିକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ, ୩ ଆହତ ହୋଇଥିବା ସୂଚନା ମିଳିଛି । ଅଭିଯୋଗ କ୍ରମେ କଡମା ଗାଁରେ ଦୀର୍ଘ ୭୦ ବର୍ଷ ଧରି ରୁହନ୍ତି ଅକ୍ଷୟ ମଳିକ ଓ ତାଙ୍କ ପରିବାର । ତାଙ୍କ ଜମିକୁ ଲାଗି ରୁହନ୍ତି ତାଙ୍କର ଦାଦା ପୁଅ କ୍ରୀତ୍ତନ ମଳିକ ଓ ତାଙ୍କ ପରିବାର । ମାତ୍ର ଅକ୍ଷୟ ରହୁଥିବା ଜମି ମୋର କହି ବିଭିନ୍ନ ସମୟରେ କ୍ରୀତ୍ତନଙ୍କ ପରିବାର ଗଣ୍ଡଗୋଳ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ ଅକ୍ଷୟଙ୍କ ପରିବାର।

ତେବେ ଆଜି ଏହି ଘଟଣା ଉଗ୍ରରୂପ ନେଇଥିବା ଦେଖିବାକୁ ମିଳିଛି । ଆଗକୁ ବର୍ଷା ଆସୁଥିବାରୁ ଅକ୍ଷୟ ମଳିକ, ଶ୍ରୀଧର ଓ ରେଣୁ ମଳିକ ତାଙ୍କ ଘରକୁ ଛପର କରୁଥିଲା। ତେବେ ଏହି ଛପରକୁ ବିରୋଧ କରିଥିଲେ କୈଳାଶ ମଳିକ ଓ କାଳିଆ ମଳିକ। ମାତ୍ର ଏହାକୁ ଅକ୍ଷୟ ପରିବାର ଖାତିର ନକରି ଘର ଛପର କରିବାରେ ବ୍ୟସ୍ତ ରହିଲେ। ଏହାକୁ ଦେଖି ରେଣୁ ମଳିକଙ୍କ ଯାଆ ଜିନା ମଳିକ ଏକ ଧାରୁଆ ପନିକିରେ ଅକ୍ଷୟ, ତାଙ୍କ ସ୍ତ୍ରୀ ଓ ବଡ଼ ଭାଇ ଶ୍ରୀଧର ମଲ୍ଲିକକୁ ହାଣି ଦେଇଥିବା କୋରେଇ ଥାନାରେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗକୁ ଆଧାର କରି କୋରେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.