ETV Bharat / state

ପୋଲିଓ ବୁନ୍ଦା ଖାଇ ଆଖିବୁଜିଲା ଶିଶୁ, ମାଟିତଳୁ ମୃତଦେହ କାଢି ତଦନ୍ତ - child death in wrong injection in jajpur

ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ଓଳିଆ ଗ୍ରାମରେ ଭୁଲ୍ ଇଞ୍ଜେକସନ ଓ ପୋଲିଓ ବୁନ୍ଦା ଖାଇ ଜଣେ ଶିଶୁର ମୃତ୍ୟୁ ଘଟିଛି । ଏନେଇ ସୁକିନ୍ଦା ଥାନାରେ ଅଭିଯୋଗ ହେବାପରେ ବୁଧବାର ଅପରାହ୍ନରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମାଟିତଳୁ ଶିଶୁପୁତ୍ରର ମୃତଦେହକୁ କଢାଯାଇ ତଦନ୍ତ ଆରମ୍ଭ କରିଛି ସୁକିନ୍ଦା ପୋଲିସ । ଅଧିକ ପଢନ୍ତୁ...

child death in wrong injection in jajpur
ଭୁଲ ଇଞ୍ଜେକସନ ନେଇ ଶିଶୁର ମୃତ୍ୟୁ ଅଭିଯୋଗ
author img

By

Published : Feb 19, 2020, 7:19 PM IST

ଯାଜପୁର: ଭୁଲ୍ ଇଞ୍ଜେକସନ ଓ ପୋଲିଓ ବୁନ୍ଦା ଖାଇ ଜଣେ ଶିଶୁର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ଓଳିଆ ଗ୍ରାମରେ ଭୁଲ୍ ଇଞ୍ଜେକସନ ଓ ପୋଲିଓ ବୁନ୍ଦା ଖାଇ ଜଣେ ଶିଶୁର ମୃତ୍ୟୁ ଘଟିଛି । ଏନେଇ ସୁକିନ୍ଦା ଥାନାରେ ଅଭିଯୋଗ ହେବାପରେ ବୁଧବାର ଅପରାହ୍ନରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମାଟିତଳୁ ଶିଶୁପୁତ୍ରର ମୃତଦେହକୁ କଢାଯାଇ ତଦନ୍ତ ଆରମ୍ଭ କରିଛି ସୁକିନ୍ଦା ପୋଲିସ ।

ଭୁଲ ଇଞ୍ଜେକସନ ନେଇ ଶିଶୁର ମୃତ୍ୟୁ ଅଭିଯୋଗ

ସୂଚନା ଅନୁଯାୟୀ, ଗତ ୧୨ ତାରିଖ ଦିନ ସ୍ଥାନୀୟ ଆଶାକର୍ମୀଙ୍କ ଅନୁରୋଧ କ୍ରମେ ଓଳିଆ ଗ୍ରାମର ଜୟନ୍ତୀ ପଲେଇ ନିଜର ଏଗାର ମାସର ଶିଶୁପୁତ୍ରକୁ ନିକଟସ୍ଥ ଅଭୟପୁର ଅଙ୍ଗନବାଡି କେନ୍ଦ୍ରରେ ପୋଲିଓ ବୁନ୍ଦା ଖୁଆଇଥିଲେ । ଏଥିସହ ଅଙ୍ଗନବାଡି କେନ୍ଦ୍ରରେ ଶିଶୁଟିର ଦୁଇ ହାତରେ ଦୁଇଟି ଇଞ୍ଜେକସନ ଦିଆଯାଇଥିଲା ।

ଦୁଇଘଣ୍ଟା ପରେ ହଠାତ୍ ଶିଶୁଟିର ଝାଡାବାନ୍ତି ହେବାରୁ ଶିଶୁଟିକୁ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ ପୁଣି ଆଉ ଏକ ଇଞ୍ଜେକସନ ଦିଆଯାଇଥିଲା । ଫଳରେ ଶିଶୁଟି ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଉକ୍ତଦିନ ମଧ୍ୟରାତ୍ରିରେ ଶିଶୁଟିକୁ ଡୁବୁରୀ ସ୍ଥିତ ଟାଟା ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ମାତ୍ର ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ଗ୍ରାମବାସୀ ଶିଶୁର ମୃତଦେହକୁ ମାଟିତଳେ ପୋତିଦେଇଥିଲେ । ତେବେ ଗତ ମଙ୍ଗଳବାର ଜୟନ୍ତୀ ପଲେଇଙ୍କ ସ୍ବାମୀ ମାଗୁଣି ପଲେଇ ଏନେଇ ସୁକିନ୍ଦା ଥାନାରେ ଏକ ଅଭିଯୋଗ କରିବା ପରେ ବୁଧବାର ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶିଶୁପୁତ୍ରର ମୃତଦେହ ମାଟି ତଳୁ କଢାଯାଇ ପୋଲିସ ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ସରକାରଙ୍କ ପୋଲିଓ ବୁନ୍ଦା ଏବଂ ଇଞ୍ଜେକସନ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.