ETV Bharat / state

ସୁନିଧିଙ୍କ ମତୁଆଲା ଗୀତ ସହ ଯାଜପୁର ମହୋତ୍ସବ ଆରମ୍ଭ, ଭର୍ଚୁଆଲରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ - ମୁଖ୍ୟମନ୍ତ୍ରୀ ଭର୍ଚୁଆଲରେ କଲେ ଉଦଘାଟନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯାଜପୁର ମହୋତ୍ସବ ଏବଂ ପଲିଶ୍ରୀ ମେଳା ଉଦଘାଟନ କରିଛନ୍ତି । ଅଧିକ ପଢନ୍ତୁ

ଯାଜପୁର ଜିଲ୍ଲା ମହୋତ୍ସବ ଉଦଘାଟିତ
ଯାଜପୁର ଜିଲ୍ଲା ମହୋତ୍ସବ ଉଦଘାଟିତ
author img

By

Published : Feb 9, 2023, 9:50 PM IST

ଯାଜପୁର ଜିଲ୍ଲା ମହୋତ୍ସବ ଉଦଘାଟିତ, ଭର୍ଚୁଆଲରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଯାଜପୁର: ରଙ୍ଗାରଙ୍ଗ ପରିବେଶ ମଧ୍ୟରେ ଉଦଘାଟିତ ହେଲା ଯାଜପୁର ମହୋତ୍ସବ ଏବଂ ପଲିଶ୍ରୀ ମେଳା । ବାଳାଶ୍ରମ ପଡ଼ିଆରେ ଅନୁଷ୍ଠିତ ଏହି ମହୋତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିଥିଲେ । ଜିଲ୍ଲାର କଳା ସଂସ୍କୃତି ଏବଂ ଐତିହ୍ୟ ପରମ୍ପରାକୁ ପ୍ରଶଂସା କରିବା ସହିତ ଯାଜପୁର ଜିଲ୍ଲା ଆଗାମୀ ଦିନରେ ରାଜ୍ୟର ୧ ନମ୍ବର ଜିଲ୍ଲା ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସେପଟେ ବଲିଉଡ କଣ୍ଠଶିଳ୍ପୀ ସୁନିଧି ଚୌହାନ ଏବଂ ହାସ୍ୟ ଅଭିନେତା ସୁନୀଲ ଗ୍ରୋଭର ଦର୍ଶକଙ୍କୁ ବେଶ ମନୋରଞ୍ଜନ କରିଥିଲେ ।

ଏହାର ଉଦଘାଟନ ସମାରୋହରେ ଜିଲ୍ଲାର ସମସ୍ତ ବିଧାୟକ ଉପସ୍ଥିତ ଥିଲେ । ଭିନ୍ନକ୍ଷମ ସଶକ୍ତିକରଣ ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ଏଥିରେ ଯୋଗ ଦେଇ ଜିଲ୍ଲା କଳା ଓ ସାହିତ୍ୟ ସଂସ୍କୃତିକୁ ବେଶ ପ୍ରଶଂସା କରିଥିଲେ । ଗତ ଦୁଇ ବର୍ଷ ପରେ ଏହି ଜିଲ୍ଲା ମହୋତ୍ସବ ହେଉଥିବାରୁ ଜିଲ୍ଲାବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ଚଳିତ ବର୍ଷ ୧୫୦ରୁ ଊର୍ଦ୍ଧ ସ୍ବୟଂ ସହାୟକ ଗୋଷ୍ଠୀ ପଲ୍ଳିଶ୍ରୀ ମେଳାରେ ସାମିଲ ହୋଇଛନ୍ତି । ଏଥିସହିତ କୃଷି ଯନ୍ତ୍ରପାତି ମେଳା ମଧ୍ୟ ଆୟୋଜିତ ହୋଇଛି ।

ସେହିପରି ଏହି ଉଦଘାଟନୀ ସନ୍ଧ୍ୟା ବଲିଉଡ ଅଭିନେତ୍ରୀ ନେହା ଧୂପିଆଙ୍କ ଉପସ୍ଥାପନାରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପ୍ରଥମେ ଓଡ଼ିଶୀ, ଗୋଟିପୁଅ ନୃତ୍ୟୁ ସହିତ ଲୋକକଳା ନୃତ୍ୟ ପରିବେଶିତ ହୋଇଥିଲା । ଏହାସହିତ ସୁନୀଲ ଗ୍ରୋଭରଙ୍କ କମେଡି ଦର୍ଶକଙ୍କ ବେଶ୍ ମନୋରଞ୍ଜନ କରିଥିଲା । ଏହାପରେ କଣ୍ଠଶିଳ୍ପୀ ସୁନିଧି ଚୌହାନଙ୍କ କଣ୍ଠରେ ମତୁଆଲା ହୋଇଥିଲେ ଦର୍ଶକ । ସୁନିଧିଙ୍କ ଗୋଟିଏ ପରେ ଗୋଟିଏ ହିଟ୍ ଗୀତ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥିଲା ।

କ୍ରେଜି କିଆରେଠାରୁ ଆରମ୍ଭ କରି ତାଙ୍କର ସମସ୍ତ ହିଟ୍ ଗୀତକୁ ଦର୍ଶକ ବେଶ ଉପଭୋଗ କରିଥିଲେ । ଏକାଧିକ ବଲିଉଡ କଳାକାରଙ୍କ ସଂଗୀତକୁ ଉପଭୋଗ କରିବା ପାଇଁ ରାଜ୍ୟର କୋଣ ଅନୁକୋଣରୁ ହଜାରହଜାର ଦର୍ଶକଙ୍କ ଭିଡ଼ ଜମିଥିଲା । ଯାଜପୁର ଭଳି ମାଟିରେ ଏଭଳି ଭବ୍ୟ ଆୟୋଜନ ଓ ଦର୍ଶକଙ୍କ ଭଲ ପାଇବା ଦେଖି ସୁନିଧି ମଧ୍ୟ ବେଶ ଉତ୍ସାହିତ ହୋଇଥିଲେ । ଯାଜପୁର ଜିଲ୍ଲାର ଏହି ମହୋତ୍ସବ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରତିଦିନ ବଲିଉଡ କଳାକାର ସେମାନଙ୍କ କଳା ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.