ETV Bharat / state

ଚଣ୍ଡିଖୋଲ JMFC କୋର୍ଟରେ ହାଜର ପରେ ରଗଡି ଜେଲ ଗଲା ସନ୍ଦିଗ୍ଧ କାଶ୍ମୀର ଆତଙ୍କୀ

author img

By ETV Bharat Odisha Team

Published : Dec 16, 2023, 10:29 PM IST

Updated : Dec 16, 2023, 10:54 PM IST

Kashmir wanted terrorist at Ragadi jail: ଯାଜପୁର ଧର୍ମଶାଳାରୁ କାଶ୍ମୀର ଆତଙ୍କୀ ଗିରଫ ହେବା ଘଟଣା । ଚଣ୍ଡିଖୋଲ JMFC କୋର୍ଟରେ ହାଜର ପରେ ରଗଡି ଜେଲ ଗଲା । ଅଧିକ ପଢନ୍ତୁ

Kashmir wanted terrorist at Ragadi jail
Kashmir wanted terrorist at Ragadi jail
ଚଣ୍ଡିଖୋଲ JMFC କୋର୍ଟରେ ହାଜର ପରେ ରଗଡି ଜେଲ ଗଲା ସନ୍ଦିଗ୍ଧ କାଶ୍ମୀର ଆତଙ୍କୀ

ଯାଜପୁର: ଜିଲ୍ଲାର ଚଣ୍ଡିଖୋଲ ଜେଏମଏଫସି କୋର୍ଟରେ ହାଜର ହେଲା ସନ୍ଦିଗ୍ଧ କାଶ୍ମୀର ଆତଙ୍କୀ । ଆଜି (ଶନିବାର) ସନ୍ଧ୍ୟାରେ ସନ୍ଦିଗ୍ଧ କାଶ୍ମୀର ଆତଙ୍କୀ ସୟେଦ ଇଶାନ ବୁଖାରିକୁ କୋର୍ଟରେ ହାଜର କରାଯାଇଛି। ତେବେ କୋର୍ଟରେ ଆଜି ହାଜର କରାଯିବା ପରେ ତାକୁ ବେଲ ନାକଜ ପରେ ରଗଡି ଜେଲକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି । ସେ କାଶ୍ମୀରରେ ମୋଷ୍ଟ ୱାଣ୍ଟେଡ ଥିବା ବେଳେ ଆତଙ୍କୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଜଣାପଡ଼ିଛି ।

ସୂଚନା ମୁତାବକ ଧର୍ମଶାଳା ଥାନା ନେଉଳପୁର ମିଲତନଗରଠାରେ ଜଣେ ସନ୍ଦିଗ୍ଧ କାଶ୍ମୀର ଆତଙ୍କୀକୁ ଆଜି ଉଠାଇ ନେଇଥିଲା କ୍ରାଇମବ୍ରାଞ୍ଚର ଏସଟିଏଫ ଟିମ । ଭଡା ଘରେ ରହୁଥିବା ସୟଦ ଇସାନ ବୁଖାରିକୁ ଆତଙ୍କୀ କାର୍ଯ୍ୟକଳାପ ଅଭିଯୋଗରେ ଉଠାଇ ନେଇଥିଲା ଏସଟିଏଫ । ଭାରତୀୟ ସେନା ବାହିନୀର ଡାକ୍ତର ପରିଚୟ ଦେଇ ସେ ନେଉଳପୁର ଅଞ୍ଚଳରେ ରହି ଆସୁଥିବା ବେଳେ ଏଠାରେ ରହି ଆତଙ୍କବାଦ କାର୍ଯ୍ୟକଳାପରେ ଲିପ୍ତ ଥିବା ଏସଟିଏଫ ଜାଣିବାକୁ ପାଇବା ପରେ ତାକୁ ଗିରଫ କରିଥିଲା । ତେବେ କୋର୍ଟରେ ଆଜି ହାଜର କରାଯିବା ପରେ ତାକୁ ବେଲ ନାକଜ ପରେ ରଗଡି ଜେଲକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି।

ଏହା ବି ପଢନ୍ତୁ- ଛଦ୍ମବେଶରେ ବୁଲୁଥିଲା କାଶ୍ମୀର ଯୁବକ: SPY ସନ୍ଦେହରେ ଗିରଫ କଲା ଓଡିଶା STF; ୭ ପତ୍ନୀଙ୍କ ମଧ୍ୟରେ ଯାଜପୁରର ଅଧ୍ୟାପିକା

ସନ୍ଦିଗ୍ଧ ସୟେଦ ଇଶାନ ବୁଖାରିକୁ ଆତଙ୍କୀ କାର୍ଯ୍ୟକଳାପରେ ଲିପ୍ତ ଥିବା ବେଳେ କିଛି ପାକିସ୍ତାନୀଙ୍କ ସହିତ ସେ ଯୋଗାଯୋଗରେ ମଧ୍ୟ ଥିଲା । ସେ ୭ରୁ ୮ ବର୍ଷ ହେବ ଏଠାରେ ଆର୍ମି ଡାକ୍ତର ପରିଚୟ ଦେଇ ରହି ଆସୁଥିଲା । ସେ ନେଉଳପୁର ଗ୍ରାମର କବିରୁଦ୍ଦିନଙ୍କ ଝିଅ ପାରୋକୁ ସୋସିଆଲ ମିଡିଆରେ ପ୍ରେମ ନିବେଦନ ଓ ପରେ ଵିବାହ କରିଥିଲା । ତାଙ୍କର ୪ ବର୍ଷର ଝିଅଟିଏ ମଧ୍ୟ ଅଛି । କୋଭିଡ ସମୟରେ ବୁଖାରିଙ୍କ କାର୍ଯ୍ୟକଳାପରେ ସନ୍ଦେହ ଆସିବାରୁ ତାକୁ ଧର୍ମଶାଳା ପୋଲିସ ଥାନାକୁ ଆଣି ପଚରା ଉଚରା କରି ଛାଡିଥିବା ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି ।

ଅଭିଯୁକ୍ତର ଆତଙ୍କୀ ଲିଙ୍କ ଅଛି କି ନାହିଁ ବା ଗୁପ୍ତଚରୀ ଲିଙ୍କ୍‌ ଅଛି କି ନାହିଁ ସେ ନେଇ ତଦନ୍ତ କରୁଛି ଏସଟିଏଫ ଟିମ । ଅଭିଯୁକ୍ତ ଜଣକ ଦେଶ ବିରୋଧୀ କାର୍ଯରେ ଲିପ୍ତ ରହିବା ସହ କେତେବେଳେ ନିଜକୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ଅଫିସର ତ ଆଉ କେତେବେଳେ ଡାକ୍ତର କହି ପରିଚୟ ଦେଉଥିଲା । ତେବେ ସନ୍ଦିଗ୍ଧ କାଶ୍ମୀର ଆତଙ୍କୀ ଏଠାରେ ରହି ଆତଙ୍କବାଦ କାର୍ଯ୍ୟକଳାପରେ ଲିପ୍ତ ଥିବା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସେପଟେ ଏହି ଘଟଣା ପରେ ସ୍ଥାନୀୟ ଲୋକେ ଭୟଭୀତ ଥିବାବେଳେ କୌଣସି ପତିକ୍ରିୟା ଦେବାକୁ ମନା କରିଛନ୍ତି ।

ଇଟିଭି ଭାରତ, ଯାଜପୁର

Last Updated : Dec 16, 2023, 10:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.