ଯାଜପୁର: କେନ୍ଦ୍ରୀୟ ଟିମର ବନ୍ୟାଞ୍ଚଳ ପରିଦର୍ଶନ କାର୍ଯ୍ୟକ୍ରମ ଆରମ୍ଭ । ଆଜି(ଗୁରୁବାର) ସକାଳୁ ଯାଜପୁରରେ ଥିବା କେନ୍ଦ୍ରୀୟ ଟିମ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଥିଲେ । ପ୍ରମୁଖ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବରୀ,ବିଞ୍ଝାରପୁର, ଦଶରଥପୁର ବନ୍ୟାଞ୍ଚଳ ପରିଦର୍ଶନ କରିବା ପାଇଁ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ସହ ଜିଲ୍ଲା ପ୍ରଶାସନର ବହୁ ବରିଷ୍ଠ ଅଧିକାରୀଙ୍କ ତିନି ଜଣିଆ ଟିମ ଘଟଣା ସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ।
ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ନାଉବାଙ୍କ ଖରସ୍ରୋତା ନଦୀରେ ହୋଇଥିବା ପାଖାପାଖି ୪୦୦ଫୁଟର ଘାଇ ବୁଲି କ୍ଷୟକ୍ଷତି ସମ୍ପର୍କରେ ବୁଝିଥିଲେ । ଆସିଥିବା କେନ୍ଦ୍ରୀୟ ଟିମଙ୍କ ସହ ଯାଜପୁର ଜିଲ୍ଲାପାଳ ସ୍ଥିତି ସମ୍ପର୍କରେ ସମସ୍ତ ଆଲୋଚନା କରିଥିଲେ ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ