ETV Bharat / state

ଯାଜପୁରରେ ହେଭିଓ୍ବେଟଙ୍କ ନାମାଙ୍କନ ପତ୍ର ଦାଖଲ - nomination file

ଯାଜପୁର ଜିଲ୍ଲାରେ ବୁଧବାର ନାମାଙ୍କନ ପତ୍ର ଦାଖଲ କଲେ ବିଭିନ୍ନ ରାଜନୈତିକ ଦଳର ନେତା । ନିଜ ନିଜ ନିର୍ବାଚନ ମଣ୍ଡଳୀରୁ ଶହ ଶହ ସମର୍ଥକଙ୍କ ଗ୍ରହଣରେ ସ୍ଵତନ୍ତ୍ର ରାଲିରେ ଆସି  ରିଟର୍ଣ୍ଣିଂ ଅଫିସରଙ୍କ  ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ନେତାଏ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
author img

By

Published : Apr 3, 2019, 7:09 PM IST

Updated : Apr 3, 2019, 7:27 PM IST

ଯାଜପୁର: ଯାଜପୁର ଜିଲ୍ଲାରେ ବୁଧବାରନାମାଙ୍କନ ପତ୍ର ଦାଖଲ କଲେ ବିଭିନ୍ନ ରାଜନୈତିକ ଦଳର ନେତା । ଯାଜପୁର ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ବଡଚଣା ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଅମର ନାୟକ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେହିପରି ବରୀ ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ବିଶ୍ୱରଂଜନ ମଲ୍ଲିକ ଏବଂ ସୁକିନ୍ଦା ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଶରତ ରାଉତ ସେମାନଙ୍କ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ଜଣାପଡିଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ନିଜ ନିଜ ନିର୍ବାଚନ ମଣ୍ଡଳୀରୁ ଶହ ଶହ ସମର୍ଥକଙ୍କ ଗ୍ରହଣରେ ସ୍ଵତନ୍ତ୍ର ରାଲିରେ ଆସି ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ ଏହି ନେତାମାନେ । ତେବେ ରାଜ୍ୟ ସରକାରଙ୍କ ସଫଳତାକୁ ପ୍ରସଙ୍ଗ କରିବା ସହିତ ବିକାଶ ଧାରାକୁ ଚାଲୁ ରଖିବା ପ୍ରଥମ ଦାୟିତ୍ୱ ରହିବ ବୋଲି ବିଧାୟକ ପ୍ରଣବ ପ୍ରକାଶ ଦାସ କହିଛନ୍ତି। ସେପଟେ ରାଜ୍ୟ ସରକାରଙ୍କ ଦୁର୍ନୀତିକୁ ପ୍ରସଙ୍ଗ କରି ଉଭୟ ବିଜେପି ଓ କଂଗ୍ରେସ ନିର୍ବାଚନ ବୈତରଣିପାରି ହେବାକୁ ଲକ୍ଷ୍ୟ ରଖିଥିବା ପ୍ରକାଶକରିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:ଯାଜପୁର ଜିଲ୍ଲାରେ ଆଜି ବିଭିନ୍ନ ଦଳ ର ନେତା ମାନେ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଯାଜପୁର ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ, ବଡଚଣା ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଅମର ନାୟକ , ବରୀ ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ବିଶ୍ୱରଂଜନ ମଲ୍ଲିକ ,ସୁକିନ୍ଦା ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଶରତ ରାଉତ, ସେମାନଙ୍କ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି।

Body:ପ୍ରାର୍ଥୀ ମାନେ ସେମାନଙ୍କ ସମର୍ଥକଙ୍କ ଗ୍ରହଣରେ ନିଜ ନିର୍ବାଚନ ମଣ୍ଡଳୀ ରୁ ସ୍ଵତନ୍ତ୍ର ରାଲିରେ ଆସି ରି ରିଟର୍ଣ୍ଣିଂ ଅଫିସର ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ରାଜ୍ୟ ସରକାରଙ୍କ ସଫଳତାକୁ ପ୍ରସଙ୍ଗ କରିବା ସହିତ ବିକାଶ ଧାରାକୁ ଚାଲୁରଖିବା ପ୍ରଥମ ଦାୟିତ୍ୱ ହେବ ବୋଲି ବିଧାୟକ ପ୍ରଣବ ପ୍ରକାଶ ଦାସ କହିଛନ୍ତି। ସେପଟେ ରାଜ୍ୟ ସରକାରଙ୍କ ଦୁର୍ନୀତିକୁ ପ୍ରସଂଗ କରି ଉଭୟ ବିଜେପି ଓ କଂଗ୍ରେସ ନିର୍ବାଚନ ଵୈତରଣୀ ପାରି ହେବାକୁ ଲକ୍ଷ୍ୟ ରଖିଛନ୍ତି।
bite-ପ୍ରଣବ ପ୍ରକାଶ ଦାସ, ବିଜେଡି ବିଧାୟକ, ଯାଜପୁର
bite-ଶରତ ରାଉତ, କଂଗ୍ରେସ ପ୍ରାର୍ଥୀ ସୁକିନ୍ଦା
bite-ବିଶ୍ୱରଂଜନ ମଲ୍ଲିକ, ବିଜେପି ପ୍ରାର୍ଥୀ, ବରୀ

Conclusion:
Last Updated : Apr 3, 2019, 7:27 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.