ETV Bharat / state

ବ୍ୟାସନଗର ପୌରସଂସ୍ଥାରେ ଆରମ୍ଭ ହେଲା ଅନଲାଇନ୍ ଟିକସ ଦେୟ ବ୍ୟବସ୍ଥା - Byasnagar municipality has introduced an online tax payment system

ଯାଜପୁର ବ୍ୟାସନଗର ପୌରାଞ୍ଚଳରେ ଆରମ୍ଭ ହେଲା ଅନଲାଇନ୍ ଟିକସ ଦେୟ ବ୍ୟବସ୍ଥା। ଏଣିିକି ଗୃହ ଟିକସ ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ଲାଇସେନ୍ସ ଦେୟ ଓ ଅନ୍ୟାନ୍ୟ ଦେୟ ଅନଲାଇନରେ ପୈଠ କରିପାରିବେ ବ୍ୟାସନଗରବାସୀ। ଅଧିକ ପଢ଼ନ୍ତୁ...

ବ୍ୟାସନଗର ପୌରସଂସ୍ଥାରେ ଆରମ୍ଭ ହେଲା ଅନଲାଇନ୍ ଟିକସ ଦେୟ ବ୍ୟବସ୍ଥା

author img

By

Published : Oct 21, 2020, 8:14 PM IST

ଯାଜପୁର: ଯାଜପୁର ଜିଲ୍ଲା ବ୍ୟାସନଗରରେ ଆରମ୍ଭ ହେଲା ଅନଲାଇନ୍ ଟିକସ ଦେୟ ବ୍ୟବସ୍ଥା। ଏଣିକି ବ୍ୟାସନଗର ପୌରାଞ୍ଚଳରେ ସମସ୍ତ ପ୍ରକାର ଟିକସ ଅନଲାଇନ ଯୋଗେ ପୈଠ କରିପାରିବେ ଲୋକେ । ଏଥିପାଇଁ ଆଜି 5ଟି ସ୍ବାଇପ ମେସିନକୁ ଲୋକାର୍ପିତ କରାଯାଇଛି।

ଏହି ସ୍ବାଇପ ମେସିନ ଦ୍ବାରା ଗୃହ ଟିକସଠାରୁ ଆରମ୍ଭ କରି ସମସ୍ତ ପ୍ରକାର ଲାଇସେନ୍ସ ଦେୟ ଓ ଅନ୍ୟାନ୍ୟ ଦେୟ ଅନଲାଇନରେ ପୈଠ କରିପାରିବେ ଲୋକେ। ଯାଜପୁର ଜିଲ୍ଲା ବ୍ୟାସନଗର ପୌରସଂସ୍ଥା ପକ୍ଷରୁ ଏହି ସ୍ବାଇପ ମେସିନ ଲୋକାର୍ପିତ ହୋଇଛି। ତେବେ ଗୋଟିଏ ମେସିନ୍ ପୌର କାର୍ଯ୍ୟାଳୟରେ ମହଜୁଦ ରଖାଯିବା ନେଇ ସୂଚନା ମିଳିଛି। ଅନ୍ୟ 4ଟି ସ୍ବାଇପ ମେସିନକୁ ଟିକସ ସଂଗ୍ରହକାରୀଙ୍କୁ ଦେୟ ସଂଗ୍ରହ ପାଇଁ ପ୍ରଦାନ କରାଯିବ ।

କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ତଥା ପୌର ପ୍ରଶାସକ ସନ୍ତୋଷ କୁମାର ମିଶ୍ର ଏହି ସ୍ବାଇପ ମେସିନଗୁଡ଼ିକୁ ହିତାଧିକାରୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି। ଟିକସ ଆଦାୟ କ୍ଷେତ୍ରରେ ଏହା ବିଶେଷ ରୂପେ ସହାୟକ ହେବା ଆଶା କରାଯାଉଛି। ଏହାଦ୍ବାରା ହିତାଧିକାରୀମାନେ ଡ଼ିଜିଟାଲ ପେମେଣ୍ଟର ସୁବିଧା ପାଇପାରିବେ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।

ଏହି ସ୍ବାଇପ ମେସିନ ଲୋକାର୍ପିତ ହେବାପରେ କେତେକ ହିତାଧିକାରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ସ୍ବାଇପ୍ କାର୍ଡ ଜରିଆରେ ସେମାନଙ୍କ ଟିକସ ପୈଠ କରିଛନ୍ତି। ପ୍ରଶାସନର ଏଭଳି ଏକ ଯୋଜନାକୁ ଉପସ୍ଥିତ ଉପଭୋକ୍ତାମାନେ ସ୍ବାଗତ କରି ସାଧୁବାଦ ଜଣାଇଛନ୍ତି। ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସୁଭେନ୍ଦୁ କୁମାର ଜେନାଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ମାନେ ସାମିଲ ହୋଇଥିଲେ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.