ETV Bharat / state

ଇଟିଭି ଭାରତ ପ୍ରଭାବ: ଗୋଡ଼ ହରାଇଥିବା ବଣ୍ଟିକୁ ସହାୟତା କଲା ପ୍ରଶାସନ - କର୍କଟ ରୋଗରେ ଗୋଡ଼ ହରାଇଥିବା ବଣ୍ଟି

ଇଟିଭି ଭାରତର ପ୍ରଭାବ । କର୍କଟ ରୋଗରେ ପୀଡିତ ହୋଇ ଗୋଡ଼ ହରାଇଥିବା ନାବାଳକ ବଣ୍ଟି ମୁଣ୍ଡିଆଙ୍କୁ ସହାୟତାର ହାତ ବଢାଇଛନ୍ତି ବ୍ୟାସନଗର ପୌର ପ୍ରଶାସନ । ବଣ୍ଟିକୁ ହ୍ବିଲ ଚେୟାର ଦେବା ସହ ଆର୍ଥିକ ସହାୟତା ପ୍ରଦାନ କଲେ ନିର୍ବାହୀ ଅଧିକାରୀ ଶୁଭେନ୍ଦୁ କୁମାର ଜେନା । ଅଧିକ ପଢନ୍ତୁ...

Byasanagar municipal administration helped Banty, who had lost his leg to cancer
କର୍କଟ ରୋଗରେ ଗୋଡ଼ ହରାଇଥିବା ବଣ୍ଟିକୁ ସହାୟତା କଲେ ବ୍ୟାସନଗର ପୌର ପ୍ରଶାସନ
author img

By

Published : Nov 8, 2020, 1:39 PM IST

ଯାଜପୁର: ଇଟିଭି ଭାରତର ପ୍ରଭାବ । କର୍କଟ ରୋଗରେ ପୀଡିତ ହୋଇ ଗୋଡ଼ ହରାଇଥିବା ନାବାଳକ ବଣ୍ଟି ମୁଣ୍ଡିଆଙ୍କୁ ସହାୟତାର ହାତ ବଢାଇଛନ୍ତି ବ୍ୟାସନଗର ପୌର ପ୍ରଶାସନ । ତେବେ ଆଜି(ରବିବାର) ନିର୍ବାହୀ ଅଧିକାରୀ ଶୁଭେନ୍ଦୁ କୁମାର ଜେନା ବଣ୍ଟି ଘରେ ପହଞ୍ଚି ହ୍ବିଲ ଚେୟାର ପ୍ରଦାନ କରିଥିବା ବେଳେ ଖୁବଶୀଘ୍ର ତାଙ୍କ ବାପାଙ୍କୁ ପରିବାର ଚଳେଇବା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରାଯିବାର ଯୋଜନା କରିଛନ୍ତି।

କର୍କଟ ରୋଗରେ ଗୋଡ଼ ହରାଇଥିବା ବଣ୍ଟିକୁ ସହାୟତା କଲେ ବ୍ୟାସନଗର ପୌର ପ୍ରଶାସନ

ଗତ ଜୁଲାଇ ମାସରେ କଟକ ଠାରେ କର୍କଟ ରୋଗରେ ଜର୍ଜରିତ ଗୋଡ଼ଟିକୁ କଟାଯିବା ପରେ ଜୀବନ ଯନ୍ତ୍ରଣାରୁ ମୁକ୍ତ ହୋଇ ଅଗଷ୍ଟ ମାସ ୯ ତାରିଖରେ ଘରକୁ ଫେରିଥିଲା ବଣ୍ଟି । କିନ୍ତୁ ଗୋଟିଏ ଗୋଡ଼ରେ ବାଟ ଚାଲିବା ଅସମ୍ଭବ ଥିବାରୁ ସରକାରଙ୍କ ସହାୟତା ଲୋଡି ଥିଲା। ବଣ୍ଟିର ଇଚ୍ଛାକୁ ପୌର ପ୍ରଶାସନ ବୁଝିବା ପରେ ପ୍ରଶାସକ ତଥା କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ତୁରନ୍ତ ଏକ ହ୍ବିଲ ଚେୟାର ପ୍ରଦାନ କରିବାକୁ ନିର୍ବାହୀ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। ଯାହାକୁ ଆଧାର କରି ବଣ୍ଟିକୁ ଆଜି ହ୍ବିଲ ଚେୟାର ପ୍ରଦାନ କରାଯାଇଥିଲା। ତେବେ ବଣ୍ଟି ଆଜି ହ୍ବିଲ ଚେୟାର ପାଇ ନିଜର ଖୁସିବ୍ୟକ୍ତ କରିଛନ୍ତି।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.