ଯାଜପୁର: ଜିଲ୍ଲାରେ ଧୀରେ ଧୀରେ କାୟା ବିସ୍ତାର କରୁଛି କୋରୋନା ମହାମାରୀ। ମଙ୍ଗଳବାର ପୁଣି ୬ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ପରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 919 ରେ ପହଁଞ୍ଚିଛି। ତେବେ ଆକ୍ରାନ୍ତଙ୍କ ମଧ୍ୟରେ ରହିଛନ୍ତି କୋଲକାତା ଫେରନ୍ତା । ଯାହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ନେଇଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ।

କୋରୋନା ସଂକ୍ରମଣକୁ ରୋକିବାକୁ ଜିଲ୍ଲା ପ୍ରଶାସନ କୋଲକାତା ଓ ରାଉଲକେଲାରୁ ଯାଜପୁରକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବସ୍ ଚଳାଚଳ ବନ୍ଦ କରିଛି । ଯାହାଦ୍ବାରା କୋରୋନା ସଂକ୍ରମଣକୁ ବୃଦ୍ଧି ହେବାରୁ ରୋକା ୟାଇପାରିବ । ଏନେଇ ମଙ୍ଗଳବାର ପ୍ରଶାସନ ପକ୍ଷରୁ ଏକ ବୈଠକରେ ନିଷ୍ପତ୍ତି ନିଆଯାଇଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ