ଯାଜପୁର: ସମ୍ପର୍କୀୟ ଭାଇର ଆକ୍ରମଣରେ ଭାଇ ଗୁରୁତର । ଯାଜପୁର ରୋଡ ଥାନା ଯୋଡ଼ାବାର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନା ମୁତାବକ କୋରାଇ ବ୍ଲକ ଅନ୍ତର୍ଗତ ଚି଼ଲ୍ଲୀ ପଦା ଗାଁରେ ଜଣେ ଅଟୋ ଚାଳକ କାହ୍ନୁ ଚରଣ ମଲ୍ଲିକଙ୍କୁ ଯୋଡ଼ା ବର ନିବାସୀ ତାଙ୍କ ସମ୍ପର୍କୀୟ ଭାଇ ବିଚିତ୍ର ମଲ୍ଲିକ ଓ ପବିତ୍ର ମଲ୍ଲିକ ଏକ ମରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଫଳରେ ତାଙ୍କୁ ତୁରନ୍ତ ଯାଜପୁର ରୋଡ ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
![Brother seriously injured in relative brother attack](https://etvbharatimages.akamaized.net/etvbharat/prod-images/9303331_od.jpg)
ଏହି ଘଟଣା ବିଷୟରେ କାହ୍ନୁ ଚରଣ ମଲ୍ଲିକଙ୍କ ମାଇଁ ଲୋଚନ ମଲ୍ଲିକ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଆକ୍ରମଣର ଖବର ପାଇ ଯାଜପୁର ରୋଡ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ କୌଣସି କାରଣ ନଥାଇ ମୋ ପୁଅକୁ ଆକ୍ରମଣ କରାଯାଇଛି, ତେଣୁ ପୋଲିସ ସଠିକ ତଦନ୍ତ କରି ମୋ ପୁଅକୁ ନ୍ୟାୟ ଦିଆଯାଉ ବୋଲି କାହ୍ନୁଙ୍କ ମା’ କହିଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ