ETV Bharat / state

ସୂଚନାଧିକାର କର୍ମୀଙ୍କୁ ବୋମାମାଡ଼ ଘଟଣା, ମୁଖ୍ୟ ଅଭିଯୁକ୍ତ କୋର୍ଟ ଚାଲାଣ - jajpur sp

ସୂଚନାଧିକାର କର୍ମୀ ସର୍ବେଶ୍ୱର ବେହୁରାଙ୍କୁ ବୋମାମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କଲା ପୋଲିସ । ଅଧିକ ପଢନ୍ତୁ....

ସୂଚନାଧିକାର କର୍ମୀଙ୍କୁ ବୋମା ମାଡ଼ ଘଟଣା, ମୁଖ୍ୟ ଅଭିଯୁକ୍ତ କୋର୍ଟ ଚାଲାଣ

author img

By

Published : Apr 20, 2021, 9:04 PM IST

ଯାଜପୁର: ସୂଚନାଧିକାର କର୍ମୀ ସର୍ବେଶ୍ୱର ବେହୁରାଙ୍କୁ ବୋମାମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କଲା ପୋଲିସ । ଅଭିଯୁକ୍ତ ନିକଟରୁ ଘଟଣା ଦିନ ବ୍ୟବହୃତ ପଲସର ମଟରସାଇକେଲ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଥିବା ସୂଚନା ଦେଇଛନ୍ତି ଯାଜପୁର ଏସପି ରାହୁଲ ପି ଆର ।

ସୂଚନାଧିକାର କର୍ମୀଙ୍କୁ ବୋମାମାଡ଼ ଘଟଣା, ମୁଖ୍ୟ ଅଭିଯୁକ୍ତ କୋର୍ଟ ଚାଲାଣ

ପୂର୍ବରୁ ଏହି ଘଟଣାରେ 3 ଜଣ ଗିରଫ ହୋଇଥିବାବେଳେ ଆଜି ଆଉ ଜଣକୁ ଗିରଫ କରାଯାଇଛି । ତେବେ ଅଭିଯୁକ୍ତର ଘର ଢେଙ୍କାନାଳ ଅଞ୍ଚଳର ହୋଇଥିବାବେଳେ ତଦନ୍ତ ଦୃଷ୍ଚିରୁ ତାର ପରିଚୟ ଗୋପନ ରଖିଛି ପୋଲିସ । ଗତ ମାର୍ଚ୍ଚ 27 ତାରିଖ ଦିନ ସର୍ବେଶ୍ୱର ଧର୍ମଶାଳା ଥାନା ଇମମାନଗରରୁ ଫେରୁଥିବାବେଳେ ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରାଙ୍କ ଗାଡି ଉପରେ ବୋମାମାଡ ହୋଇଥିଲା । ଏଥିରେ ସେ ଗୁରୁତର ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏତଲା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିବାବେଳେ ପ୍ରଥମେ 3 ଅଭିଯୁକ୍ତଙ୍କୁ ଗିରଫ କରିବା ସହ ବର୍ତ୍ତମାନ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଯାଜପରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.