ETV Bharat / state

ଗାଁରେ ପହଞ୍ଚିଲା ମହାରାଷ୍ଟ୍ରରେ ପ୍ରାଣ ହରାଇଥିବା 2 ଶ୍ରମିକଙ୍କ ମୃତଦେହ

author img

By

Published : Jun 22, 2021, 10:10 PM IST

ମହାରାଷ୍ଟ୍ରର ଷ୍ଟିଲ କାରଖାନାରେ ପ୍ରାଣ ହରାଇଥିବା କୋରେଇ ବ୍ଳକ ବଡ଼ବିରୁଆଁ ଗାଁ ଦୁଇ ଶ୍ରମିକଙ୍କ ମୃତଦେହ ଆଜି ଗାଁରେ ପହଞ୍ଚିଛି । ଶୋକାକୂଳ ପରିବେଶ ମଧ୍ୟରେ ଗ୍ରାମ ଶ୍ମଶାନରେ ହେଲା ଅନ୍ତିମ ସଂସ୍କାର । ଅଧିକ ପଢନ୍ତୁ...

ଗାଁରେ ପହଞ୍ଚିଲା ମହାରାଷ୍ଟ୍ରରେ ପ୍ରାଣ ହରାଇଥିବା 2 ଶ୍ରମିକଙ୍କ ମୃତଦେହ
ଗାଁରେ ପହଞ୍ଚିଲା ମହାରାଷ୍ଟ୍ରରେ ପ୍ରାଣ ହରାଇଥିବା 2 ଶ୍ରମିକଙ୍କ ମୃତଦେହ

ଯାଜପୁର : ମହାରାଷ୍ଟ୍ର ଷ୍ଟିଲ କାରଖାନାରେ ପ୍ରାଣ ହରାଇଥିବା କୋରେଇ ବ୍ଳକ ବଡ଼ବିରୁଆଁ ଗାଁ ଦୁଇ ଶ୍ରମିକଙ୍କ ମୃତଦେହ ଆଜି ଗାଁରେ ପହଞ୍ଚିଛି । ଦୁଇ ଶ୍ରମିକଙ୍କ ମୃତଦେହ ଗାଁରେ ପହଞ୍ଚିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ଦେଖିବାକୁ ମିଳିଥିଲା ।

ସୂଚନା ମୁତାବକ ବଡ଼ବିରଆଁ ଗାଁର ଜଟାଧାରୀ ପଲାଇଙ୍କ ପୁଅ ହେମନ୍ତ ପଲାଇ ଓ ବେଣୁଧର କବିଙ୍କ ପୁଅ ସରୋଜ କୁମାର କବି କିଛି ବର୍ଷ ହେବ ପାରିବାରିକ ଆର୍ଥିକ ସମସ୍ୟା ପାଇଁ ଘର ଛାଡ଼ି ମହାରାଷ୍ଟ୍ରର ଏକ ଷ୍ଟିଲ କମ୍ପାନୀକୁ କାମ କରିବାକୁ ଯାଇଥିଲେ। ହେମନ୍ତଙ୍କ ସହିତ ଉକ୍ତ କମ୍ପାନୀରେ ଆଉ ଦୁଇ ଭାଇ ମଧ୍ୟ ସେହି କମ୍ପାନୀରେ କାମ କରୁଥିଲେ । ଗତ ଶନିବାର ଦିନ ନାଇଟ ସିଫ୍ଟରେ ହେମନ୍ତ, ପ୍ରଶାନ୍ତ ଓ ସରୋଜ କମ୍ପାନୀରେ କାମ କରୁଥିବାବେଳେ କୌଣସି ଯାନ୍ତ୍ରୀକ ତୃଟି ଯୋଗୁଯୋଗୁ ତରଳ ଷ୍ଟିଲ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ଉପରେ ଢାଳି ହୋଇଯାଇଥିଲା। ଏଥିରେ ହେମନ୍ତ ଓ ସରୋଜ ଘଟଣାସ୍ଥଳରେ ପ୍ରାଣ ହରାଇଥିବାବେଳେ ପ୍ରଶାନ୍ତ ଗୁରୁତର ହୋଇଥିଲେ ।

ତେବେ ଗତକାଲି ରାତିରେ ହେମନ୍ତଙ୍କ ମୃତଦେହ ଗାଁରେ ପହଞ୍ଚିଥିବାବେଳେ ଆଜି ଅପରାହ୍ନରେ ସରୋଜଙ୍କ ମୃତଦେହ ଗାଁରେ ପହଞ୍ଚିଛି। ତେବେ ଦୁହିଁଙ୍କ ମୃତଦେହ ଗାଁ ମାଟିରେ ପହଞ୍ଚିବା ପରେ ଗ୍ରାମବାସୀ ଦ୍ୱାରା ଏକ ଶୋଭାଯାତ୍ରା କରି ଗାଁ ଶ୍ମଶାନକୁ ନିଆଯାଇଥିଲା । ସେଠାରେ ତାଙ୍କ ଭାଇ ମୁଖାଗ୍ନି ଦେବା ସହିତ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ତେବେ ଦୁଇ ପରିବାର ଅତ୍ୟନ୍ତ ଆର୍ଥିକ ପଛୁଆ ଥିବାରୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.