ETV Bharat / state

ରକ୍ତ ଅଭାବ ଦୂର ପାଇଁ ରକ୍ତଦାନ ଶିବିର

author img

By

Published : Jun 7, 2021, 2:00 PM IST

ଯାଜପୁର ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ । ରକ୍ତ ଅଭାବ ଯୋଗୁ ଲୋକ ଅସୁବିଧାରେ ସମ୍ମୁଖୀନ ନହେବା ଉଦ୍ଦେଶ୍ୟରେ ଏହି ରକ୍ତଦାନ ଶିବିର ଆୟୋଜନ ହୋଇଥିଲା । ଅଧିକ ପଢନ୍ତୁ...

ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର

ଯାଜପୁର: ଜିଲ୍ଲା କୋରେଇ ବ୍ଳକ ଜହ୍ନା ବିଜେପି କାର୍ଯ୍ୟଳୟରେ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଜେପି ଯୁବ ମୋର୍ଚ୍ଚା ସଭାପତି ବିଶ୍ୱଜିତ ରାଜଙ୍କ ଦ୍ୱାରା ଆୟୋଜିତ ଏହି ଶିବିରରେ ବିଜେପି ଜିଲ୍ଲା ସଭାପତି ଗୌତମ ରାୟ, ବଡ଼ଚଣା ବିଜେପି ନେତା ଅମର ନାୟକ, ବରୀ ବିଜେପି ନେତା ବିଶ୍ୱରଞ୍ଜନ ମଲ୍ଲିକ ଓ କୋରେଇ ବିଜେପି ନେତା ବିଶ୍ୱଜିତ ନାୟକ ପ୍ରମୁଖ ଯୋଗଦେଇ ଏହି ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ ।

ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀର ଯୁବ ମୋର୍ଚ୍ଚା କର୍ମକର୍ତ୍ତା ଏହି ଶିବିରରେ ଯୋଗ ଦେଇ ରକ୍ତଦାନ କରିଥିଲେ। କରୋନା ସମୟରେ ରକ୍ତ ଅଭାବ ଯୋଗୁ ଲୋକ ଅସୁବିଧାରେ ସମ୍ମୁଖୀନ ନହେବା ଉଦ୍ଦେଶ୍ୟରେ ଏହି ରକ୍ତଦାନ ଶିବିର ଆୟୋଜନ ହୋଇଥିବା ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି କହିଛନ୍ତି । ଏହି ଶିବିରରେ 100ରୁ ଊର୍ଦ୍ଧ୍ବ ୟୁନିଟ ରକ୍ତ ସଂଗୃହୀତ ହୋଇଥିବା ଜଣାପଡିଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.