ETV Bharat / state

ଅଣଦେଖା କରାଯାଉଥିବା ଅଭିଯୋଗରେ ଦଳ ଛାଡିଲେ ବିଜେପି ଜିଲ୍ଲା ପରିଷଦ ସଦସ୍ୟ

author img

By

Published : Apr 8, 2021, 9:44 PM IST

ଅଣଦେଖା କରାଯାଉଥିବା ଅଭିଯୋଗ ଆଣି ଦଳ ଛାଡିଲେ ଯାଜପୁର ଜିଲା ୩୬ ନଂ ଜିଲା ପରିଷଦ ଜୋନ ସଦସ୍ୟ । ସାମ୍ବାଦିକ ସମ୍ମିଳନୀରେ ଦେଲେ ସୂଚନା । ଅଧିକ ପଢନ୍ତୁ....

ଅଣଦେଖା କରାଯାଉଥିବା ଅଭିଯୋଗରେ ଦଳ ଛାଡିଲେ ବିଜେପି ଜିଲ୍ଲା ପରିଷଦ ସଦସ୍ୟ
ଅଣଦେଖା କରାଯାଉଥିବା ଅଭିଯୋଗରେ ଦଳ ଛାଡିଲେ ବିଜେପି ଜିଲ୍ଲା ପରିଷଦ ସଦସ୍ୟଅଣଦେଖା କରାଯାଉଥିବା ଅଭିଯୋଗରେ ଦଳ ଛାଡିଲେ ବିଜେପି ଜିଲ୍ଲା ପରିଷଦ ସଦସ୍ୟ

ଯାଜପୁର: ଯାଜପୁର ଜିଲା ବିଜେପି ସଂଗଠନର ପାଖୁଡା ଖସିବାରେ ଲାଗିଛି । ଜଣକ ପରେ ଜଣେ ନେତା ଦଳ ଛାଡିବାରେ ଲାଗିଛନ୍ତି । ଦଳ ମଧ୍ୟରେ ରହିଥିବା ଗୋଷ୍ଠୀ କନ୍ଦଳକୁ ଦାୟୀ କରି ନେତାମାନେ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଥିବା ଚର୍ଚ୍ଚା ହେଉଛି ।

ଅଣଦେଖା କରାଯାଉଥିବା ଅଭିଯୋଗରେ ଦଳ ଛାଡିଲେ ବିଜେପି ଜିଲ୍ଲା ପରିଷଦ ସଦସ୍ୟ

ଜିଲ୍ଲାର ୩୬ ନଂ ଜିଲା ପରିଷଦ ଜୋନ ସଦସ୍ୟ ଚର୍ତୁଭୁଜ ଦ୍ୱିବେଦୀ ନିଜର ବିଜେପି ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫା ପତ୍ର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ପ୍ରଦାନ କରିଛନ୍ତି । ବିଜେପି ତାଙ୍କୁ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଅଣଦେଖା କରିଥିବା ଅଭିଯୋଗ କରିବା ସହିତ ଲୋକଙ୍କ ପ୍ରକୃତ ପ୍ରସଙ୍ଗକୁ ଉପସ୍ଥାପନ କରିବାରେ ଦଳ ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି ଚର୍ତୁଭୁଜ । ଏକ ସାମ୍ବାଦିକ ସମ୍ମିଳନୀରେ ସେ ନିଜ ଇସ୍ତଫା ବାବଦରେ ଜଣାଇଛନ୍ତି । ଦଳୀୟ ପଦପଦବୀରେ ନିର୍ବାଚିତ ପ୍ରତିନିଧିଙ୍କୁ ଗୁରୁତ୍ୱ ନଦେଇ ହାତଗଣତି ଲୋକଙ୍କୁ ସନ୍ତୁଷ୍ଟ କରାଯାଉଥିବା ପ୍ରତିବାଦରେ ସେ ଏପରି ପଦକ୍ଷେପ ନେଇଥିବା ସୂଚନା ଦେଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.