ଯାଜପୁର: ତଳଗଡ଼ ପଞ୍ଚାୟତ ଛକ ନିକଟରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ ପ୍ରତିବାଦ ସଭା କରାଯାଇଛି । ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡରେ ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଅଭିଯୋଗ କରିଛି ବିଜେପି । ଏହାକୁ ନେଇ ତାଙ୍କର ତୁରନ୍ତ ଇସ୍ତଫା ଦାବି କରି ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
କୋରେଇ ବିଜେପି ରାଜ୍ୟ ଯୁବ ମୋର୍ଚ୍ଚା ସମ୍ପାଦକ ବିକ୍ରମ କୁମାର ବିଶ୍ୱାଳଙ୍କ ନେତୃତ୍ୱରେ ତଳଗଡ଼ ପଞ୍ଚାୟତ ଛକ ନିକଟରେ ଶତାଧିକ ବିଜେପି କର୍ମୀ ମନ୍ତ୍ରୀଙ୍କ ବିରୋଧରେ ନାରାବାଜି ଦେଇଥିଲେ । ଏଥିସହିତ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିବା ସହିତ ମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଥିଲା । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗିରଫ ହେବା ପରେ ମନ୍ତ୍ରୀଙ୍କ ଭୂମିକା ସ୍ପଷ୍ଟ ହୋଇଥିବା ଅଭିଯୋଗ କରିଛି ବିଜେପି ।
ଏହି କାର୍ଯ୍ୟକ୍ରମ ଅନେକ ବିଜେପି ଯୁବ ମୋର୍ଚ୍ଚା, ମହିଳା ମୋର୍ଚ୍ଚା ଓ ବରିଷ୍ଠ ବିଜେପି ନେତା ଯୋଗଦେଇ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ । ବର୍ତ୍ତମାନ ସୁଦ୍ଧା ଏହ ହତ୍ୟାକାଣ୍ଡରେ ଦୁଇଜଣଙ୍କୁ ଗିରଫ କରିଛି ପୋଲିସ । ଗୋବିନ୍ଦ ସାହୁ ସହ ତାର ଡ୍ରାଇଭର ରାଧେ ଚଣ୍ଡିକୁ ଗିରଫ କରାଯାଇଛି । ଆଜି ଗୋବିନ୍ଦ ସାହୁକୁ କୋର୍ଟରେ ହାଜର କରାଯାଇଛି । ତାକୁ ବଙ୍ଗୋମୁଣ୍ଡା JMFC କୋର୍ଟରେ ହାଜର କରାଯାଇଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ