ETV Bharat / state

ଜନମତକୁ ଜବରଦସ୍ତ ସପକ୍ଷରେ କରିବା ରାଜ୍ୟ ସରକାରଙ୍କ ଆଭିମୁଖ୍ୟ: ବିଜେପି

5T ସଚିବଙ୍କ ଯାଜପୁର ଗସ୍ତ ସମୟରେ ବିରୋଧ କରୁଥିବା କଂଗ୍ରେସ କର୍ମୀଙ୍କୁ ଆକ୍ରମଣ ଘଟଣା। ଏଭଳି ଘଟଣାକୁ ନିନ୍ଦା କରିବା ସହ ବିଡେଜି ଗୁଣ୍ଡାରାଜ କରୁଥିବା କହି ବର୍ଷିଛି ବିଜେପି। ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Aug 30, 2023, 6:48 PM IST

bjp on vk pandians jajpur visit
କଂଗ୍ରେସ କର୍ମୀଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦା
କଂଗ୍ରେସ କର୍ମୀଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦା

ଯାଜପୁର: 5T ସଚିବଙ୍କ ଯାଜପୁର ଗସ୍ତ ସମୟରେ ବିରୋଧ କରୁଥିବା କଂଗ୍ରେସ କର୍ମୀଙ୍କୁ ବିଜେଡି କର୍ମୀ ଆକ୍ରମଣ କରିବା ଘଟଣାକୁ କଠୋର ନିନ୍ଦା କଲା ବିଜେପି । ଯାଜପୁର ଜିଲ୍ଲା ବିଜେପି ସଭାପତି ଗୌତମ ରାୟ କହିଛନ୍ତି, "5T ସଚିବଙ୍କ ଗୁଣ୍ଡାଗିରି ଆଜି ସାରା ରାଜ୍ୟ ଦେଖିଲା । ଏଇଟା କଣ 5Tର ଏକ ଅଂଶ ?"ବୋଲି ପ୍ରଶ୍ନ କରିବା ସହିତ 5T ସଚିବଙ୍କ ଯାଜପୁର ଗସ୍ତ ସମୟରେ ବିରୋଧ କରୁଥିବା କଂଗ୍ରେସ କର୍ମୀଙ୍କୁ ଆକ୍ରମଣ ଘଟଣାକୁ କଠୋର ଭାବେ ନିନ୍ଦା କରିଛି ବିଜେପି ।

ଏହାସହ ସେ ଆହୁରି ମଧ୍ୟ କହିଛନ୍ତି "ସମସ୍ତ ପ୍ରତିବାଦକୁ ଚାପି ଦେବା ପାଇଁ ଭୟ ସୃଷ୍ଟି କରାଯାଉଛି । ପୋଲିସ ଉପସ୍ଥିତିରେ 5Tଟି ସାର୍ଟ ପିନ୍ଧା ଗୁଣ୍ଡାମାନେ ଠେଙ୍ଗା ଧରି ଗୁଣ୍ଡାଗର୍ଦ୍ଦି କଲେ । ସମ୍ବିଧାନରେ ଅହିଂସା ଶବ୍ଦକୁ ସ୍ଥାନିତ କରାଯାଉ ବୋଲି ଦାବି କରୁଥିବା ଦଳର ଚରିତ୍ର ସାରା ଓଡ଼ିଶା ଦେଖୁଛି । ଲୁଟିଲେ, ଚୋରି କଲେ, ସରକାରୀ ଯୋଜନାକୁ ବାଟମାରଣା କଲେ। ଖାଲି ସେତିକି ନୁହେଁ, ଜନମତକୁ ଜବରଦସ୍ତ ନିଜ ସପକ୍ଷରେ ନେବା ପାଇଁ ବାଡି, ଠେଙ୍ଗା ବ୍ୟବହାର କରିବା ଶାସକ ଦଳ ଓ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ।"

"ଗତ 8 ଦିନ ହେଲା ଯାଜପୁର ଜିଲ୍ଲାର ନେତାମାନେ ମୂଲିଆ ଭଳି ବାଉଁଶ ପୋତୁଛନ୍ତି । ଅଗଣତାନ୍ତ୍ରିକ ଭାବରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଜିଲ୍ଲା ଗସ୍ତ ଓ ପ୍ରକଳ୍ପ ଘୋଷଣା କରୁଛନ୍ତି । କଂଗ୍ରେସ କର୍ମୀମାନେ ଯାଜପୁରରେ ଏହାକୁ ପ୍ରତିବାଦ କରୁଥିଲେ । ଏହି ସମୟରେ ବିଜେଡିର ଗୁଣ୍ଡା ବାହିନୀ 5T ସାର୍ଟ ପିନ୍ଧି ଠେଙ୍ଗା ଧରି କଂଗ୍ରେସ କର୍ମୀଙ୍କୁ ଆକ୍ରମଣ କରିଛନ୍ତି । ଏହାକୁ ମୁଁ ନିନ୍ଦା କରୁଛି ।" ଏଭଳି କହି ବିଜେଡି ଉପରେ ବର୍ଷିଛନ୍ତି ଯାଜପୁର ଜିଲ୍ଲା ବିଜେପି ସଭାପତି ଗୌତମ ରାୟ।

ଏହା ବି ପଢନ୍ତୁ...'ପାଣ୍ଡିଆନ ଗୋ ବ୍ୟାକ୍‌' ନାରାରେ କମ୍ପିଲା ଯାଜପୁର, ବିରୋଧୀଙ୍କ ଆଗକୁ ମାଡ଼ି ଆସିଲେ 5T ସାର୍ଟ ପିନ୍ଧା ଯୁବକ

ସୂଚନା ମୁତାବକ, ଗତକାଲି 5T ସଚିବ ଯାଜପୁର ଗସ୍ତ କରିଥିଲେ । ଏହି ସମୟରେ ଯାଜପୁରର କଂଗ୍ରେସ ନେତା ଏବଂ କର୍ମୀମାନେ କଳାପତାକା ସହିତ ଶୋଭାଯାତ୍ରାରେ ସଭାସ୍ଥଳକୁ ବାହାରିଥିଲେ । ହେଲେ ବାଟରେ ପୋଲିସ ସେମାନଙ୍କୁ ଅଟକାଇଥିଲା । ଠିକ୍ ସେହି ସମୟରେ ଧଳା ରଙ୍ଗର 5T ସାର୍ଟ ପିନ୍ଧିଥିବା ଯୁବକମାନେ ଆସି ଠେଙ୍ଗା ବାଡ଼ି ଧରି କଂଗ୍ରେସକୁ ବିରୋଧ କରିଥିଲେ । ଯାହାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା । ଏହି ଘଟଣାକୁ ନିନ୍ଦା କରିଛି ବିଜେପି । ଏସବୁ ଘଟଣା ପୋଲିସ ଉପସ୍ଥିତିରେ ଘଟିଛି ବୋଲି ଅଭିଯୋଗ ଆଣିଛି ବିଜେପି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.