ETV Bharat / state

ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ, ବ୍ୟାସନଗରରେ BJPର ବିରୋଧ

author img

By

Published : Jul 14, 2022, 9:48 PM IST

NDA ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ କଂଗ୍ରେସ ନେତାଙ୍କ ବିବାଦୀୟ ମନ୍ତବ୍ୟ । ରାଜ୍ୟରେ ଅନ୍ୟ ଜିଲ୍ଲା ସହିତ ଯାଜପୁରରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି । ଅଧିକ ପଢନ୍ତୁ

ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ, ଗୋପବନ୍ଧୁ ଛକରେ BJPର ବିରୋଧ

ଯାଜପୁର: NDA ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କ ଉପରେ କଂଗ୍ରେସର ବରିଷ୍ଠ ନେତାଙ୍କ ବିବାଦୀୟ ମନ୍ତବ୍ୟ । ରାଜ୍ୟରେ ଅନେକ ଜିଲ୍ଲାରେ ଏ ନେଇ ବିଜେପି ପ୍ରତିବାଦ କରୁଥିବା ବେଳେ ଯାଜପୁରରେ ମଧ୍ୟ ଦଳ ବିକ୍ଷୋଭ ପ୍ରଦର୍ଶନ କରିଛି । ବିଜେପି ଜିଲ୍ଲାର ବ୍ୟାସନଗର ଗୋପବନ୍ଧୁ ଛକରେ ବିରୋଧ ଓ କୁଶ ପୁତ୍ତଳିକା ଦାହ କରିଛି ।

ଆଜି କୋରେଇ ବିଜେପି ପକ୍ଷରୁ ଆୟୋଜିତ ପ୍ରତିବାଦ ଓ ବିରୋଧ କାର୍ଯ୍ୟକ୍ରମରେ ରାଜ୍ୟ ଯୁବ ମୋର୍ଚ୍ଚା ସମ୍ପାଦକ ବିକ୍ରମ କିଶୋର ବିଶ୍ବାଳ ଯୋଗଦେଇ ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀଙ୍କ ପ୍ରତି କଂଗ୍ରେସ ଦଳର ମୁଖପାତ୍ର ଅଜୟ କୁମାର ଦେଇଥିବା ମନ୍ତବ୍ୟକୁ ନିନ୍ଦା କରିଥିଲେ । ଏଥିସହିତ ଅଜୟ କୁମାର କ୍ଷମା ପ୍ରାର୍ଥନା କରିବାକୁ କହିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦିକା ଇତିଶ୍ରୀ ଜେନା, ବ୍ୟାସନଗର ବିଜେପି ମଣ୍ଡଳ ସଭାପତି ଅଚ୍ୟୁତାନନ୍ଦ ଦାସ, ବରିଷ୍ଠ ବିଜେପି ନେତା ପ୍ରମୋଦ କୁମାର ସାହୁ, ଦୀପ୍ତିମୟୀ କୁଅଁରଙ୍କ ସମେତ ଅନେକ ଯୁବ, ମହିଳା ଓ ବରିଷ୍ଠ ବିଜେପି ନେତା ଯୋଗଦେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.