ETV Bharat / state

ଧର୍ମଶାଳା ନାବାଳିକା ଗଣଦୁଷ୍କର୍ମ ମାମଲା: ପୋଲିସ ପ୍ରଶାସନ ଉପରେ ବର୍ଷିଲା ବିଜେପି

ଯାଜପୁର ଧର୍ମଶାଳାରେ ନାବାଳିକା ଦୁଷ୍କର୍ମ ପ୍ରସଙ୍ଗରେ ବିଜେପିର ପ୍ରେସ୍ ମିଟ । ଯାଜପୁରରେ କ୍ରମାଗତ ଭାବେ ମହିଳାଙ୍କ ଉପରେ ଅତ୍ୟାଚାର ଓ ଦୁଷ୍କର୍ମ ବଢୁଛି । ପୋଲିସ ବିଜେଡିର ଦଲାଲ ପାଲଟିଛି ବୋଲି କହିଲେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ଅଧିକ ପଢନ୍ତୁ...

bjp press meet
ଧର୍ମଶାଳା ନାବାଳିକା ଗଣଦୁଷ୍କର୍ମ ମାମଲା: ପୋଲିସ ପ୍ରଶାସନ ଉପରେ ବର୍ଷିଲା ବିଜେପି
author img

By

Published : Jan 23, 2020, 3:16 PM IST

ଭୁବନେଶ୍ବର: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା କଣ୍ଟିଗାଡଡିଆ ନାବାଳିକା ଗଣଦୁଷ୍କର୍ମ ମାମଲାରେ ପୋଲିସ ପ୍ରଶାସନ ଉପରେ ବର୍ଷିଛି ବିଜେପି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ସମ୍ପୃକ୍ତ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କରିବାକୁ ଦାବି କରିଥିବା ବେଳେ ରାଜ୍ୟ ସରକାରଙ୍କ ପାରିବାପଣିଆ ଉପରେ ପ୍ରଶ୍ନ କରିଛନ୍ତି ।

ଧର୍ମଶାଳା ନାବାଳିକା ଗଣଦୁଷ୍କର୍ମ ମାମଲା: ପୋଲିସ ପ୍ରଶାସନ ଉପରେ ବର୍ଷିଲା ବିଜେପି

ଗରିବ ପରିବାରର ଜଣେ ନାବାଳିକାକୁ ଅପହରଣ କରି ବନ୍ଧୁକ ମୁନରେ ଆଖିରେ ପଟି ବାନ୍ଧି, ନିଶା ଦେଇ କଟକ,ସୁକିନ୍ଦାରେ ଦୁଷ୍କର୍ମ କରାଯାଇଛି । ମୁଖ୍ୟ ଅଭିଯୁକ୍ତଙ୍କ ଘରେ ମଧ୍ୟ ପୀଡିତାକୁ ଦୁଷ୍କର୍ମ ହୋଇଛି। ଅଭିଯୁକ୍ତ ପିଣ୍ଟୁର ଭାଇ ଓ ଭାଉଜ ଧର୍ମଶାଳା ଥାନାରେ ପୋଲିସ ଅଧିକାରୀ ଅଛନ୍ତି । ସେମାନଙ୍କ ଘରେ ମଧ୍ୟ ନାବାଳିକାର ଦୁଷ୍କର୍ମ ହୋଇଛି । ତେଣୁ ପିଣ୍ଟୁର ଭାଇ ଭାଉଜଙ୍କୁ କାହିଁକି ଗିରଫ କରାଯାଉନି ବୋଲି ପ୍ରଶ୍ନ କରିଛନ୍ତି ଲେଖାଶ୍ରୀ ।

ଯାଜପୁର ସାଂସଦ ଜଣେ ମହିଳା, ହେଲେ ସେ କାହିଁକି ଚୁପ ବସିଛନ୍ତି ? ପୋଲିସ ଜାଣତରେ ଏଭଳି ସମ୍ବେଦନଶୀଳ ଘଟଣା ଘଟିଛି। ତେଣୁ ଯାଜପୁର ଏସପି, ପୋଲିସ ପ୍ରଶାସନ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି । ରାଜ୍ୟ ବିଜେପିର ଏକ ଟିମ ଗତକାଲି ଘଟଣାସ୍ଥଳକୁ ଯାଇ ତଥ୍ୟ ସଂଗ୍ରହ କରିଛି। ସ୍ମିତାରଣୀ ଘଟଣା ପରେ ଯାଜପୁର ଜିଲ୍ଲାରେ ଏହା ଆଉ ଏକ ଦୁର୍ଭାଗ୍ୟଜନକ ଘଟଣା ବୋଲି କହିଛି ବିଜେପି । ପୋଲିସ ସାହସରେ ଏଭଳି କାଣ୍ଡ ଘଟାଇଛନ୍ତି ଦୁର୍ବୃତ୍ତ । ଏଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇନାହିଁ । ଏହା ପଛରେ ଏକ ରାକେଟ କାମ କରୁଛି କି ବୋଲି ପ୍ରଶ୍ନ କରିଛନ୍ତି ଲେଖାଶ୍ରୀ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ଯାଜପୁର ସ୍ମିତାରଣୀ ପାର୍ଟ --୨।

Body:ସ୍ମିତାରଣୀ ପାର୍ଟ --୨
ଯାଜପୁର, ଧର୍ମଶାଳା ଥାନା କଣ୍ଟିଗାଡଡିଆ ନାବାଳିକା ଗଣଦୁଷ୍କର୍ମ ମାମଲାରେ ବିଜେପି ନେତ୍ରୀ ଲେଖାଶ୍ରୀ ସମନ୍ତସିଂହାର ସାମ୍ବାଦିକ ସମ୍ମିଳନୀ,

ଯାଜପୁର ,ଧର୍ମଶାଳା ଥାନା କଣ୍ଟିଗାଡ଼ିଆ ଅଞ୍ଚଳରେ ନାବାଳିକା ଦୁଷ୍କର୍ମ ମାମଲାରେ ପୋଲିସ ପ୍ରଶାସନ ଉପରେ ବର୍ଷିଛି ବିଜେପି।ଗରିବ ପରିବାରର ଜଣେ ନାବାଳିକାକୁ ଅପହରଣ କରି ବନ୍ଧୁକ ମୁନରେ ଆଖିରେ ପଟି ବାନ୍ଧି ,ନିଶା ଦେଇ କଟକ,ସୁକିନ୍ଦାରେ ଦୁଷ୍କର୍ମ କରାଯାଇଛି।ମୁଖ୍ୟ ଅଭିଯୁକ୍ତଙ୍କ ଘରେ ମଧ୍ୟ ପିଡ଼ିତାକୁ ଦୁଷ୍କର୍ମ ହୋଇଛି।ଅଭିଯୁକ୍ତ ପିଣ୍ଟୁର ଭାଇ ଭାଉଜ ଧର୍ମଶାଳା ଥାନାରେ ପୋଲିସ ଅଧିକାରୀ ଅଛନ୍ତି,ସେମାନଙ୍କ ଘରେ ମଧ୍ୟ ନବଳିକାର ଦୁଷ୍କର୍ମ ହୋଇଛି।ତେଣୁ ପିଣ୍ଟୁର ଭାଇ ଭାଉଜଙ୍କୁ କାହିଁକି ଗିରଫ କରାଯାଉନି ବୋଲି ପ୍ରଶ୍ନ କଲେ ଲେଖାଶ୍ରୀ।ଯାଜପୁର ସାଂସଦ ଜଣେ ମହିଳା ,ହେଲେ କାହିଁକି ସେ ଚୁପ ବସିଛନ୍ତି।ପୋଲିସ ଜାଣତରେ ଏଭଲି ସମ୍ବେଦନଶୀଳ ଘଟଣା ଘଟିଛି।ତେଣୁ ଯାଜପୁର ଏସ ପି ,ପୋଲିସ ପ୍ରଶାସନ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି।

ରାଜ୍ୟ ବିଜେପିର ଏକ ଟିମ ଗତକାଲି ଘଟଣା ସ୍ଥଳକୁ ଯାଇ ତଥ୍ୟ ସଂଗ୍ରହ କରିଛି।ସ୍ମିତାରଣୀ ଘଟଣା ପରେ ଯାଜପୁର ଜିଲ୍ଲାରେ ଏହା ଆଉ ଏକ ଦୁର୍ଭାଗ୍ୟଜନକ ଘଟଣା।ଏହା ପ୍ରମାଣିତ କରିଛି ପୋଲିସ ସାହସରେ ଏଭଳି କାଣ୍ଡ ଘଟାଇଛନ୍ତି ଦୁର୍ବୁତ।

ଏ ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି।କଣ ପାଇଁ ଅନ୍ୟ ଅଭିଯୁକ୍ତଙ୍କ ଗିରଫ ଏପର୍ଯ୍ୟନ୍ତ ହୋଇନାହିଁ।ଏହା ପଛରେ ଏକ ରାକେଟ କାମ କରୁଛି କି?ବୋଲି ପ୍ରଶ୍ନ କରିଛନ୍ତି ଲେଖାଶ୍ରୀ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.