ETV Bharat / state

ସୁକିନ୍ଦା ଖଣି ଅଞ୍ଚଳରେ ଜୋର ଧରିଲା ନିଯୁକ୍ତି ଦାବି, ବିଜେପିର ବିକ୍ଷୋଭ ପ୍ରଦର୍ଶନ - ଯାଜପୁରରେ ବିଜେପି ବିକ୍ଷୋଭ ପ୍ରଦର୍ଶନ

ଯାଜପୁର ସୁକିନ୍ଦା ଖଣି ଉପତ୍ୟକାର କାଳିଆପାଣି ଖଣି ଅଞ୍ଚଳରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦାବିରେ ଜୋର ଧରିଛି ଆନ୍ଦୋଳନ। କାଳିଆପାଣି ଟାଟା କ୍ରୋମାଇଟ ଖଣିରେ ନିଯୁକ୍ତି ସହ ଛଟେଇ ହୋଇଥିବା ଶ୍ରମିକଙ୍କୁ ପୁନଃ ନିଯୁ୍କ୍ତି ଦେବାକୁ ଦାବି ହୋଇଛି। ଅଧିକ ପଢ଼ନ୍ତୁ...

bjp Demands for local people employment  in Sukinda mining area of jajpur
ସୁକିନ୍ଦା ଖଣି ଅଞ୍ଚଳରେ ଜୋର ଧରିଲା ନିଯୁକ୍ତି ଦାବି, ବିଜେପିର ବିକ୍ଷୋଭ ପ୍ରଦର୍ଶନ
author img

By

Published : Dec 15, 2020, 10:35 PM IST

ଯାଜପୁର: ଯାଜପୁର ସୁକିନ୍ଦା ଖଣି ଉପତ୍ୟକାର କାଳିଆପାଣି ଖଣି ଅଞ୍ଚଳରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦାବିରେ ଜୋର ଧରିଛି ଆନ୍ଦୋଳନ। କାଳିଆପାଣି ଟାଟା କ୍ରୋମାଇଟ ଖଣିରେ ନିଯୁକ୍ତି ସହ ଛଟେଇ ହୋଇଥିବା ଶ୍ରମିକଙ୍କୁ ପୁନଃ ନିଯୁ୍କ୍ତି ଦେବାକୁ ଦାବି ହୋଇଛି । ଏନେଇ ଆଜି(ମଙ୍ଗଳବାର) ବିଜେପି ପକ୍ଷରୁ ଟିସ୍କୋ ଖଣି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ଚେତାବନୀ ଦିଆଯାଇଥିଲା। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଖଣି ଅଞ୍ଚଳରେ 144ଧାରା ଜାରି କରିଥିଲା ପ୍ରଶାସନ।

ସୁକିନ୍ଦା ଖଣି ଅଞ୍ଚଳରେ ଜୋର ଧରିଲା ନିଯୁକ୍ତି ଦାବି, ବିଜେପିର ବିକ୍ଷୋଭ ପ୍ରଦର୍ଶନ

ଏସବୁ ସତ୍ତ୍ବେ ବିଜେପି କର୍ମୀମାନେ ଧାରଣା ଦେବାକୁ ଜିଦ ଧରି ବସିଥିଲେ। କଲରଙ୍ଗୀଅତା ଓଏମସି ଛକ ନିକଟରେ ବିଜେପି କର୍ମୀମାନଙ୍କୁ ଅଟକାଇଥିଲା ପୋଲିସ । ଫଳରେ ପୋଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ନିଯୁକ୍ତି ଦାବିରେ ଯାଜପୁର ସୁକିନ୍ଦା ଖଣି ଅଞ୍ଚଳରେ ଆଜି(ମଙ୍ଗଳବାର) ଶତାଧିକ କର୍ମୀ ଏକାଠି ହୋଇଥିଲେ ।

ଟିସ୍କୋ ଖଣି କାର୍ଯ୍ୟାଳୟ ସମ୍ମୁଖରେ 12 ଘଣ୍ଟିଆ ଧାରଣା ଦେବାକୁ ନିଷ୍ପତ୍ତି ନେଇଥିଲେ ବିଜେପି କର୍ମୀ । ଟାଟା କ୍ରୋମାଇଟ ଖଣିରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳୁନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ବିଜେପି। ନିଯୁକ୍ତି ମିଳୁନଥିବାରୁ ଏହି ଅଞ୍ଚଳରେ ବେକାରୀ ସମସ୍ୟା ବୃଦ୍ଧି ପାଉଥିବା ଅଭିଯୋଗ କରିଛି ବିଜେପି। ଶ୍ରମିକ ମାନଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ରାତିଅଧିଆ ଛଟେଇ କରାଯାଉଛି । ଏହାକୁ ନେଇ ତୀବ୍ର ପ୍ରତିବାଦ କରିଛି ବିଜେପି। ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବା ସହିତ ଖଣିକୁ ସମ୍ପୂର୍ଣ୍ଣ ଅଚଳ କରିଦିଆଯିବ ବୋଲି ଧମକ ଦେଇଛନ୍ତି ବିଜେପି ନେତା ।

ଉତ୍ତେଜନାମୂଳକ ପରିସ୍ଥିତିକୁ ନଜରରେ ରଖି ଜିଲ୍ଲାର 4ଟି ଥାନାର ଥାନା ଅଧିକାରୀମାନେ ଉପସ୍ଥିତ ରହି ଆନ୍ଦୋଳନକାରୀ ମାନଙ୍କୁ ବୁଝାସୁଝା କରିଥିଲେ । ପରିସ୍ଥିତି ନିୟନ୍ତ୍ରଣ ପାଇଁ ଘଟଣା ସ୍ଥଳରେ 3ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ । ବରିଷ୍ଠ ଅଧିକାରୀ ଓ ଖଣି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ସମସ୍ୟା ସମାଧାନ କରାଯିବ ବୋଲି ପ୍ରତିଶୃତି ମିଳିବା ପରେ ଆନ୍ଦୋଳନ ହଟିଥିଲା ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.