ETV Bharat / state

ଫାଇଲ ଫିଙ୍ଗିବା ଘଟଣା, ପୌରାଧ୍ୟକ୍ଷାଙ୍କ ବହିଷ୍କାର ଦାବି କଲା ବିଜେପି

author img

By

Published : Nov 20, 2022, 1:02 PM IST

ନିର୍ବାହୀ ଅଧିକାରୀଙ୍କ ଉପରକୁ ବ୍ୟାସନଗର ପୌରାଧ୍ୟକ୍ଷ ଫାଇଲ ଫିଙ୍ଗିବା ଘଟଣା । ପୌରାଧ୍ୟକ୍ଷାଙ୍କୁ ବହିଷ୍କାର ଓ ଗିରଫ ଦାବିରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢ଼ନ୍ତୁ

bjp demands expulsion of vyasanagar municipality chairperson for throwing file on executive officer
ନିର୍ବାହୀ ଅଧିକାରୀଙ୍କ ଉପରକୁ ଫାଇଲ ଫିଙ୍ଗିବା ଘଟଣା, ପୌରାଧ୍ୟକ୍ଷାଙ୍କ ବହିଷ୍କାର ଦାବି କଲା ବିଜେପି

ଯାଜପୁର: ନିର୍ବାହୀ ଅଧିକାରୀଙ୍କ ଉପରକୁ ଫାଇଲ ଫୋପାଡିବା ଘଟଣା । ବ୍ୟାସନଗର ପୌରାଧ୍ୟକ୍ଷାଙ୍କ ବହିଷ୍କାର ଓ ଗିରଫ ଦାବିରେ ଗୋପବନ୍ଧୁ ଛକରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । ପୌରାଧ୍ୟକ୍ଷା ଜଣେ ନିର୍ବାହୀ ଅଧିକାରୀଙ୍କୁ ଅଶାଳୀନ ବ୍ୟବହାର କରି ତାଙ୍କ ଉପରକୁ ଫାଇଲ ଫୋପାଡିବାର ଏକ ଭିଡିଓ ଭାଇରାଲ ହୋଇଥିଲା ।

ନିର୍ବାହୀ ଅଧିକାରୀଙ୍କ ଉପରକୁ ଫାଇଲ ଫିଙ୍ଗିବା ଘଟଣା

ଜଣେ ସରକାରୀ ଅଧିକାରୀଙ୍କୁ ଏଭଳି ଅଶାଳୀନ ବ୍ୟବହାର ନେଇ ବ୍ୟାସନଗର ଅଞ୍ଚଳରେ ଦିନକୁ ଦିନ ରାଜନୈତିକ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଦେଖିବାକୁ ମିଳିଛି । ଏନେଇ ବରିଷ୍ଠ ବିଜେପି ନେତା ନିରଞ୍ଜନ ଘଡେଇ କହିଛନ୍ତି, " ଏହି ଘଟଣା ପାଇଁ ବ୍ୟାସ ନଗର ଲଜ୍ଜିତ ହେଉଛି । ଜନସାଧାରଣ ବ୍ୟାସନଗରର ବିକାଶ ପାଇଁ 50 ହଜାରରୁ ଊର୍ଦ୍ଧ୍ବ ଭୋଟ ଦେଇ ପୌରାଧ୍ୟକ୍ଷାଙ୍କୁ ଜିତାଇଥିଲେ । କିନ୍ତୁ ଏଠାରେ ବିନାଶ ହେବାକୁ ଯାଉଛି । ସରକାରୀ ଅଧିକାରୀ ଏଠାରେ ସୁରକ୍ଷିତ ନାହାନ୍ତି ।"

ଏହି ଘଟଣାକୁ ନେଇ ବିଜେପି ପକ୍ଷରୁ ବିରୋଧ କରି ଗୋପବନ୍ଧୁ ଛକରେ ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦିକା ଇତିଶ୍ରୀ ଜେନାଙ୍କ ନେତୃତ୍ବରେ ଦଳ ପକ୍ଷରୁ ପ୍ରଦର୍ଶନ କରାଯାଇଥିଲା । ବହୁ ବିଜେପି କର୍ମୀ ଏଥିରେ ଯୋଗ ଦେଇ ପୌରାଧ୍ୟକ୍ଷଙ୍କ କୁଶପୁତ୍ତଳିକା ଦାହ କରିବା ସହ ବହିଷ୍କାର ଓ ଗିରଫ ଦାବି କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ନିର୍ବାହୀ ଅଧିକାରୀଙ୍କୁ ଉପରକୁ ଫାଇଲ ଫିଙ୍ଗିବା ଘଟଣା, ପୌରାଧ୍ୟକ୍ଷାଙ୍କ ଗିରଫ ଦାବି କଲା କଂଗ୍ରେସ

ଯାଜପୁର ବ୍ୟାସନଗର ପୌର ପରିଷଦ ୮ ନମ୍ବର ୱାର୍ଡରେ ଏକ ଜିଓ ମୋବାଇଲ ଟାୱାର ନିର୍ମାଣ ପାଇଁ ଏନଓସି ଦେବାକୁ ନେଇ ପୌରାଧ୍ୟକ୍ଷା ଓ ନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା । ଏଥିରେ ଉତ୍‌କ୍ଷିପ୍ତ ହେଇ ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ ନିର୍ବାହୀ ଅଧିକାରୀ ଶରତ କୁମାର ରାଉତଙ୍କ ଉପରକୁ ଏକ ଫାଇଲ ଫୋପାଡ଼ିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା । ଏନେଇ ନିର୍ବାହୀ ଅଧିକାରୀ ଶରତ କୁମାର ରାଉତ ପୌରାଧ୍ୟକ୍ଷା ଅଶାଳୀନ ବ୍ୟବହାର କରିଥିବା ନେଇ ଯାଜପୁର ରୋଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଇଟିଭି ଭାରତ, ଯାଜପୁର

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.