ETV Bharat / state

ନିର୍ବାଚନକୁ ନେଇ ବିଜେଡିର କସରତ - ଯାଜପୁର

ଯାଜପୁର ଜିଲ୍ଲା କୋରେଇ ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ପକ୍ଷରୁ ବ୍ୟାସନଗର ଠାରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ତୃଣମୂଳ ସ୍ତରରେ ଦଳକୁ ମଜବୁତ୍ କରିବା ଲକ୍ଷ୍ୟରେ ହୋଇଥିଲା ଏହି ବୈଠକ । କୋରେଇ ବିଧାୟକ ଆକାଶ ଦାସ ନାୟକ ଏହାର ନେତୃତ୍ବ ନେଇଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
author img

By

Published : Mar 22, 2019, 10:12 PM IST

ଯାଜପୁର: ବାଜି ସାରିଛି ନିର୍ବାଚନୀ ବିଗୁଲ । ଆରମ୍ଭ ହୋଇଯାଇଛି ସମସ୍ତ ପ୍ରସ୍ତୁତି । ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଲା କୋରେଇ ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ପକ୍ଷରୁ ବ୍ୟାସନଗର ଠାରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ତୃଣମୂଳ ସ୍ତରରେ ଦଳକୁ ମଜବୁତ୍ କରିବା ଲକ୍ଷ୍ୟରେ ହୋଇଥିଲା ଏହି ବୈଠକ । କୋରେଇ ବିଧାୟକ ଆକାଶ ଦାସ ନାୟକ ଏହାର ନେତୃତ୍ବ ନେଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଏହି ସମ୍ମିଳନୀରେ ଦଳୀୟ କର୍ମୀ ମାନଙ୍କ ସହ ବିଭିନ୍ନ ସାଂଗଠନିକ ଆଲୋଚନା କରିଥିଲେ ବିଧାୟକ ଶ୍ରୀ ଆକାଶ । ଆଗାମୀ ନିର୍ବାଚନ ବୈତରଣୀ କିପରି ପାର ହେବେ ସେ ନେଇ ଗୁରୁ ମନ୍ତ୍ର ଦେବା ସହ ଏକ ଗୁପ୍ତ ରଣନୀତି ପ୍ରସ୍ତୁତ କରିଥିଲେ । ଏଥିରେ ବିଜୁ ଜନତା ଦଳର ବହୁ ଆଗ ଧାଡିର ନେତା, ବୟଜ୍ୟେଷ୍ଠ ବ୍ୟକ୍ତି, ଯୁବ-ଛାତ୍ର-ମହିଳା ଓ ଦଳୀୟ କାର୍ଯ୍ୟକର୍ତ୍ତା ମାନେ ସାମିଲ ଥିବା ଜଣା ପଡିଛି ।

ସେହିପରି ଯାଜପୁରର ଚଣ୍ଡିଖୋଲରେ ଶୁକ୍ରବାର ବିଜେଡି ପକ୍ଷରୁ ହକ୍ ମାଗୁଛି ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ଓଡିଶାକୁ ମୋଦି ସରକାରଙ୍କ ଅବହେଳା ସମ୍ପର୍କରେ ଆଲୋକପାତ କରାଯାଇଥିଲା । ମୋଦି ସରକାର କିପରି ବିଭିନ୍ନ କ୍ଷେତ୍ରରେ ରାଜ୍ୟକୁ ଅଣଦେଖା କରୁଛନ୍ତି ସେ ନେଇ ଚର୍ଚ୍ଚା ହୋଇଥିଲା । କେନ୍ଦ୍ର ରାଜ୍ୟକୁ ତାର ହକ୍ ଦେବା ପରିବର୍ତ୍ତେ ଓଲଟା ଜବାବ୍ ମାଗୁଛି ଓଡିଶା କାର୍ଯ୍ୟକ୍ରମ କରି ବିଜେପି ଏକ ପ୍ରହସନ ଚଳାଇଛି ବୋଲି ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଥିଲା ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:Body:

ତପସ୍ବିନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ

ପୁରୀ: ତପସ୍ବିନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ।  ପୁରୀ ଷ୍ଟେସନରେ 4 ନମ୍ବର ପ୍ଲାଣ୍ଟଫର୍ମରେ ଥିବା ବେଳେ ହଠାତ ନିଆଁ ଲାଗିଥିବା ସୂଚନା । ସେପଟେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

ପୁରୀରୁ ସମ୍ବଲପୁରକୁ ଯାଉଥିବା ଟ୍ରେନରେ ନିଆଁ ଲାଗିଥିବାର କାରଣ ଜଣାପଡିଛି । ତେବେ ପ୍ରବଳ ଗରମ ଯୋଗୁ ଟ୍ରେନରେ ନିଆଁ ଲାଗିଥିବାର ଜଣାପଡିଛି ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.