ETV Bharat / state

ବ୍ୟାସନଗରରେ ବିଜେଡିର ଜନସମ୍ପର୍କ ପଦଯାତ୍ରା, ଶୁଭାରମ୍ଭ କଲେ ବିଧାୟକ ଅଶୋକ ବଳ

author img

By

Published : Oct 2, 2022, 9:44 PM IST

ଗାନ୍ଧୀ ଜୟନ୍ତୀରେ ଯାଜପୁର କୋରେଇ ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହୋଇଛି ବିଜେଡିର ଜନସମ୍ପର୍କ ପଦଯାତ୍ରା । ବ୍ୟାସନଗର ଠାରେ ସ୍ଥାନୀୟ ବିଧାୟକ ଅଶୋକ କୁମାର ବଳଙ୍କ ନେତୃତ୍ବରେ ପଦଯାତ୍ରା ଆରମ୍ଭ କରିଛି ବିଜେଡି । ଅଧିକ ପଢ଼ନ୍ତୁ

ଆରମ୍ଭ ହେଲା ବିଜେଡିର ଜନସମ୍ପର୍କ ପଦଯାତ୍ରା, ବ୍ୟାସନଗରରେ କୋରେଇ ବିଧାୟକଙ୍କ କଲେ ଶୁଭାରମ୍ଭ

ଯାଜପୁର: ଗାନ୍ଧୀ ଜୟନ୍ତୀରେ ବିଜେଡି ଆରମ୍ଭ କରିଛି ଜନସମ୍ପର୍କ ପଦଯାତ୍ରା । ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ ସ୍ଥାନରେ ଜନସମ୍ପର୍କ ପଦଯାତ୍ରା ମଧ୍ୟ ଆରମ୍ଭ ହୋଇଛି । କୋରେଇ ନିର୍ବାଚନ ମଣ୍ଡଳୀ ବ୍ୟାସନଗରଠାରେ ସ୍ଥାନୀୟ ବିଧାୟକ ଅଶୋକ କୁମାର ବଳଙ୍କ ନେତୃତ୍ବରେ ପଦଯାତ୍ରା ଆରମ୍ଭ କରିଛି ବିଜେଡି ।

ବିଜେଡିର ଏହି ହାଇଭୋଲ୍‌ଟେଜ୍‌ ପଦଯାତ୍ରା ପୂର୍ବରୁ ଭୁବନେଶ୍ବର ବରମୁଣ୍ଡା ପଡ଼ିଆରେ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଆୟୋଜନ ହୋଇଥିଲା । ରାଜ୍ୟ ସରକାରଙ୍କ ସଫଳତା ସହ କେନ୍ଦ୍ର ସରକାରଙ୍କ ବିଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି ଦଳ । ତେବେ ଗାନ୍ଧୀ ଜୟନ୍ତୀରୁ ଏହି ପଦଯାତ୍ରା ଆରମ୍ଭ କରିବାକୁ ଦଳ ପୂର୍ବ ପ୍ରସ୍ତୁତି କରିଥିବାବେଳେ, କୋରେଇ ନିର୍ବାଚନ ମଣ୍ଡଳୀରେ ବିଧାୟକ ଅଶୋକ କୁମାର ବଳଙ୍କ ନେତୃତ୍ବରେ ପଦଯାତ୍ରା ଆରମ୍ଭ କରିଛି ବିଜେଡି ।

ଏହା ମଧ୍ୟ ପଢ଼ନ୍ତୁ...ପଦଯାତ୍ରା ପଲିଟିକ୍ସ: ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ, ସହଯୋଗ ଲୋଡ଼ିଲେ ବିଜେଡି ସୁପ୍ରିମୋ

ବ୍ୟାସନଗର ଠାରେ ଆୟୋଜିତ ଏହି ପଦଯାତ୍ରା ଜରିଆରେ ସହର ପରିକ୍ରମା କରାଯାଇଥିଲା । ଏଥିରେ ସ୍ଥାନୀୟ ବିଧାୟକ ଅଶୋକ କୁମାର ବଳଙ୍କ ସମେତ ସ୍ଥାନୀୟ ପୌରାଧ୍ୟକ୍ଷା, ଉପାଧ୍ୟକ୍ଷ, କାଉନସିଲର, ଜିଲ୍ଲାପରିଷଦ ସଭ୍ୟସଭ୍ୟା, ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଓ ଦଳୀୟ କର୍ମକର୍ତ୍ତା ସାମିଲ ହୋଇଥିଲେ । ଦଳର ନେତୃତ୍ବମାନେ ନିୟୁ ମାର୍କେଟସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏହାସହ ଅକ୍ଟୋବର ୨ରୁ ନଭେମ୍ବର ୨ ପର୍ଯ୍ୟନ୍ତ ଦୀର୍ଘ ଏକମାସ ଧରି ବିଜେଡି ପକ୍ଷରୁ ଚାଲିବାକୁ ଥିବା ଜନସମ୍ପର୍କ ପଦଯାତ୍ରାର ଆଭିମୁଖ୍ୟ ଓ ନବୀନ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ସମ୍ପର୍କରେ ଜନସଚେତନତା ସୃଷ୍ଟି କରାଯାଇଥିଲା ।

ସେପଟେ ଭୁବନେଶ୍ବର ଏକାମ୍ର ନିର୍ବାଚନ ମଣ୍ଡଳୀସ୍ଥିତ କାର୍‌ଗିଲ୍‌ ବସ୍ତିରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି । ଏଥିରେ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳୀୟ ନେତା ଓ ବିଧାୟକଙ୍କ ସହ ସାମିଲ ହୋଇଛନ୍ତି । ପ୍ରାୟ ଏକ ମାସ ଧରି ଏହି ପଦଯାତ୍ରା ଚାଲିବ । ଏହାକୁ ସଫଳ କରିବା ପାଇଁ ଜନସାଧାରଣ ଓ ସମର୍ଥକଙ୍କ ସହଯୋଗ ଲୋଡ଼ିଛନ୍ତି ନବୀନ ପଟ୍ଟନାୟକ ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.