ETV Bharat / state

ଦାନଗଦୀ ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କ ନାଁରେ ଦୁର୍ନୀତି ଅଭିଯୋଗ

ଦାନଗଦୀ ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କ ନାଁରେ ଦୁର୍ନୀତି ଓ ପିସି କାରବାର ଅଭିଯୋଗ ଆଣିଛି ବିଜେଡି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
author img

By

Published : Jun 20, 2019, 3:57 PM IST

Updated : Jun 20, 2019, 4:19 PM IST

ଯାଜପୁର: ଦାନଗଦୀ ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କ ନାଁରେ ଦୁର୍ନୀତି ଓ ପିସି କାରବାର ଅଭିଯୋଗ ଆଣିଛି ବିଜେଡି । ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ଅଭିଯୋଗ ଆଣିଛି । ଏହା ସହିତ ସାମ୍ବାଦିକ ସମ୍ମିଳନୀରେ ଉଭୟଙ୍କର ଇସ୍ତଫା ଦାବି ମଧ୍ୟ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ସାଧାରଣ ନିର୍ବାଚନ ପରଠାରୁ ପରସ୍ପର ମଧ୍ୟରେ ଦଳୀୟ ବିରୋଧାଭାସ ଓ ରାଜନୈତିକ ଆକ୍ରୋଶ ବୃଦ୍ଧି ପାଇଛି । ଗୋଟିଏ ପଟେ ବିଧାୟକଙ୍କ ସମର୍ଥକ ବିଜେଡି ଗୋଷ୍ଠୀ ଓ ଅନ୍ୟ ପଟେ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ । ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ସୃଷ୍ଟି ହୋଇଛି ମୁହାଁମୁହିଁ ପରିସ୍ଥିତି । ସାଧାରଣ ନିର୍ବାଚନରେ ଉଭୟ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ବିଜେପି ଦଳରେ ସାମିଲ ହୋଇଥିବା ବେଳେ ଏବେ ସେମାନଙ୍କୁ ଗାଦିଚ୍ୟୁତ କରିବା ପାଇଁ ଅଣ୍ଟା ଭିଡିଛନ୍ତି ବିଜେଡି କର୍ମୀ ଓ କର୍ମକର୍ତ୍ତା । ବିଜେଡି କର୍ମୀମାନେ ଉଭୟ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କ ଇସ୍ତଫା ଦାବି କରି ବ୍ଲକ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଉଭୟ ଜନବିରୋଧି ହୋଇଥିବାରୁ ସେମାନେ ନିଜ ପଦରୁ ଇସ୍ତଫା ଦେବାକୁ ଦାବି କରାଯାଇଛି । ନଚେତ୍ ଆନ୍ଦୋଳନ ତେଜିବ ବୋଲି ସାମ୍ବାଦିକ ସମ୍ମିଳନୀରେ ବ୍ଲକ ବିଜେଡି ପକ୍ଷରୁ ଚେତାବନୀ ଦିଆଯାଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:Body:

blank 

Conclusion:
Last Updated : Jun 20, 2019, 4:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.